ଧନୁପାଲି , ୦୧/୧୦/୨୦ (ସନ୍ଧାନ ନିଉଜ) : ଧନୁପାଲି ଅନ୍ତର୍ଗତ ଗୋବିନ୍ଦତୋଲା ରେ ବିଶ୍ୱଜିତ ଦାସ ଓ ସମାଜସେବୀ ବିକ୍ରମ ଗୁରୁ ସହଯୋଗ ରେ ଏକ ଗାଈ କୁ ଏକ ଡ୍ରେନ ଭିତରୁ ଅଗ୍ନିସମ ବିଭାଗ ସହାୟତା ରେ ଉଦ୍ଧାର କରାଯାଇ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ଦ୍ୱାରା ଚିକିତ୍ସା କରାଯାଇଛି .ଶ୍ରୀଯୁକ୍ତ ବିକ୍ରମ ବାରମ୍ବାର ନିସ୍ଵାର୍ଥପର ଭାବେ ଗୋସେବା କରୁଥିବାର ଆଗରୁ ଦେଖିବାକୁ ମିଳିଛି . ଦୁଇ ଜଣ ସମାଜସେବୀ ଙ୍କ ମିଳିତ ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ଅନନ୍ୟ ଉଧାରଣ ପାଲଟିଛି .ଏସବୁ ରେ ବିକ୍ରମ ବାବୁଙ୍କୁ ଆଗରୁ ଜାଣିଥିବା କଥା ପ୍ରାଣୀ ଚିକିତ୍ସା କର୍ମଚାରୀ କହିଛନ୍ତି .କିନ୍ତୁ ଏଥିରେ ଉଦବେଗ ର କଥା ହେଲା ବିକ୍ରମ ବାକୁ ଏବଂ ତାଙ୍କ ସହଯୋଗୀ କହିଛନ୍ତି ଯେ ସେମାନେ ବାରମ୍ବାର ଏ ନେଇ ପ୍ରଶାସନ କୁ ଜଣେଇଲେ ବି ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହେଇନି କି ସମ୍ବଲପୁର ଭଳି ଏତେ ବଡ ସହରରେ ଗୋଟିଏ ବି ଗୋଶାଳା ବି ନାହିଁ .ବୁଲା ଗାଈ ଗୋରୁ ଙ୍କ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି .ଗୋରୁ କୁ ଗୋମାତା କହୁଥିବା ପ୍ରଶାସନିକ ବ୍ୟକ୍ତି କଣ କରିଛନ୍ତି ଏମାନଂକ ପାଇଁ ? ଆମର ଏହି ଖବର ପ୍ରସାରଣ ପରେ କଣ ପଦକ୍ଷେପ ନେଉଛି ପ୍ରଶାସନ ତାହା ଦେଖିବା ବାକି ରହିଲା ସାଧାରଣ ରେ .
ଗାଈ କୁ ଗୋମାତା ଖାଲି ଏକ ଶବ୍ଦ ନା ଆଉ କିଛି ..
|
October 1, 2020 |