ଖୋଲୁଛି ଥାନା ଅଧିକାରୀଙ୍କ ଜାଲିଆତି ପେଡ଼ି

Spread the love

ବାରିପଦା/ଭଣ୍ଡାରିପୋଖରୀ ,୨୭/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଥାନା ଅଧିକାରୀଙ୍କ ଜାଲିଆତି ପେଡ଼ି ଧୀରେ ଧୀରେ ଖୋଲି ବାରେ ଲାଗିଛି । ଗତ ସପ୍ତାହରେ ଜଳେଶ୍ବର ଥାନା ଅଧିକାରୀ ଧନେଶ୍ଵର ସାହୁ ବ୍ରାଉନସୁ ଗର ମାଫି ଆଙ୍କ ସହ ଟଙ୍କା ନେଣଦେଣ ନେଇ ଅଡ଼ିଓ ଭାଇରାଲ ହୋଇଥିଲା । ଏହି ମାମଲା ଏବେ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିବା ବେଳେ ସମ୍ପୃକ୍ତ ଆଇଆଇସିଙ୍କୁ ହେଡକ୍ରାରକୁ ବଦଳି କରାଯାଇଛି । ଅନୁରୂପ ଘଟଣା ଆଜି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନାରେ ଘଟିଛି । ବାଲି ମାଫିଆଙ୍କ ସହ ଅର୍ଥ ଡିଲ ନେଇ ବାର୍ତ୍ତାଳପ ପ୍ରଘଟ ପରେ ଥାନା ଅଧିକାରୀ ସନାତନ ସାହୁଙ୍କୁ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟକୁ ବଦଳି କରାଯାଇଛି । ଏହି ମାମଲାରେ ତଦନ୍ତ ପାଇଁ ଭଦ୍ରକ ଏସପି ରାଜେଶ ପଣ୍ଡି ତ ଧାମନଗର ଏସଡିପିଓ ମନୋରଞ୍ଜନ ସାମଲଙ୍କୁ ଦେଇଛନ୍ତି । ତଦନ୍ତ ଚାଲୁ ରହିଛି, ଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ପଷ୍ଟ ହେବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି ।

          ବୈତରଣୀ ନଦୀରୁ ବେଆଇନ ବାଲି କାରବାର ସହ ପୁଲିସ ସଂପୃକ୍ତି ଥିବା ସମ୍ପର୍କରେ ଭଣ୍ଡାରିପୋଖରୀ ଥାନା ଧୁକାରୀ ସନାତନ ସାହୁ  ଜନୈକ ବାଲି ମାଫିଆଙ୍କ ବାର୍ତ୍ତାଳାପର ଅଡି ଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଖବର ପ୍ରଘଟ ହେବା ଭଦ୍ରକ ପୁଲିସ ଅଧୀକ୍ଷକ ରାଜେଶ ପଣ୍ଡିତ ସୋମବାର ଥାନାଧିକାରୀଙ୍କୁ ପୁଲିସ ଜିଲ୍ଲା ମୁଖ୍ୟାଳୟକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦେଇଛନ୍ତି । ଏହି ଭାଇରାଲ ଅଡିଓ ସମ୍ପର୍କରେ ଉପଖଣ୍ଡ ପୁଲିସ ଅଧିକାରୀଙ୍କ ଦ୍ଵାରା ତଦନ୍ତ ପରେ ଅନ୍ୟକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଏସପି ସୂଚନା ଦେଇଛନ୍ତି । ଏଥିସହ ଥାନାର  ସବଇନି ସପେକ୍ଟର ଅ ନୁ ରାଗ ମହାନ୍ତି ଙ୍କୁ ଥାନାଧିକାରୀ ଭାବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦାୟିତ୍ବ ଅର୍ପଣ କରାଯାଇଛି ।

               ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ବିଭିନ୍ନ ଅଞ୍ଚଳରୁ ବେପରୁଆ ଭାବେ ବାଲି ମାଫିଆମାନେ ବାଲି ଉତ୍ତୋଳନ କରୁଛନ୍ତି । ଧର୍ମକୁ ଆଖୁର ମାରି ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଉଛି । ଏପରିକି ଚଢ଼ଉ ସମ୍ପର୍କରେ ପୁଲିସ ଓ ତହସିଲ କର୍ମଚାରୀଙ୍କଠାରୁ ଫୋନ ଯୋଗେ ଆଗୁଆ ସୂଚନା ପାଇ ବାଲିମାଫିଆମାନେ ଖସିଯିବାକୁ ସକ୍ଷମ ହୋଇଥାନ୍ତି । ଏଥିନେଇ ବିଭିନ୍ନ ସମୟରେ ସଂପୃକ୍ତ ଅଞ୍ଚଳବାସୀଙ୍କ ଅସନ୍ତୋଷ ଓ ବେଆଇନ ବାଲି ପରିବହନ ସମ୍ପର୍କିତ ଖବର ପ୍ରକାଶ ପାଇଥିଲେ ବି ପ୍ରଶାସନ ପକ୍ଷରୁ ଠିକଣା ପଦକ୍ଷେପ ନିଆଯାଇ ପାରୁ ନାହିଁ । ଭାଇରାଲ ଅଡିଓରେ ଥାନାଧିକାରୀ ସଂପୃକ୍ତ ବ୍ୟକ୍ତିଙ୍କ ସହ ୩୮,୦୦୦ ଟଙ୍କା କାରବାର ସମ୍ପର୍କରେ କଥା ହେଉଥିବା ସହ ଜଣେ ଆଗଧାଡିର ସ୍ଥାନୀୟ ନେତାଙ୍କ ମଧ୍ୟସ୍ଥି ନେଇ ମଧ୍ୟ ଆଲୋଚନା କରିଛନ୍ତି । ଥାନାର ଆଉ କେହି କର୍ମଚାରୀ ଏଥିରେ ଜଡ଼ିତ ରହି ଟଙ୍କା ଆଦାୟ କରିଛନ୍ତି କି ନାହିଁ ସେ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି । ବାର୍ତ୍ତାଳପ ଆରମ୍ଭରୁ ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନ ସୁଇଚ ଅଫ କରିବାକୁ କହିବା ସହ ଇସାରା ତାଙ୍କର ଭୂମିକା ସମ୍ପର୍କ ରେ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ଏହି ଅଡି ଓ ସମ୍ପର୍କରେ ‘ପ୍ରମେୟ’ର ଗତ ଜୁନ ୨୮ ତାରିଖ ସଂସ୍କରଣରେ ଖବର ପ୍ରକାଶିତ ହୋଇଥିଲା ।

Related Posts

About The Author

Add Comment