ଗବେଷଣା କାହିଁ?

Spread the love
  •  
  •  
  •  
  •  
  •  

କୁହାଯାଏ ଗୋଟିଏ ଦେଶର ଉନ୍ନତି ଗବେଷଣାରୁ ହିଁ ହୋଇଥାଏ । ଆଉ ଗବେଷଣା ଯେତେ ପରିମାର୍ଜିତ ପରିପୃଷ୍ଟ ହେବ ତାହା ସେତେ ଭଲ ଫଳ ପ୍ରଦାନ କରିବ । ଆଉ ଭଲ ଫଳରୁ ଭଲ ଗଛ ହେବା ସହିତ ତାହା ସମାଜ ପାଇଁ ସବୁ ପ୍ରକାରର ହିତରେ ଆସିବ । ସରକାର ରାଜନୌତିକ ଫାଇଦା ପାଇଁ ଏହି ଗବେଷଣା କ୍ଷେତ୍ରଟିକ୍‌ୁ ଅଣଦେଖା କରିଆସୁଛନ୍ତି । ଶିକ୍ଷା ଅଧିକ ହେଲେ ଲୋକମାନଙ୍କ ଉନ୍ନତି ଆସିବା ସହିତ ସେମାନେ ନିଜର ଅଧିକାର ବିଷୟରେ ଜାଣିପାରିବେ । ସେହିପରି ଗବେଷଣାର ଭିତ୍ତିଭୂମି ହେଲେ ନୂଆ ତଥ୍ୟ ସହିତ ନୂଆ ନୂଆ ଉଦ୍ଦାବନ ସୃଷ୍ଟି ହେବ । ଯାହା ମାନବ ସମାଜର ବିକାଶରେ ସହାୟକ ହେବ । ଅଷ୍ଟାଦଶ ଶତାଦ୍ଦୀରେ ଇଂଲଣ୍ଡରୁ ଆରମ୍ଭ ହୋଇଥିଲା ଶିଳ୍ପ ବିପ୍ଲବ । ଯେଉଁଥିରେ ଅନେକ ନୂତନ କୌଶଳ ଏବଂ ଜିନିଷ ସୃଷ୍ଟି କରି ଏକ ନୂତନ ଇତିହାସ ରଚନା କରାଯାଇଥିଲା । ସେହିପରି ଏହା ପୂର୍ବରୁ ସ୍ପେନ ପର୍ତ୍ତଗୀଜ ମାନେ ନିଜର ନୌବାଣିଜ୍ୟ ଦକ୍ଷତା ବୃଦ୍ଧି କରି ଇରୋପରେ ନିଜର ପ୍ରଭାବ ବିସ୍ତାର କରିବାରେ ସକ୍ଷମ ହୋଇଥିଲେ । ଏହାକୁ ସେହି ସମୟର ସ୍ପେନ ରାଜବଂଶ ପୂର୍ଣ୍ଣ ମାତ୍ରାରେ ପ୍ରୋତ୍ସାହନ ଯୋଗାଇ ଦେଉଥିଲେ । ମାତ୍ର ଆମ୍ଭେ ମାନେ ଏକବିଂଶ ଶତାଦ୍ଦୀରେ ଉପନୀତ ହୋଇସାରିଛନ୍ତି । ଏହା ଭିତରେ ନୂତନ ଉଦଦ୍ଭାନ ପାଇଁ ଯଦିଓ ଅନେକ ବିଶ୍ୱବିଦ୍ୟାଳୟ ସଂସ୍ଥା ମାନ ଗଢ଼ି ଉଠିଛି ହେଲେ ବାସ୍ତବ କ୍ଷେତ୍ରରେ ପ୍ରୟୋଗାତ୍ମକ ଗବେଷଣା ସୃଷ୍ଟି ହୋଇପାରୁନାହିଁ । ଏହାର ମୂଳ କାରଣ ସାଜିଛି ସରକାରୀଙ୍କ ଉଦାସୀନତା । ଯଦି ସରକାର ଗବେଷଣାକୁ ପୂରା ମାତ୍ରାରେ ପ୍ରୋତ୍ସାହନ କରବା ସହିତ ଗବେଷଣା କରୁଥବା ବ୍ୟକ୍ତି