ଗଞ୍ଜେଇ ଚଢ଼ାଉ ବେଳେ ଚୋର ଭାବି ପୋଲିସ୍‌ଙ୍କୁ ପିଟିଲେ !:7 ଜଣ ଆହତ ଜଣେ ଗୁରୁତର

Spread the love
  •  
  •  
  •  
  •  
  •  

କନ୍ଧମାଳ,06/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): ମହଙ୍ଗା ପଡ଼ିଲା କି ଅବେଳାରେ ଚଢଉ କରିବା ? ଚୋର ଭାବି ପୋଲିସ୍‌ଙ୍କୁ ପିଟିଲେ ଗାଁ ଲୋକେ। କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗ୍ରାମରେ ଗଞ୍ଜେଇ ରେଡ୍‌ କରିବାକୁ ଯାଇଥିବା କ୍ରାଇମ୍‌ ବ୍ରାଞ୍ଚର ଏସଟିଏଫ ଟିମକୁ ଗ୍ରାମବାସୀମାନେ ମାଡ଼ ମାରିବା ସହିତ ଅଟକ ରଖିଥିଲେ। ଏହି ଖବର ସଦର ଥାନା ପୋଲିସ ଜାଣିବା ପରେ ଏସଟିଏଫର 7 ଜଣିଆ ଟିମକୁ ଉଦ୍ଧାର କରିଛି। ଉଦ୍ଧାର ପରେ ଏସଟିଏଫ ଟିମ ସଦସ୍ୟମାନଙ୍କୁ ଆଶୁ ଚିକିତ୍ସା ପରେ ସମସ୍ତେ ଭୁବେନେଶ୍ୱର ଫେରିଯାଇଥିବା ସୂଚନା ମିଳିଛି।ସୂଚନା ଅନୁସାରେ ପାହାନ୍ତିଆ ପ୍ରାୟ ୪ଟା ସମୟରେ ଏସଟିଏଫ କାକେନ୍ଦ୍ରୀ ଗ୍ରାମକୁ ଗଞ୍ଜେଇ ରେଡ କରିବାକୁ ଯାଇଥିଲେ। କିନ୍ତୁ ଗ୍ରାମବାସୀମାନେ ସେମାନଙ୍କୁ ଚିହିଁ ପାରିନଥିଲେ। ତେଣୁ ଚୋର କି ଡକାୟତ ଦଳ ଭାବି ଗ୍ରାମବାସୀମାନେ ସେମାନଙ୍କୁ ମାରଧର କରିବା ସହିତ ସକାଳ ପର୍ଯ୍ୟନ୍ତ ଅଟକ ରଖିଥିଲେ।୭ ଜଣିଆ ଟିମରେ ଜଣେ ମହିଳା ପୋଲିସ ସହିତ ଜଣେ ଡିଏସପି ଥିଲେ ବୋଲି ସୂଚନା ମିଳିଛି। ତେବେ ଏ ବାବଦରେ କନ୍ଧମାଳ ଏସପି , ସଦର ଥାନା ଅଧିକାରୀ କିମ୍ବା ଏସଟିଏଫ ଟିମ ର କାହାର ପ୍ରତିକ୍ରିୟା ମିଳିପାରିନାହିଁ। ଆଉ ବର୍ତ୍ତମାନ ଘଟଣାରେ ସଦର ଥାନା ପୋଲିସ ଗ୍ରାମରେ ଆକ୍ରମଣକାରୀମାନଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ଗାଁ ଜନଶୂନ୍ୟ ହୋଇଯାଇଥିବା ସୂଚନା ମିଳିଛି।

Related Posts

About The Author

Add Comment