ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେକୁ ଗିରଫ କଲା ବଲାଙ୍ଗିର ପୋଲିସ୍

Spread the love
କଳାହାଣ୍ଡି, ୨୧/୧୦ (ସନ୍ଧାନ ନିଉଜ) କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହଯୋଗୀ ରାଧେକୁ ଗିରଫ କରିଛି ପୋଲିସ୍ । କେବଳ ଏତିକି ନୁହେଁ ଗିରଫ ପରେ କୋର୍ଟ ଚାଲାଣ ମଧ୍ୟ କରାଯାଇଛି । ରାଧେ କୁ ବଙ୍ଗୋମୁଣ୍ଡା ଏସଡ଼ିଜେମ୍ କୋର୍ଟକୁ ନେଇଛି ବଲାଙ୍ଗିର୍ ପୋଲିସ୍ ।ସେପଟେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ୫ ଦିନିଆ ରିମାଣ୍ଡରେ ମଧ୍ୟ ନେଇଛି ବଲାଙ୍ଗୀର ପୋଲିସ ।

 ହତ୍ୟା ସମ୍ପର୍କରେ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ । ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଏବଂ ବଲାଙ୍ଗୀର ଏସପି ଘଟଣାର ତନାଘନା ଚଳାଇଛନ୍ତି । ଗୋବିନ୍ଦ ସାହୁକୁ ଜେରା କରିବା ସହ ଅଧିକ ତଦନ୍ତ ଚଳାଇଛନ୍ତି ଡିଆଇଜି ଏସପି ।

ଘଟଣାର ଅଧିକ ତଦନ୍ତ ପାଇଁ ସିନ୍ଧେକେଲା ଥାନାରେ ପହଞ୍ଚିଥିଲେ ଡିଆଇଜି ଓ ବଲାଙ୍ଗୀର ଏସପି । ସିନ୍ଧେକେଲା ଥାନାରେ କିଛି ସମୟ ରହି କଳାହାଣ୍ଡି ଜିଲ୍ଲାର କେଗାଁ ଥାନା ଓ ମହାଲିଙ୍ଗ ଯାଇ ସ୍ପଟ୍ ଭେରିଫିକେସନ କରିବାକୁ ଯାଇଛନ୍ତି ।

Related Posts

About The Author

Add Comment