ଛାତ୍ରଛାତ୍ରୀ ମାନଙ୍କର ସାମଜିକ, ଆର୍ଥିକ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ସହିତ ତାଙ୍କ ପରିବାରର ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦିଅନ୍ତେ ତେବେ ଏହି ଦିଗରେ ଉନ୍ନତି ହୁଅନ୍ତା । ଯାହା ଫଳରେ ସମ୍ପୁକ୍ତ ବ୍ୟକ୍ତିଟି ଗବେଷଣା କ୍ଷେତ୍ରରେ ନିଜର ମନ ଧ୍ୟାନ ଦେଇ କାର୍ଯ୍ୟ କରିବା ସହିତ ଗବେଷଣାରେ ଉନ୍ନତି କରିପାରିବ । ମାତ୍ର ସରକାର ବୋଧ ହୁଏ ନିଜ ଦେଶର ଉନ୍ନତି ଅପେକ୍ଷା ନିଜର ରାଜନୌତିକ ପ୍ରତିପତିର ବିକାଶ ଚାହୁଁଛନ୍ତି । ଏଭଳି ପ୍ରସଙ୍ଗ ଉପସ୍ଥାପନ କରିବାର ଯଥାର୍ଥତ ଏଥିପାଇଁ ପଡିଲା ଏବେ କରୋନା ମହାମାରୀ ରୋଗ ଭାରତରେ କାୟା ବିସ୍ତାର କରିଛି । ପ୍ରଥମ ଯେମିତି କାୟା ବିସ୍ତାର କରିଥିôଲା ଏବେ ତାହା ଅଧିକ ମାତ୍ରାରେ ରହିଛି । ପ୍ରଥମେ ଯେମିତ କେରାନା ଚିକତ୍ସା ପାଇଁ ମେଲେରିଆ ଓøଷଧ୍ୟକୁ ବାହାରଦେଶବି ନେବା ପାଇଁ ବାଡାପିଟା ହେଲେ ଏବେ କିନ୍ତୁ ତାହା ନାହିଁ । ନାଁ ଆଉ ଚାଲିଛି ମେଲରିଆ ଓøଷଧ୍ୟ କିମ୍ଭା ଆଜିଥ୍ରମାଇସିନ୍‌ର କ୍ରେଜ୍ । ଏହି ବର୍ଷକ ମଧ୍ୟରେ କରୋନା ସୃଷ୍ଟି ହେଇଥିବା ଦେଶ ଚାଇନାରୁ ମାତ୍ର ଅଳ୍ପ ଦିନ ମଧ୍ୟରେ ସମ୍ପୁର୍ଣ୍ଣ ଭାବେ ଚିକିତ୍ସା କରାଯାଇପାରିଥିବା ବେଳେ ଆମେରିକା,ଋଷିଆ ଏବଂ ଅନ୍ୟନ ଦେଶମାନେ ସେମାନଙ୍କ ଦେଶରୁ ଏଭଳି ମହାମାରୀକୁ ସମ୍ପୁର୍ଣ୍ଣ ଲୋପ କରିବାରେ ସକ୍ଷମ ହୋଇସାରିଛନ୍ତି । ମାତ୍ର ଭାରତ ଏହି କ୍ଷେତ୍ରରେ ଯଦିଓ ଦୁଇଟି ଟିକାର ବିକାଶ କରିବା ସହିତ ଡିଆରଡିଓ ପକ୍ଷରୁ ଓøଷଧ୍ୟ ପ୍ରସ୍ତୁତ କରାଯଇଛି ହେଲେ ଏହା ଭାରତୀୟ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଆଜିବି ଏକ ଅସଫଳ ହୋଇ ରହିଛି । ଏହାର କାରଣ ଭାରତରେ ଯଥେଷ୍ଟ ଗବେଷଣା ନାହିଁ । ଯାହାବି ଅଛି ତାଙ୍କ ପାଇଁ ଭଲ ସୁବିଧା ସୁଯୋଗ ଦିଆଯାଉନାହିଁ । ଏପରକି ହେବା ଦ୍ୱାରା କରୋନାର ପ୍ରତିକାର ଅଧିକ ମାତ୍ରାରେ ମିଳିପାରୁନାହିଁ । ଭାରତ ବର୍ଷ ଭଳି ଅଧିକ ଜନସଂଖ୍ୟା ବିଶିଷ୍ଠ ଦେଶରେ ମାତ୍ର ଗୋଟିଏ ଦୁଇଟି କମ୍ପାନୀରେ ସମ୍ପୁର୍ଣ୍ଣ ଭାରତବାସୀଙ୍କୁ ଟିକା ଯୋଗାଇପାରିବେ ତାହା ପାଇଁ କେତେ ବର୍ଷ ଲାଗିବ ତାହା କହିବା ମୁସ୍କିଲ । କରୋନା ୨୦୧୯ରେ ସୃଷ୍ଟି ହୋଇଥିବା ରୋଗ ନୁହେଁ । ଆମ୍ଭ ପିଲାଙ୍କ ବାୟଲୋଜି ବହିରେ ଏହି ରୋଗ ବିଷୟରେ ଉଲ୍ଲେକ ଅଛି କି ଏହି ରୋଗ ଏକ ଥଣ୍ଡା ଜାତୀୟ ରୋଗ ଅଟେ । ଏବଂ ପ୍ରତି ୫୦ବର୍ଷ ବ୍ୟବଧାନ ମଧ୍ୟରେ ଏହା ଏପରି ଭାବରେ ଆସିଥାଏ । କିନ୍ତୁ ଯଦି ଏହି ରୋଗ ୫୦ବର୍ଷ ମଧ୍ୟରେ ଏପରକି ଭାବେ ଆସୁଥିଲା ତେବେ ଏହା ଉପରେ ପୂର୍ବରୁ ଏହାର ନିଦାନ ପାଇଁ କାହିଁ ଗବେଷଣା କରାଯାଉନଥିଲା କାହିଁକି? ଏପରକି ଭାରତରେ ବର୍ଷରେ ୮୦୦ଶହରୁ ଉର୍ଦ୍ଧ ବିଶ୍ୱବିଦ୍ୟାଳୟ ମାନ ରହିôବା ସତ୍ୱେ ଭାରତରେ ଅଧିକ ଗବେଷଣା କଣ ପାଇଁ ସୃଷ୍ଟି ହେଲାନାହିଁ । ଯଦି ସରକାର ଦେଶ ଓ ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଦେଇଥାନ୍ତେ ଏବଂ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ କରିବା ନିମେନ୍ତ ପଦକ୍ଷେପ ନେଇଥାନ୍ତେ ତେବେ ଏହି ରୋଗର ନିଦାନ ହୁଏତ ଆରମ୍ଭରୁ ବାହାରି ପାରିଥାନ୍ତା । ବହୁ ପୂର୍ବରୁ ଚାଇନା ବାୟଲୋଜି ୱାର କରିବା ପାଇଁ ନିଜର ଗବେଷଣା କରୁଥିବା ବିଭିନ୍ନ ଆର୍ନ୍ତଜାତୀୟ ଗଣମାଧ୍ୟମ ସଂସ୍ଥା ଆଶା ପ୍ରକଟ କରିଥିବା ବେଳେ ଭାରତ ସେହି ସମୟର ଏହାର ଶତ୍ରୁ ଦେଶ ଚାଇନା ଉପରେ ଏହାକୁ ପ୍ରତିହତ କରିବାରେ ଲାଗିନଥିଲା । ଏପରକି ଭାରତ ଭଳି ଦେଶରେ ଦେଶୀ ଚିକତ୍ସା ପଦ୍ଧତି ପରମ୍ପରା ରହିଥିବା ବେଳେ ତାହାର ଉପଯୋଗ ହୋଇନଥିଲା ।
