ଗାର୍ମେଣ୍ଟ ସୋ’ ରୁମ୍‌ରୁ ଲୁଟିନେଲେ ୧୧ ହଜାର ଟଙ୍କାର ଜିନିଷ

Spread the love
  •  
  •  
  •  
  •  
  •  

ରାଉରକେଲା , 20.01.2021 (ସନ୍ଧାନ ନିଉଜ୍): ନିଜର ନିର୍ବୋଧତା ଯୋଗୁଁ ଫସିଲେ ଦୋକାନୀ । ୧୧ ହଜାର ଟଙ୍କାର କପଡା ଠକି ନେଲେ ଠକ । ରାଉରକେଲା ମେନ୍ ରୋଡ଼ରେ ଥିବା ସୁପ୍ରିଆ ଗାର୍ମେଣ୍ଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନାଯୋଗ୍ୟ ଯେ, ଗତ ୧୭ ତାରିଖରେ ସୁପ୍ରିୟା ଗାର୍ମେଣ୍ଟ ସୋ ରୁମ୍ କୁ ଯାଇ ୧୧ ହଜାର ୮ ଶହ ଟଙ୍କାର କପଡା କିଣିଥିଲେ । ଏହାପରେ କାଉଣ୍ଟରକୁ ଆସି ୨୦୦ ଟଙ୍କା କ୍ୟାସ୍ ଦେଇ ବାକି ଟଙ୍କା ଅନଲାଇନ ପେମେଣ୍ଟ କରିଥିଲେ । ପେମେଣ୍ଟ ନ କରି ପୂର୍ବରୁ ଥିବା ପେମେଣ୍ଟ ମେସେଜକୁ ଦେଖାଇ ସେଠାରୁ ଜିନିଷ ନେଇ ପଳାଇଥିଲେ । ଦୋକାନୀ ମଧ୍ୟ ନିଜ ଅକାଉଣ୍ଟରେ ପେମେଣ୍ଟ କ୍ରେଡିଟ ହେଲା କି ନାହିଁ ଚେକ୍ କରିନଥିଲେ । ପରେ ଚେକ୍ କରିବାରୁ ପେମେଣ୍ଟ ହୋଇନଥିବା ଜଣାପଡିଥିଲା । ଏହାପରେ ଦୋକାନୀ ମାଲିକ ଥାନାରେ ଠକେଇ ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ସିସିଟିଭି ପୁଟେଜ ଯାଞ୍ଚ କରି ଘଟଣାର ତଦନ୍ତ କରୁଛି ।

 

Related Posts

About The Author

Add Comment