ବେତନଟୀ, ୨୦/୯ (ସନ୍ଧାନ ନ୍ୟୁଜ୍/ଲିଙ୍ଗରାଜ ପଣ୍ଡା)- ବେତନଟୀ ପୁଲିସ ବୁଧବାର ଏକ ଗୋରୁ ବୋଝେଇ ପିକଅପ ଜବତ କରିଛି । ୧୮ ନଂ ଜାତୀୟ ରାଜପଥ ଏବେ ଚୋରା ବ୍ୟବସାୟୀଙ୍କ ଭୂସ୍ୱର୍ଗ ପାଲଟିଥିବା ଜଣାଯାଇଛି । ମାଦକଦ୍ରବ୍ୟ ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ଜିନିଷ ଚୋର ଚାଲାଣ ହେଉଥିବା ବେଳେ ପୁଲିସ ଯେଉଁ ଖବର ପାଉଛି ସେହି ଚୋରାଗାଡିକୁ ଧରିବାରେ ସକ୍ଷମ ହେଉଛି । ନିକଟରେ ଚୋରାମଦ ଓ ଗଞ୍ଜଇଗାଡି ଧରିବାରେ ସକ୍ଷମ ହୋଇଥିବା ବେଳେ ବୁଧବାର ଗୋରୁଗାଡି ଧରିବାରେ ସଫଳ ହୋଇଛି । ଗୋଟିଏ ପିକଅପରେ ଗୋରୁ ବୋଝେଇ ହୋଇ ୧୮ ନଂ ଜାତୀୟ ରାଜପଥର ବାଲେଶ୍ୱର ଅଭିମୁଖେ ଯାଉଥିବା ସମୟରେ ପୁଲିସ ଉକ୍ତଗାଡିକୁ ଅଟକାଇ ଥାନାକୁ ଆଣିଥୁଲା । ଏଥିନେଇ ଏକ ମାମଲା ରୁଜୁ କରିବା ସହିତ ପିକଅପ ସହିତ ଗୋରୁ ଗୁଡିକୁ ଉଦ୍ଧାର କରି ପୁଲିସ ହେପାଜତରେ ରଖୁଛି । ଗାଡି ଚାଳକ ନାମରେ ମାମଲା ରୁଜୁ କରି ତାକୁ ଗିରଫ କରିଛି ।
ଗୋରୁ ବୋଝେଇ ପିକଅପ ଜବତ
|
September 20, 2020 |
![](https://sandhannews.com/wp-content/uploads/2019/04/BREAKING-NEWS-SANDHAN.png)