ଦେଶରେ ୨୦୧୯ ସୁଧା ମୋଟ ୯୧୯ଟି ବିଶ୍ୱବିଦ୍ୟଳୟ ରହିଥିବା ବେଳେ ସର୍ବାଧିକ ରାଜସ୍ଥାନରେ ରହିଛି । ୨୦୧୭ର ତଥ୍ୟ ଅନୁଯାୟୀ କେନ୍ଦ୍ରୀୟ ବିଶ୍ୱବଦ୍ୟାଳୟ ସଂଖ୍ୟା ୫୪ ରହିଥିବା ବେଳେ ରାଜ୍ୟସ୍ତରୀୟ ବିଶ୍ୱବିଦ୍ୟାଳୟ ସଂଖ୍ୟା ୪୧୧ ଏବଂ ଡିମ୍‌ଡ ବିଶ୍ୱବିଦ୍ୟାଳୟ ସଂଖ୍ୟା ୧୨୩ ଏବଂ ବେସରକାରୀ ବିଶ୍ୱିଦ୍ୟାଳୟ ୨୮୭ ରହିଛି । ଯଦି ପ୍ରତିବର୍ଷ ୪ଟି ଗବେଷଣ ଯୁକ୍ତ ଛାତ୍ରଛାତ୍ରୀ ରୁହନ୍ତି ତେବେ ଏହାର ମୋଟ ସଂଖ୍ୟା ୩୫୦୦ ହେବ । ଏବଂ ପ୍ରତିବର୍ଷ ହାରରେ ୩ ୫୦୦ରୁ ଅଧିକ ଗବେଷଣା ଯୁକ୍ତ ସର୍ନ୍ଦବ ବାହାରିବ । ଯଦି ଏହି ଗବେଷଣା ଗୁଡିତ ଉଚ୍ଚିତ ମାତ୍ରାରେ ତଥ୍ୟ ଭିତ୍ତିକ ଏବଂ ନୂତନ ଜ୍ଞାନ ଯୁକ୍ତ ହୋଇଥିବା ସେଥିରେ ମାନସ ସଭ୍ୟାତକୁ କେଲେ ଲାଭ ହେବ ତାହା କଳ୍ପନା କରନ୍ତୁ । ହଁ ଏହି କ୍ଷେତ୍ରରେ ଛାତ୍ରଛାତ୍ରୀ ମାନେ ଉଚିତ ଗବେଷଣା କରିବା ହେବେ ଯେବେ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ସହିତ ପୁରା ମାତ୍ରାରେ ଆର୍ଥିକ ସହଯୋଗ ଏବଂ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରତିଶୃତି ଦିଅନ୍ତି! ମାତ୍ର ଭାତର ବର୍ଷରେ ଏଠି ଘୋଢ଼ା କାମ ହାତୀ କରିବ ଏବଂ ହାତୀ କାମ ଗଧ । ଯଦି ଏହି ନ୍ୟାୟରେ ଦେଶ ଚାଲିବ ତେବେ ଦେଶ କେମିତି ଦେଶ ଆଗକୁ ବଢ଼ିବ । ମାତ୍ର ସ୍ୱଳ୍ପ ଆର୍ଥିକ କ୍ଷମତା କେବଳ ଦଳିତ ଛାତ୍ରଛାତ୍ରୀ ମାନେ ପାଉଥିବା ବେଳେ ଅନ୍ୟମାନେ ଯେମିତି ପାଠପଢ଼ୁନାହାନ୍ତି ନ୍ୟାୟରେ ସାଧରଣ ବର୍ଗପ୍ରତି ଉପେକ୍ଷା କରାଯାଉଛି ।
