ମାର୍ଶାଘାଇ, 20.01.2021(ସନ୍ଧାନ ନିଉଜ୍): ଗଛ କଟାକୁ ନେଇ ଜଣେ ବୃଦ୍ଧଙ୍କୁ ୪ ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଆଠବାଟିଆ ଗାଁରେ ଘଟିଛି ଏଭଳି ଘଟଣା । ଆଠବାଟିଆ ଗାଁର ବାବାଜୀ ବେହେରାଙ୍କ ଘର ନିକଟରେ ସରକାରୀ ଜାଗାରେ ଥିବା ଚାକୁଣ୍ଡା ଗଛଟି ଘର ଉପରକୁ ମାଡି ଆସି ଘରର କ୍ଷତି କରୁଥିଲା । ବାବାଜୀ ସ୍ଥାନୀୟ ଆରଆଇଙ୍କୁ କହି ଗଛଟି କଟାଇ ଥିଲେ । ଏହି ଘଟଣାକୁ ନେଇ ଗାଁର ୪ ଜଣ ଯୁବକ ଉତକ୍ଷିପ୍ତ ହୋଇ ବାବାଜୀ ବଜାରରୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ବାବାଜୀଙ୍କୁ ଲୁହା ରଡ୍ ରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ବାବାଙ୍କର ହାତ ଓ କାନ୍ଧରେ ଗଭୀର ଆଘାତ ଲାଗିବା ସହ ହାତ ଓ କାନ୍ଧର ହାଡ଼ ଭାଙ୍ଗିଯାଇଛି । ଲୋକମାନେ ବାବାଜୀଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ । ଏନେଇ ମାର୍ଶାଘାଇ ଥାନାରେ ବାବାଜୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ଆସାମୀମାନଙ୍କୁ ଗିରଫ ନକରି ମାମଲା ରୁଜୁ କରି ପୋଲିସ ଚୁପ ବସିଛି ବୋଲି କହିଛନ୍ତି ଅଭିଯୋଗକାରୀ ।
ଗଛ କଟାକୁ ନେଇ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ
|
January 20, 2021 |