ଯାଜପୁର, ୮/୭(ସନ୍ଧାନ ନିୟୁଜ) :ଦୁଇ ବର୍ଷ ପୂର୍ବେ ବିଦ୍ୟାଳୟ ପରିସରରେ ପ୍ରତିଷ୍ଠା ହୋଇଥିବା ଏକ ଗାନ୍ଧୀ ମୁର୍ତ୍ତିକୁ ଦୁବୃତ୍ତମାନେ ଭାଙ୍ଗି ମୁଣ୍ଡ କାଟିନେଇଥିଲେ, ଏହି ଖବର ବାରମ୍ବାର ପ୍ରକାଶ ପାଇବା ପରେ ଆଜି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ବିଦ୍ୟାଳୟରେଯ ପହଞ୍ଚି ପରିଚାଳନା କମିଟି ଓ ପ୍ରଦାନ ଶିକ୍ଷକଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତା ଅଗଷ୍ଠ ମାସ ୧୫ ତାରିଖରେ ମହାତ୍ମା ଗାନ୍ଧୀଙ୍କ ଏକ ପୁର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦେଇଛନ୍ତି । ପ୍ରତୃଶୃତି ପାଇବା ପରେ ଗ୍ରାମବାସୀଙ୍କ ସମେତ ପରିଚାଳନା କମିଟି ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ବେଶ ଆନନ୍ଦିତ ହୋଇପଡିଛନ୍ତି । ପ୍ରକାଶଥାଉକି ଦୁଇ ବର୍ଷ ପୂର୍ବେ ବଡଘୁମୁରୀ ନୋଡାଲ ୁପ୍ରା ବିଦ୍ୟାଳୟ ପରିସରରେ ପରିଚାଳନା କମିଟି ସଭାପତିଙ୍କ ପ୍ରତ୍ୟକ ତତ୍ୱାବଧାନରେ ମାହାତ୍ମା ଗାନ୍ଧୀଙ୍କ ଏକ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା, ମାତ୍ର ଠିକ ଏହାର ପରଦିନ କେହି ଦୁବୃତ୍ତ ଗାନ୍ଧୀଙ୍କ ମୁଣ୍ଡା କାଟି ଚୋରି କରିନେଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦାକରାଯିବା ସହ ଥାନାରେ ମଧ୍ୟ ଅଭିଯୋଗ କରାଯାଇଥିଲା । ପରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ପ୍ରତିଶୃତି ମିଳିଥିଲା ସତ ମାତ୍ର ତାହା କାର୍ଯ୍ୟକାରୀ ହୋଇପାରିନଥିଲା । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପ୍ରତିଶୃତି ମିଳିବା ପରେ ଆନନ୍ଦ ପ୍ରକାଶ ପାଇଛି ।
ଗାନ୍ଧୀ ଷ୍ଟାଚୁ ପ୍ରତିଷ୍ଠା ପାଇଁ ମିଳିଲା ପ୍ରତିଶୃତି
|
July 8, 2018 |
