ଗ୍ରାମଂଚଳର ସ୍ୱାସ୍ଥର ଉନ୍ନତି ଏବଂ ସଚେତନତା କରୁଥିବା କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଦାବି

Spread the love

ଭୁବନେଶ୍ୱର, ୧୩/୬ (ସନ୍ଧାନ ନିୟୁଜ୍) ୨୦୦୨ ମସିହା ମେ ମାସ ଠାରୁ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ତଥା ଦୂରଦର୍ଶନରେ ପ୍ରସାରିତ ଏକ ଲୋକପ୍ରିୟ ସ୍ୱାସ୍ଥ୍ୟ ଧାରାବାହିକ ‘କଲ୍ୟାଣୀ’ କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ ହୋଇଥିଲା । ଗାଁ ଗାଁରେ ଚକୁଳିଆ ପଣ୍ଡା ଓ ସହରୀ ଦିଦିଙ୍କ ବଳିଷ୍ଠ ଉପସ୍ଥାପନା ଧାରାବାହିକ ଟିକୁ ଲୋକପ୍ରିୟତା ଶୀର୍ଷରେ ପହଞ୍ଚାଇଥିଲା ଲୋକଙ୍କ ସ୍ୱାଚ୍ଛ ବିଷୟରେ ସଚେତନତା କରିବା ସହିତ ସେମାନଙ୍କ ସ୍ୱାସ୍ଥର ଉନ୍ନତିରେ ଭାଗୀଦାରି ହୋଇଥିଲା । କାର୍ଯ୍ୟକ୍ରମ ପ୍ରସାରଣ ସଂଗେ ସଂଗେ ଦୂରଦର୍ଶନ ଅଧିକାରୀ ଏବଂ ପ୍ରୟୋଜକ ମାନଙ୍କ ପ୍ରୟାସ ଫଳରେ ଜନ୍ମନେଲା ସାରା ଭାରତର ଗାଁ ଗାଁ ମାନଙ୍କରେ ‘କଲ୍ୟାଣୀ ସ୍ୱାସ୍ଥ୍ୟ କ୍ଲବ’ । ଆଉ ସେହି କଲ୍ୟାଣୀ କ୍ଲବ ଗୁଡିକର ଲୋକହିତକର କାର୍ଯ୍ୟ କଲ୍ୟାଣୀ ସହିତ ପ୍ରତି ଗ୍ରାମରେ ସ୍ୱାସ୍ଥ୍ୟର ଉନ୍ନତିରେ ଯୋଡି ହୋଇଯାଇଥିଲା ଏକ ନୂତନ ଅଧ୍ୟାୟ । କଲ୍ୟାଣୀ ସ୍ୱାସ୍ଥ୍ୟ କ୍ଲବ ଗୁଡିକ ଦୂରଦର୍ଶନ କେନ୍ଦ୍ର ଦ୍ୱାରା ପଞ୍ଜିକୃତ କରାଯାଉଥିଲା । କ୍ଲବରେ ଜଣେ ଅବୈତନିକ ସଂୟୋଜକ ଏବଂ ନୁ୍ୟନତମ ୧୦ ଜଣ ସଭ୍ୟ/ସଭ୍ୟା ରହି ଗ୍ରାମରେ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କାର୍ଯଁର୍୍ୟକରୁଥିଲେ । ସେମାନଙ୍କୁ କଲ୍ୟାଣୀ ସେନା କୁହାଯାଇଥିଲା । ବିନା ସ୍ୱାର୍ଥ ,ବିନା ଅର୍ଥରେ ସ୍ୱେଚ୍ଛାସେବୀ ଭାବେ କାମ କରି ଚାଲିଥିଲେ ଏହି କଲ୍ୟାଣୀ ସୈନିକମାନେ । ୨୦୦୨ ରୁ ୨୦୧୨ ମସିହା ଭିତରେ ସାରା ଓଡିଶାର ଗାଁ ଗୁଡିକରେ ଗଢିଉଠିଥିଲା ପ୍ରାୟ ଏକହଜାର ରୁ ଉଦ୍ଧ୍ୱର୍ କଲ୍ୟାଣୀ ସ୍ୱାସ୍ଥ୍ୟ କ୍ଲବ । ଯାହାର ସଭ୍ୟ ସଂଖ୍ୟାଥିଲା ୩୫ ହଜାର । ପ୍ରତ୍ୟେକ ଟି ସଭ୍ୟ ସ୍ୱେଚ୍ଛାସେବୀଭାବେ ଆଗେଇ ଆସୁଥିଲେ ଗାଁର ଉନ୍ନତି ପାଇଁ କାମ କରିବାକୁ । ଗାଁ ସଫେଇ ଠାରୁ ଆରମ୍ଭ କରି ପୋଖରୀ ଦଳ କାଢିବା, କୂପ ଓ ନଳକୂପରେ ବିଚିଂ ପକାଇବା ବୃକ୍ଷରୋପଣ କରିବା ଏଗୁଡିକ ଥିଲା ସଭ୍ୟମାନଙ୍କ ନିୟମିତ କାର୍ଯ୍ୟ । ଏହା ଛଡା ସ୍ୱାସ୍ଥ୍ୟ ଶିବିର, ଚକ୍ଷୁ ପରୀକ୍ଷା ଶିବିର, ରକ୍ତଦାନ ଶିବିର ,ମୋତିଆବିନ୍ଦୁ ଅସ୍ତ୍ରୋପ·ର ଶିବିର ଆୟୋଜନ କରି କଲ୍ୟାଣୀ ସ୍ୱାସ୍ଥ୍ୟ କ୍ଲବର ଅବଦାନ ରହିବା ସହିତ ଗ୍ରାମଂଚଳର ବହୁ ଗରିବ ଲୋକ ଏହାର ସବୁଧା ପାଇପାରୁଥିଲେ । ଏସବୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଗୁଡିକରେ ସ୍ୱାସ୍ଥ୍ୟ ବିଭାଗର କର୍ମ·ରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀ ପର୍ଯ୍ୟନ୍ତ ସମସ୍ତେ ଅକୁଣ୍ଠ ଚିତ୍ତରେ ସହଯୋଗ କରୁଥିଲେ । ଗରୀବ ଅସହାୟ ଲୋକଙ୍କୁ ସରକାରୀ ଡାକ୍ତରଖାନାରେ ପହଞ୍ଚାଇବା ଏବଂ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ କଲ୍ୟାଣୀ ସେନାର ଭୂମିକା ଅତୁଳନୀୟ ଥିଲା । ଏଚ.ଆଇ.ଭି. ସଂକ୍ରମିତ ଲୋକମାନଙ୍କୁ ସଚେତନତା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ଓ ସରକାରୀ ସାହାଯ୍ୟ ଆଦି ଯୋଗାଇ ଦେବା ଥିଲା ସଭ୍ୟମାନଙ୍କ କାର୍ଯ୍ୟ କରୁଥିଲେ । ୨୦୧୨ ମସିହାରେ ଅପ୍ରେଲ ୦୭ ତାରିଖ ଦିନ ଏହି କାର୍ଯ୍ୟକ୍ରମର ନାମ ବଦଳାଇ ଦିଆଗଲା । କଲ୍ୟାଣୀ ପରିବର୍ତ୍ତେ ନୂଆ ନାମ ରଖାଗଲା ‘ଆରୋଗ୍ୟ ଭାରତମ୍’ । କାର୍ଯ୍ୟକ୍ରମ ପ୍ରସାରିତ ହେବାର କିଛି ବର୍ଷ ପରେ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହି କାର୍ଯ୍ୟକ୍ରମଟିକୁ ସଂପୂର୍ଣ୍ଣ ବନ୍ଦ କରିଦେଲେ । ପରିବର୍ତ୍ତନ ‘ଆରୋଗ୍ୟ ଭାରତମ୍୍’ ପ୍ରସାରିତ ହେଉଥିଲା ସତ୍ କିନ୍ତୁ ସେହି ସମୟ ଭିତରେ ଏହି ଧାରାବାହିକ ତାର ଲୋକପ୍ରିୟତା ହରାଇଥିଲା । ଯାହା କଲ୍ୟାଣୀ ଦ୍ୱାରା ଭାରତବର୍ଷର ଅଗଣିତ ଗାଁ ଗହଳିର ଲୋକମାନେ ଆକୃଷ୍ଟ ହୋଇ ଏହି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ପରବର୍ତ୍ତି ସମୟରେ ଘରୋଇ ଟିଭି ଚ୍ୟାନେଲ ଗୁଡିକ ଦୂରଦର୍ଶନ ଏହି ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଆପଣେଇ ନିଜ ନିଜ ଢଙ୍ଗରେ ପରିବେଷଣ କଲେ । ଏହା ଦ୍ୱାରା ସେମାନେ ଲୋକପ୍ରିୟତା ପାଇବା ସଂଗେ ସଂଗେ ବ୍ୟବସାୟିକ ସଫଳତା ମଧ୍ୟ ହାସଲ କଲେ । କଲ୍ୟାଣୀ କେବଳ ଯେ ଗୋଟିଏ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଥିଲା ତା ନୁହେଁ ଏହା ଥିଲା ଏକ ସ୍ୱାସ୍ଥ୍ୟ ସେବାରେ ଏକ ଜନ ଆନେ୍ଦାଳନ । ଯାହାଦ୍ୱାରା ଓଡିଶା କାହିଁକି ସାରା ଭାରତର ଗାଁ ଗାଁ ଘରେ ଘରେ ସ୍ୱାସ୍ଥ୍ୟ ବାର୍ତ୍ତା ପହଞ୍ଚି ପାରିଥିଲା । କଲ୍ୟାଣୀ ପ୍ରତିଷ୍ଠା କରିଥିଲା । ଏକ ସଂପର୍କର ସେତୁ । ଦୂରଦର୍ଶନ ପହଞ୍ଚୁଥିଲା ସିଧାସଲଖ ଗାଁର ଲୋକମାନଙ୍କ ପାଖରେ ଯେଉଁଠାରେ କୋ÷ଣସି ଘରୋଇ ଚ୍ୟାନେଲ ପହଞ୍ଚିବା ଥିଲା ସ୍ୱପ୍ନ । କଲ୍ୟାଣୀ ପରି ଏକ ଲୋକପ୍ରିୟ ,ଜନହିତକର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ପୁନଃପ୍ରସାରଣ କରାଗଲେ ଭାରତର ଅଗଣିତ ଜନତା ଉପକୃତ ହେବା ସହିତ ଯାହାଦ୍ୱାରା ଏକ ସୁନ୍ଦର ସ୍ୱଚ୍ଛ ଓ ସୁସ୍ଥ ଭାରତ ପରିକଳ୍ପନା କରାଯାଇପାରିବ ଏହା ନିଃସନେ୍ଦହ । ପରିଶେଷରେ ଭାରତର ପ୍ରଧାନମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ଏଥିପ୍ରତି ଦୃଷ୍ଟିଦେବାକୁ କଲ୍ୟାଣୀ ପରିବାରର ଯାଜପୁର ଜିଲ୍ଲାର ପ୍ରୟାସ, ସିିଡ, ମମତା, ସାଗର, ପ୍ରଗତି, ଆମ ଅଧିକାର, କଂଟିଗଡିଆ କଲ୍ୟାଣୀ ବକ୍ଲ ଆମ ଅଧିକାର ସମେତ ଓଡିଶା ଶାଖାର ସମସ୍ତ କଲ୍ୟାଣୀ କ୍ଲବର କର୍ମକର୍ତ୍ତା ଙ୍କ ଏବଂ ବହୁ ସ୍ୱାସ୍ଥ୍ୟସେବୀ ସଂଘଠନ , ଜନସାଧାରଣ ଦାବି କରିଛନ୍ତି ।

Report By Manas KUmar Rout 

Related Posts

About The Author

Add Comment