ଗୋଟିଏ ଦିନରେ ୩ ମର୍ଡର

Spread the love

କଟକ, ୨୫/୭ (ସନ୍ଧାନ ନିୟୁଜ ) : ଗୋଟିଏ କି ଦୁଇଟି ନୁହେଁ, ୨୪ ଘଣ୍ଟାରେ ୩ ମର୍ଡର। ଭାଇଚାରା ସହର କଟକକୁ ଏବେ ସାଇକୋ କିଲରର ଚିନ୍ତା ଘାରିଛି। କଟକରେ ଘୁରି ବୁଲୁଛି ସାଇକୋ କିଲର, ଯେ କି ମାତ୍ର ୨୪ ଘଣ୍ଟା ଭିତରେ ୩ ଜଣଙ୍କ ଗଳା କାଟି ହତ୍ୟା କରିସାରିଲାଣି।

ନିରୀହ ଲୋକମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରୁଛି ସେ। ଫୁଟପାଥରେ ଶୋଉଥିବା ଲୋକ ଓ ଖୋଲା ଦୋକନରେ ଶୋଉଥିବା ଲୋକଙ୍କୁ ଟାର୍ଗେଟ କରି ଧାରୁଆ ଅସ୍ତ୍ରରେ ଗଳା କାଟି ହତ୍ୟା କରୁଛି ସାଇକୋ କିଲର। ଯାହାକୁ ଦେଖି କମିଶନରେଟ୍ ପୋଲିସର ହୋସ୍ ଉଡିଯାଗଛି।

ମଙ୍ଗଳବାର ଦିନ ରାଣୀହାଟ କେନାଲ କୂଳରେ ହତ୍ୟା ହୋଇଥିବା ବେଳେ ବୁଧବାର ଦିନ ଚାଉଳିଆଗଞ୍ଜ ଓ ମଙ୍ଗଳାବାଗରେ ମର୍ଡର ହୋଇଛି। ତେବେ ସବୁ ମର୍ଡର ପଛରେ ଗୋଟିଏ ଲୋକର ହାତ ଅଛି ବୋଲି କଟକ ସିପି କହିଛନ୍ତି। ଏନେଇ ଗତକାଲି ରାତିସାରା କଟକରେ ପଇଁତରା ମାରିଥିଲେ ମଧ୍ୟ ପୋଲିସ ହାତକୁ ଏପର୍ଯ୍ୟନ୍ତ କିଛି ବି ସୁରାକ୍ ମିଳିପାରିନାହିଁ। ସାଇକୋ କିଲରର ଏଭଳି ଗତିବିଧି ଦେଖି ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଲୋକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଟକରେ ୫ ପ୍ଲାଟୁନ୍ ପୋଲିସ ମୁତୟନ କରାଯିବ ବୋଲି ଡିସିପି ଅଖିଲେଶ୍ୱର ସିଂହ କହିଛନ୍ତି।

ଏବେ ଏହି ସାଇକୋ କିଲରକୁ ଧରିବା ପୁଲିସ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇପଡିଛି।

Report- Prakash Rout

Related Posts

About The Author

Add Comment