ଗାନ୍ଧୀ ଜୟନ୍ତୀ ଓ ସ୍ବଚ୍ଛତା ପାଇଁ ପାଦେ

Spread the love
ମଞ୍ଜୁରୀ ରୋଡ,ତା ୦୪/୧୦ (ସନ୍ଧାନ ନିୟୁଜ) ରବିବାର ଦିନ  ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ବିବେକାନନ୍ଦ ଯୁବ ସଂସଦ ଓ ନେହେରୁ ଯୁବ କେନ୍ଦ୍ର ସଂଗଠନ, ଭଦ୍ରକ ମିଳିତ ଆନୁକୂଲ୍ୟରେ ଗାନ୍ଧୀ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି। ସକାଳ ୯ ଟା ରୁ ଛାତ୍ରଛାତ୍ରୀ ମାନ ଶିଶୁ ମନ୍ଦିର ପରିସରର ପରିସ୍କାର ପରିଚ୍ଛନ୍ନ କରିଥିବା ବେଳେ, ଶତାଧିକ ଛାତ୍ରଛାତ୍ରୀ ସଂପୂର୍ଣ୍ଣ ସ୍କୁଲ ପରିଶେଷର ସଫେଇ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏକ ଜୟନ୍ତୀ ପାଳନ ସଭା ରଖାଯାଇଥିଲା। ଉକ୍ତ ସଭାର ସଭାପତି ଭାବରେ ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ଦାସ ଗାନ୍ଧୀଜୀଙ୍କ ଜୀବନାର୍ଦଶ ଓ ତାଙ୍କର ପ୍ରେରିତ ମାର୍ଗ ବିଷୟରେ ବିଶେଷ ବିଶ୍ଲେଷଣ କରିଥିବା ବେଳେ। ମୁଖ୍ୟ ବକ୍ତା ଡ଼ ପୁରୁଷୋତ୍ତମ ଧଳ, ଏ.ବି.ଇ.ଓ , ଘଟଗାଁ ବ୍ଲକ ଯୋଗ ଦେଇ ଗାନ୍ଧୀଙ୍କ ସ୍ବଚ୍ଛତା ଆଧାରିତ ମତ ଓ ମନ୍ତବ୍ୟ ବିଷୟରେ ବିଶେଷ ଆଲୋଚନା କରିଥିଲେ। ମୁଖ୍ୟ ଅତିଥି ଭାବରେ ନାଆଁମୀ ମହାବିଦ୍ୟାଳୟ ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀ ବନମାଳୀ ପଣ୍ଡା ଗାନ୍ଧୀଜୀଙ୍କ ସତ୍ୟ ଅହିଂସା, ସମୟାନୁବର୍ତ୍ତିତା ବିଷୟରେ ମନ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବରେ ଶିଳ୍ପୀ ଶ୍ରୀ ଗଜେନ୍ଦ୍ର ସାହୁ , ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ହରିଶ୍ଚନ୍ଦ୍ର ଜେନା, ପ୍ରମୁଖ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମର ଉଦ୍ୟୋକ୍ତା ରେଭେନ୍ସା ବିଶ୍ଵବିଦ୍ୟାଳୟ ଡକ୍ଟୋରାଲ ଗବେଷକ, ତଥା ବିବେକାନନ୍ଦ ଯୁବ ସଂସଦର ରାଜ୍ୟ ଆବାହକ ଶ୍ରୀ ବିନାୟକ ଘୋଷ ସ୍ବାଗତ ଭାଷଣ ଓ ଅତିଥି ପରିଚୟ କରାଇବା ବେଳେ ଶିକ୍ଷକ ଶ୍ରୀ ନାରାୟଣ ଚନ୍ଦ୍ର ବୋଇତାଇ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭିକ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ସ୍ନାତକୋତ୍ତର ଛାତ୍ରୀ ଜ୍ୟୋତି ପ୍ରଭା ଖଣ୍ଡେଇ ଓ ସଂଯୁକ୍ତ ନାୟକ ପରିବେଷଣ କରିଥିବା ବେଳେ, ଛାତ୍ରୀ ବର୍ଷାରାଣୀ ବେହେରା ସଂଗୀତ ପରିବେଷଣ କରିଥିଲେ ‌ତଥା ସହଯୋଗୀଭାବରେ ଅଧ୍ୟାପକ ଶ୍ରୀ ଗଜେନ୍ଦ୍ର ଦାସ, ଛାତ୍ର ଦେବାଶିଷ ପଟ୍ଟନାୟକ, ମୋନାଲୀ ମଧୁସ୍ମିତା, ତାପସ, ପିତାମ୍ବର, ସୁନନ୍ଦା ପ୍ରମୁଖ କାର୍ଯ୍ୟକ୍ରମକୁ ପୂର୍ଣ୍ଣ ସଫଳ କରାଇଥିଲେ।

Related Posts

About The Author

Add Comment