ଗବେଷଣା ଏବଂ ବିକାଶ ଦିଗରେ କାର୍ଯ୍ୟ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ସରକାର ସେତିକି ପ୍ରାଧାନ୍ୟ ଦେବା ଆବଶ୍ୟକ । ଯେପରି ଗବେଷଣା କରୁଥିବା ଛାତ୍ର ବା ଛାତ୍ରୀଟି ସଠିକ୍ ଭାବରେ ଗବେଷଣା କରିପାରିବ । ସାଧରଣ ଭାବରେ ଜଣେ ଉଚ୍ଚ ଶିକ୍ଷାଲାଭ କଲେ ନିଜର ଭଲ ଚାକିରି ପାଇବା । ସେହିଭଳି ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତ୍ୟକ ବ୍ୟକ୍ତି ପାଇଁ ପ୍ରର୍ଯ୍ୟପ୍ତ ଅର୍ଥର ଆବଶ୍ୟକ ହୋଇଥାଏ । ଯାହାକି ସବୁ ଛାତ୍ରଛାତ୍ରୀଙ୍କ ସପକ୍ଷରେ ତାହା ବହନ କରିବା ସମ୍ଭବ ନୁହେଁ । ସରକାର ତାହା ଗବେଷଣାରେ ଲାଗୁଥିବା ସମସ୍ତ ଅର୍ଥ ଯୋଗାଇବା ଆବଶ୍ୟକ । ଏପରିକି ଗବେଷଣାର ଅର୍ଥ ସହିତ ସମ୍ପୃକ୍ତ ଗବେଷଣା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସୁରକ୍ଷିତ କରିବା ସହିତ ସେମାନଙ୍କ ପରିବାର ପ୍ରତି ସଜାଗ ଏବଂ ଦାୟିତ୍ୱାବାନ ହେବା ଅବାଶ୍ୟକ । ଏପରିକି ଗବେଷଣା ଯୁକ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ପ୍ରାଧ୍ୟପକ ଦେବା ସହିତ ସେମାନଙ୍କ ନିୟମିତ ଭାବେ ଗାଇଡ୍ କରିବା ଅତି ଆବଶ୍ୟକ । ମାତ୍ର ସରକାର କେବଳ କେତେକ କ୍ଷେତ୍ରରେ ତପସିଲଭୁକ୍ତ୍ ଜାତି ଏବଂ ତପସିଲ ଭୁକ୍ତ ଉପଜାତିକୁ ଛାଡି ଅନ୍ୟ ସାଧରଣ ବର୍ଗଙ୍କୁ ସଠିକ୍ ଅର୍ଥନୌତିକ ସୁବିଧା ଯୋଗାଇଦେବାରେ ଟାଳୁଟୁଳନୀତି ଅବଲମ୍ବନ କରୁଛନ୍ତି । ଫଳରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା କରିବା ଦିଗରେ ସେତେଟା ଆଗ୍ରହ ପରିଲକ୍ଷିତ ହେଉନାହିଁ । ଅନେକ ଅଧାରୁ ଗବେଷଣା ଛାଡିଦେଉଛନ୍ତି । କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ଦିଗ ପ୍ରତି ଦୃଷ୍ଟି ଦେଉନଥିବାରୁ ଆଜି କରୋନା ଭଳି ମହାମାରୀ ଦେଶର ସମାଜିକ ଏବଂ ଆଥିର୍କ ବ୍ୟବସ୍ଥାକୁୁ ଧୂଳିସାତ କରିଦେଇଛି । ଏଠି ପ୍ରଶ୍ନ ଉଠେ କରୋନା ଯଦି ଆମ ପିଲାମାନଙ୍କ ପାଠ୍ୟପୁସ୍ତକ ବହିରେ ପଢ଼ା ଯାଇପାରୁଥିଲା ତେବେ ସେବେଠାରୁ ଏହା ଉପରେ ଅଧିକ ଗବେଷଣା କଣ ପାଇଁ କରାଯାଇନଥିଲା? ଅନ୍ୟ ଏକ ତଥ୍ୟ ଅନୁଯାୟୀ ଭାରତ ସରକାର ପ୍ରାଚ୍ୟ ଏବଂ ପ୍ରଶ୍ଚ୍ୟତ ଦେଶ ଗୁଡିକ ଠାରୁ ବହୁ ପଛରେ ରହିଛି ନିଜର ଗବେଷଣା କ୍ଷେତ୍ର ପାଇଁ । ନିଜ ଦେଶରେ ମାତ୍ର ୦.୭ ପ୍ରତିଶତ ଜିଡିପି ଖର୍ଚ୍ଚ କରୁଛି । ମାତ୍ର ଯେଉଁଠି ଅନ୍ୟ ଦେଶ ଗୁଡିକ ୪ରୁ୫ପ୍ରତିଶତ ସେମାନଙ୍କ ଜିଡିପିର ଅର୍ଥକୁ ଗବେଷଣା କ୍ଷେତ୍ରରେ ବିନିଯୋଗ କରୁଛି । ଏଥିରେ ଜାପାନ ନିଜ ଜିଡିପିର ୩.୨, ଇଜ୍ରାଇଲ ୪.୬, କୋରିଆ ୪.୫, ଜର୍ମାନୀ ୩.୦, ଆମେରିକା୨.୮, ଫ୍ରାନ୍ସ ୨.୨, ଇଂଲଣ୍ଡ୧.୭, କାନାଡା ୧.୬ ପ୍ରଭୃତି ଦେଶ ଗୁଡିକ ନିଜ ନିଜର ଜିଡିପିର ଅଂଶକୁ ନିଜ ଦେଶର ଗବେଷଣା ପାଇଁ ଖର୍ଚ୍ଚ କରୁଛନ୍ତି । ସେହିପରି ବ୍ରାଜିଲ ୧.୩, ଋଷିଆ ୧.୦ ଚୀନ ୨.୧ ନିଜର ଜିଡିପିର ଅଂଶ ଖର୍ଚ୍ଚ କରୁଥିବା ବେଳେ ଭାରତ ମାତ୍ର ୦.୭ ଖର୍ଚ୍ଚ କରୁଛି । ଫଳରେ ଦେଶରେ ଗବେଷଣା ସଠିକ୍ ଭାବରେ ହୋଇପାରୁନାହିଁ । ଫଳରେ ନୂତନ ଜ୍ଞାନ କୌଶଳର ଫାଇଦା ଦେଶକୁ ମିଳିପାରୁନାହିଁ । ଏପରକି ନିକଟରେ ସଂସଦରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏକ ତଥ୍ୟ ଉପସ୍ଥାପନ କରି ଭାରତ ଏଥିରେ ଅଗ୍ରଗତି କରୁଥିବା ଦର୍ଶାଇଥିଲେ । ହେଲେ ସେ ଯେଉଁ ବର୍ଦ୍ଧିତ ହାର କଥା କହିଲେ ତାହା ଜିଡିପିର କେତେ ପ୍ରତିଶତ? ଆଜିବି ବିଭିିନ୍ନ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ଛାତ୍ରଛାତ୍ରୀ ମାନେ ଅର୍ଥନøତିକ ସାମଜିକ କ୍ଷେତ୍ରରେ ଅବହେଳିତ । ସରକାର କେବଳ କେତକ କ୍ଷେତ୍ରରେ ଏସ.ସି. ଏବଂ ଏସ.