ଗୋଡ ହାତ ଛିଣ୍ଡି ପଡିଥିବା ପିତେଇ ଏବେ ସରକାର ପାଇଁ ବଡ ପ୍ରଶ୍ନବାଚୀ ତଥାପି ଚାଲିଛି ପ୍ରଶାସନିକ ଚଂଚକତା

Spread the love

ଯାଜପୁର,୨୨/୦୯/୨୦ (ସନ୍ଧାନ ନିଉଜ) ବାର୍ଦ୍ଦକ୍ୟ, ବୈଧବ୍ୟ, ଦାରିଦ୍ୟ ଓ ରୋଗର ବୋଝ ସାଙ୍ଗକୁ ନିଃସଙ୍ଗ , ନିସହାୟ, ଅସହାୟ ଜୀବନ ବଂଚୁଛନ୍ତି ପିତେଇ ମାଝୀ । ଉତ୍କଟ ଅର୍ଥାଭାବ କାରଣରୁ ଔଷଧ କିଣି ନପାରି କୋଷ୍ଠରୋଗରେ ଛିଣ୍ଡି ପଡିଛି ଗୋଡ ହାତ । ପ୍ରଶାସନ ଓ ଜନପ୍ରତିନିଧିଙ୍କ ନିଷ୍ଠୁରତା ପାଇଁ ପିତେଇ କିନ୍ତୁ ସବୁ ସରକାରୀ ସୁବିଧା ସୁଯୋଗରୁ ବଂଚିତ । ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନାର ସଫଳ ରୂପାୟନ ପାଇଁ ଅଭିଯାନ ଚଲାଇଥିବା ବି.ଜେ.ଡି ନେତା ସତୀଶ ବିଶ୍ୱାଳ ସ୍ୱର ଉଠାଇବା ପରେ ସରକାରୀ କଳର ନିଦ ଭାଙ୍ଗିଛି । ସ୍ୱେଚ୍ଛାସେବୀ ଅନୁଷ୍ଠାନଙ୍କ ସହଯୋଗର ସୁଅ ବି ଛୁଟିଛି । ହେଲେ ପିତେଇ ଏବେ ସରକାରଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନ ପାଇଁ ଗୋଟିଏ ବଡ ପ୍ରଶ୍ନବାଚୀ ହୋଇପଡିଛି ।
ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଆରୁହା ପଂଚାୟତର କୋହ୍ଲା ହିଞ୍ଜଳପାଟିଆ ଗାଁରେ ରହନ୍ତି ପିତେଇ ମାଝୀ । ପିତେଇଙ୍କୁ ବହୁବର୍ଷ ପୂର୍ବରୁ କୋଷ୍ଠ ରୋଗ ହୋଇଥିଲେ ବି ଅର୍ଥାଭାବରୁ ଔଷଧ ନପାଇ ଗୋଡର ପାଦ ହାତର ପାପୁଲି ଛିଣ୍ଡିଗଲା । ବିକଳାଙ୍ଗ ଭତା ପାଇଁ ନୀରକ୍ଷର ପିତେଇ ବହୁ ଅଧିକାରୀଙ୍କ ସହାୟତା ଲୋଡିଛି ହେଲେ କେହି ଶୁଣି ନାହାନ୍ତି । ଭଙ୍ଗା କୁଡିଆରେ ଜୀବନ ବିତାଉ ଥିବା ପିତେଇ ଆବାସ ଯୋଜନାରେ ଘର ଖଣ୍ଡେ ପାଇଲେ ନାହିଁ । ବିକଳାଙ୍ଗ ଭତା ପିତେଇ ପାଇଁ ସାତ ସପନ । ପିତେଇର ସ୍ୱାମୀ ବସନ୍ତ ବାର୍ଦ୍ଦକ୍ୟ ଭତା ପାଇବା ପାଇଁ ବହୁବାର ଆବେଦନ କରି ଆର ପାରିକୁ ଚାଲିଗଲେ ପଛେ ଭତ୍ତା ପାଇଲେ ନାହିଁ । ଏପରିକି ବସନ୍ତ ଆଖି ବୁଜି ଆର ପାରିକୁ ଗଲାପରେ ବି ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କାଟିଏ ମିଳିଲା ନାହିଁ । ସ୍ୱାମୀ ଯିବା ପରେ ହାତ ଗୋଡ ନଥିବା ବିଧବା ବୃଦ୍ଧା ପିତେଇ ପାଇଁ ଦୁନିଆରେ ଆଉ କେହି ନାହିଁ କହିଲେ ଚଳେ । ତଥାପି ଗାଁର ଆଦିବାସୀ ଲୋକେ ସହଯୋଗର ହାତ ବଢାଇ ପିତେଇକୁ ଦେଉଥିବା ଭିଖ ମୁଠାକରେ ପିତେଇର ଗଣ୍ଡେ ଖାଇ ଦଣ୍ଡେ ବଞ୍ଚେ । ଏହାପରେ ବି ପିତେଇଙ୍କୁ ରାସନ କାର୍ଡ ମିଳିନାହିଁ । ଏହି ପଂଚାୟତରେ କାହିଁ କାହିଁ ଥିଲାବାଲା ନକଲି ଗରୀବ ସାଜି ଆବାସ ଯୋଜନାରେ ଘର ଓ ରାସନ କାର୍ଡ ହାତେଇଛନ୍ତି । ସେଥିପାଇଁ ଏଥିନେଇ ସୂଚନା ଅଧିକାରରେ ତଥ୍ୟ ମାଗିଲା ପରେ ବି ପ୍ରଶାସନ କିନ୍ତୁ ତଥ୍ୟ ନଦେଇ ଆଣ୍ଠେଇଛି । ତେବେ ଏଥିନେଇ ସତୀଶ ସ୍ୱର ଉଠାଇବା ପରେ ଯାଜପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ମିହିର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ପ୍ରଶାସନ ତରଫରୁ ତତ୍ପରତା ପ୍ରକାଶ ପାଇବା ସହ ଏକ ପ୍ରଶାସନିକ ଦଳ ପିତେଇର ଘରେ ପହଂଚି ତଦନ୍ତ ଆରମ୍ବ କରିଛନ୍ତି । ପିତେଇ ସମସ୍ୟାକୁ ଫାଙ୍କିଦେବାକୁ ମଧ୍ୟ ତଦନ୍ତକାରୀ ଦଳ ତରଫରୁ ଖେଳ ଆରମ୍ବ ହୋଇ ଯାଇଛି । ତଦନ୍‌ୁସାରେ ପିତେଇ ରାସନକାର୍ଡ ପାଇଥିବା ସହ ତାକୁ ଅତୀତରେ ୨୫ ହଜାର ଟଙ୍କିଆ ଇନ୍ଦିରା ଆବାସ ମିଳି ଥିବାର ରିପୋର୍ଟ ପ୍ରସ୍ତୁତ ହୋଇଛି । ବାସ୍ତବତା ହେଉଛି ପିତେଇଙ୍କୁ ଯଦି ବି ଇନ୍ଦିରା ଆବାସ ମିଳିଛି, ତେବେ ଏ ବାବଦ ଅର୍ଥ ତାର ପରିବାର ପାଇନାହାନ୍ତି । ଏମାନଙ୍କ ନୀରକ୍ଷରତା ଏବଂ ସରଳତାର ସୁଯୋଗରେ ଅନ୍ୟ କେହି ଏହି ଅର୍ଥ ହଡପ କରିଛି । ତେବେ ପୂର୍ବରୁ ଦୀର୍ଘବର୍ଷ ତଳେ ଆବାସ ଯୋଜନାରେ ଗୃହ ପାଇଥିବା ଅନେକ ପରିବାର ଏହି ପଂଚାୟତରେ ପୁନଶ୍ଚ ଆବାସ ଯୋଜନାରେ ଗୃହ ପାଇଥିବା ବେଳେ ପିତେଇ ପରି ଅସହାୟ ପାଇଁ ଆଇନ କାର୍ଯ୍ୟକାରୀ ହେଉଛି । ସେହିପରି