ଗୁଣପୁର ଷ୍ଟେଶନରେ ଟ୍ରେନ ଦୁର୍ଘଟଣା

Spread the love

ରାୟଗଡ଼ା, ୨୩/୦୧/୨୦ (ସନ୍ଧାନ ନିଉଜ) : ଗୁଣୁପୁର ଷ୍ଟେସନ ନିକଟରେ ଟ୍ରେନ ଦୁର୍ଘଟଣା। ଗତକାଲି ରାତି ୯ଟାରେ ଘଟିଛି ଏହି ଦୁର୍ଘଟଣ। ଇଞ୍ଜିନ୍‌ ବଦଳାଇବାକୁ ଯାଉଥିବାବେଳେ  ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନର ଇଞ୍ଜିନ ଡେଡ୍ ଲାଇନକୁ ଧକ୍କା ଦେଇଥିଲା।

ପୁରୀ-ଗୁଣପୁର ପାସେଞ୍ଜର ଟ୍ରେନ ଗତକାଲି ପୁରୀରୁ ଗୁଣପୁର ଆସୁଥିଲାବେଳେ ଗୁଣପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଷ୍ଟେଶନରେ ସମସ୍ତ ଯାତ୍ରୀ ଓହ୍ଲାଇବା ପରେ ଟ୍ରେନ୍‌ଟି ଇଞ୍ଜିନ୍‌ ବଦଳାଇବା ନିମନ୍ତେ ଡେଡ୍‌ ଲାଇନ୍‌ ନିକଟକୁ ଯାଇଥିଲା। ମାତ୍ର ସେଠାରେ ତାହା ଡେଡ୍‌ଲାଇନ୍‌କୁ ଧକ୍କା ଦେଇଥିଲା। ଫଳରେ ଆଉ ଏକ ଇଞ୍ଜିନ୍‌ ସଂଯୋଗ ହୋଇ ଟ୍ରେନ୍‌ଟି ରାତି ପ୍ରାୟ ୧ଟା ପରେ ପଲାସା ଅଭିମୁଖେ ବାହାରିଥିଲା

Related Posts

About The Author

Add Comment