ଟି. ମାନଙ୍କ ପାଇଁ କିଛି ମାତ୍ରାରେ ଅର୍ଥନୈତିକ ସୁବିଧା ପ୍ରଧାନ କରୁଥିବା ବେଳେ ସାଧରଣ ବର୍ଗ ଏବଂ ଅନ୍ୟାନ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ କୈଣସି ସୁବିଧା କରି ନାହାନ୍ତି । ଏପରକି ଯଦି କଷ୍ଟ କରି ଗବେଷଣା କରିବା ପରେ ମଧ୍ୟ ସେମାନଙ୍କ ଭବିଷ୍ୟତ ପାଇଁ କୈଣସି ସୁରକ୍ଷିତ ଚବା କୈଣସି ବେତନ ଭିତ୍ତିକ କର୍ମସଂସ୍ଥା ନପାଇ ବେକାରୀ ହେଉଛନ୍ତି । ଏଭଳି ହେବା ଫଳରେ ଦେଶରେ ଭଲ ଗବେଷଣା ଛାତ୍ରଛାତ୍ରୀ ମାନେ ଅଧାରୁ ଗବେଷଣା ଛାଡୁଥିବା ବେଳେ ଭଲ ଗବେଷଣା ଜନସମାଜକୁ ମିଳୁପାରୁନାହିଁ । କାହିଁକି ଆଜି ଆମେ ଚୀନ ଉପରେ ପ୍ରତ୍ୟକ ଜିନିଷ ପାଇଁ ନିର୍ଭଳଶୀଳ । କାରଣ ଚୀନରେ ପ୍ରତ୍ୟକ ଘରେ ଘରେ ଛୋଟ ବଡ ଉଦ୍ୟଗ ସୃଷ୍ଟି କରିପାରିଛନ୍ତି ଚୀନ ସରକାର । ମାତ୍ର ଭାରତ ସରକାର ଏହା କରିବାରେ ବହୁ ପଛରେ । ଏଭଳି ଉଦ୍ୟଗ କରିବା ପାଇଁ ଅନେକ କଟକଣା ସହିତ କୌଣସି ସରକାରୀ ସୁବିଧା ବା ପ୍ରୋତ୍ସାହନ ନଥିବାରୁ ଭାରତରେ ଉଦ୍ୟଗ ସୃଷ୍ଟି ହୋଇପାରୁନାହିଁ । ଭାରତରେ ଶାସନ କରୁଥିବା ପ୍ରତ୍ୟକ ରାଜନୈତିକ ଦଳ ଗୁଡିକ କିଭଳି ଶାସନ ଗାଦି ସୁରକ୍ଷିତ ରହିବ ସେତି ପ୍ରତି ଅଧିକ ଯତ୍ନବାଦ ଏବଂ ଅର୍ଥ ସଂଗ୍ରହରେ ଲାଗୁଥିବା ବେଳେ ଏସବୁ ପ୍ରତି ନା କୌଣସି ରାଜନୌତିକ ନେତା ନା କୌଣସି ବୁଦ୍ଧିଜୀବି ମାନଙ୍କ ନଜର ରହୁଛି । ଫଳରେ ଭାରତ ଅନ୍ୟ କ୍ଷେତ୍ରରେ ଯେତେ ଆଗକୁ ଗଲେବି ତାହାର ବହୁ ପଛରେ ରହିଛି । ଏଭଳି ଛୋଟ ଛୋଟ ଗବେଷଣାକୁ ପ୍ରାଧ୍ୟାନ ଦିଆଯାଉନଥିବାରୁ ବେକାରୀ ସମସ୍ୟା ମଧ୍ୟ ଦୂର ହୋଇପାରୁନାହିଁ । ଏବେ କରୋନା ଭଳି ଏକ ମାରତ୍ମକ ଭାଇରାସରେ ଭାରତ ଯେଉଁ ପ୍ରକାରର ଆର୍ଥିକ କ୍ଷତି ସହିଲା ତାହାବି ପୂରଣ କରିବାକୁ ଆହୁରି କିଛି ବର୍ଷ ଲାଗିଯିବ । ହେଲେ ଯଦି ଭାରତ ସରକାର ପୂର୍ବରୁ ଏହାକୁ ନଜର ରଖି ଗବେଷଣା ଦିଗକୁ ଯତ୍ନବାନ ହୋଇଥାନ୍ତେ ତେବେ ହୁଏତ ଆମେ ଏଥିରୁ ସହଜରେ ଭର୍ତ୍ତି ପାରିଥାନ୍ତେ । ଭାରତରେ ୧୪ଟି ସ୍ଥାନରେ ମେଡିସିନ ଗବେଷଣା ପାଇଁ ହବ ପ୍ରତିଷ୍ଠା କରାଯାଇଛି । ହେଲେ ମେଡିସିନି ପାଇଁ କେବଳ ବିଭିନ୍ନ ନାମକରଣ ଛଡା ଏଥିରେ ମଧ୍ୟ ସଫଳତା ବହୁତ କମ ମିଳିଛି । ଭାରତର ହାଇଦ୍ରାବାଦ୍‌, ବିଶାଖାପାଟନା, ମୁମ୍ବାଇ, ପୁନେ, ହିମାଚଳପ୍ରଦେଶର ବାଡି, ଚେନାଇ,ବାଙ୍ଗାଲୋର, ଅହମ୍ମଦାବାଦ, ଅରଙ୍ଗାବାଦ, ବଦୋଦ୍ରା, ସକିିମି, ଭାପି, କଲିକତା, ଅଙ୍କଲେସ ପ୍ରଭୃତି ସ୍ଥାନରେ ମେଡିସିନ୍ ଗବେଷଣା ପାଇଁ ହବ ପ୍ରତିଷ୍ଠା କରାଯାଇଛି । ଏହି ସବୁ ହବ ଗୁଡିକରେ ନୂତନ ରୋଗ ନିରାକରଣ ପାଇଁ ଖୁବ କମ ସଂଖ୍ୟାରେ ମେଡିସିନ୍ ବାହାର କରାଯାଇଛି । ୨୦୧୯ରେ ଏହି ମେଡିସିନ ଗବେଷଣା ପାଇଁ ସରକାର ୮୩ବିଲିୟନ ଡଲାର ଖର୍ଚ୍ଚ କରିଥିବା ବେଳେ ତାହା ୧୯୮୦ ଠାରୁ ୧୦ଗୁଣା ଅଧିକା ବୋଲି ଦର୍ଶାଯାଇଛି । ମାତ୍ର ସରକାର ଏହା ଉପରୁ ନିଜର କର୍ତ୍ତୁତ୍ୱ ହରାଇଥିବା ଯୋଗୁ ଏହା ସେଭଳି ଫଳ ପ୍ରଦାନ କରିପାରିନାହିଁ । ଏଭଳି ଭାବରେ ଭାରତ ସରକାର ଏବଂ ରାଜ୍ୟ ସରକାର ଗବେଷଣା କ୍ଷେତ୍ରଟିକୁ ଅଣଦେଖା କରୁଥିବାରୁ ଭାରତରେ ଗବେଷଣା ହାର କମିବାରେ ଲାଗିଛି । ଅନ୍ୟପଟରେ ଗବେଷଣା ପରେ ଛାତ୍ରଛାତ୍ରୀ ମାନେ ନିଜର ଭବିଷ୍ୟତ ସୁରକ୍ଷିତ ନଥିବାରୁ ଏହା ପ୍ରତି ଧ୍ୟାନ ଦେଉନାହାନ୍ତି । ଭାରତ ସରକାର ଏହା ପ୍ରତି ଅଧିକ ଗୁରତ୍ୱ ଦେବାର ଆବଶ୍ୟକତା ରହିଛି ।
ମାନସ କୁମାର ରାଉତ
କଦଳା, ହରିଦାସପୁର, ଯାଜପୁର, ପିନ୍‌-୭୫୫୦୨୪
ମୋ-୭୭୮୭୮୪୮୯୩୪
manash99rout@gmail.com

Related Posts

About The Author

Add Comment