ପିତେଇ ତାର ଜୀବନରେ କେବେ ବି ରାସନ କାର୍ଡ ପାଇ ନଥିବା ବେଳେ ତାର ରାସନ କାର୍ଡଟି କିଏ ରଖିଛି ଏବଂ ସେହି କାର୍ଡରେ ଚାଉଳ ଉଠିଛି ନାଁ ନାହିଁ । ଯଦି କେବେ ଉଠିଛି ତେବେ ଏହା ଆଉ ଏକ ବଡ ଦୁର୍ନିତିର ସଂକେତ ଦେଉଛି । ପିତେଇ ଚାଉଳ ଉଠାଇ ନଥିବା ବେଳେ ତାର ଚାଉଳକୁ ଉଠାଇଥିବା ରିଟେଲର ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ତଦନ୍ତରେ ଡୋରି ବାନ୍ଧିବାକୁ ଚେଷ୍ଠା କରୁଛନ୍ତି ତଦନ୍ତକାରୀ ଅଧିକାରୀ । ପୁନଶ୍ଚ ପିତେଇ କୁଆଡେ ଆଧାର କାର୍ଡ ଦେଇ ନଥିବାରୁ କିଛିଦିନ ପରେ ତାର ରାସନ ଚାଉଳ କଟି ଯାଇଥିବାର ମଧ୍ୟ କୁହାଯାଉଛି । ହେଲେ ଆଧାର ସଂଯୋଗ କରିବା ଦାୟୀତ୍ୱରେ ଥିବା ରିଟେଲର କିମ୍‌ା ଅଧିକାରୀ କାହିଁକି ତାର ଆଧାର ଆଣିଲେ ନାହିଁ, ସେଥିନେଇ ମଧ୍ୟ ତଦନ୍ତ ଆଗଉ ନାହିଁ ବୋଲି ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଆଜି ଉଦବେଗ ପ୍ରକାଶ କରି ଏଥିନେଇ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ନେଇ ଥିବା ଆନ୍ତରିକତା ଏବଂ ଅଙ୍ଗୀକାରବଦ୍ଧତାକୁ ବି.ଜେ.ଡି ନାମରେ ପ୍ରଭାବଶାଳୀ ହେଉଥିବା କେତେକ ରାଜନେତା ଚ୍ୟାଲେଞ୍ଜ କରୁଛନ୍ତି ବୋଲି ସତୀଶଙ୍କ ଅଭିଯୋଗ ସାଧାରଣରେ ଘୋର ଆଲୋଡନ ସୃଷ୍ଟି କରିଛି । ଏହି କ୍ଷମତାଶାଳୀ ମାନେ ହିଁ ଏଠାରେ ଯାବତୀୟ ଅନିୟମିତତା କରିବାକୁ ପ୍ରଶାସନକୁ ବାଧ୍ୟ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଏହାପରେ ସୂର୍ଯ୍ୟାଲୋକ, ଆଶାର ଆଲୋକ ପ୍ରଭୃତି ବହୁ ସ୍ୱେଚ୍ଛସେବୀ ଅନୁଷ୍ଠାନ ପିତେଇଙ୍କ ଘରେ ପହଂଚି ତାଙ୍କୁ ପ୍ରର୍ଯ୍ୟାପ୍ତ ପରିମାଣର ରିଲିଫ ପ୍ରଦାନ କରିବା ସହ ଦଃୁସ୍ଥ ମଣିଷଙ୍କ ସ୍ୱାର୍ଥରକ୍ଷା ନେଇ ମଧ୍ୟ ସତୀଶଙ୍କୁ ସାକ୍ଷାତ କରି ଆଲୋଚନା କରି ଫେରିଛନ୍ତି ।Report-M Rout

Related Posts

About The Author

Add Comment