ଯାଜପୁର, :୬/୭/୨୬ (ସନ୍ଧାନ ନ୍ୟୁଜ ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତର କଲ୍ୟାଣ ମଣ୍ଡପ ପରିଶରରେ ଲୋକଙ୍କ ସ୍ଵର ଓଡ଼ିଆ ଓ ଇଂଗ୍ରାଜୀ ଖବର କାଗଜ ଡିଜିଟାଲ ମିଡ଼ିଆ ଲୋକଙ୍କ ସ୍ଵର ଉଦ୍ଘାଟନ ଉତ୍ସବ ଅବସରରେ ମୁଖ୍ୟ ଅତିଥି ବରୀ ନିର୍ବାଚନ ମଣ୍ଡଳୀର ବିଜେପି ଯୁବ ନେତା ଉମେଶ ଚନ୍ଦ୍ର ଜେନା ଯୋଗଦେଇ ଚତୁର୍ଥ ସ୍ତମ୍ବର ଗଣମାଧ୍ୟମ ଲୋକଙ୍କ ସ୍ଵର ଓଡ଼ିଆ ଖବର କାଗଜ ଲୋକାର୍ପଣ ଉତ୍ସବ ଅବସରରେ ଯୋଗଦାନ କରି ଲୋକଙ୍କ ନିକଟରେ ପହଞ୍ଚିବା ସହିତ ସରକାରଙ୍କର ଦୃଷ୍ଟିଗୋଚର ଲୋକଙ୍କ ସ୍ଵର ପହଞ୍ଚିବ ବୋଲି ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ । ଲୋକାର୍ପଣ ଉତ୍ସବ ଅବସରରେ ଜଗତର ନାଥ ଜଗନ୍ନାଥଙ୍କ ପ୍ରତିମୃତ୍ତିରେ ପୁଷ୍ପ ପ୍ରଦାନ କରିବା ସହିତ ପ୍ରଦୀପ ପ୍ରଜ୍ଵଳନ କରି ଏହାକୁ ଉଦ୍ଘାଟନ କରି ଥିଲେ । ଲୋକଙ୍କ ସ୍ଵରର ଯୁବ ସଂପାଦକ ପ୍ରତାପ ଚନ୍ଦ୍ର ପୃଷ୍ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କରାଯାଇଥିବା ବେଳେ ଯୁବ ପ୍ରତିଭା କିରଣ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଲୋକଙ୍କ ସ୍ଵର ଲୋକାର୍ପଣ ଉତ୍ସବରେ ଉତ୍କଳ ମେଲ ସଂପାଦକ ଡ. ପିତ ବାସ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଲୋକଙ୍କ ସ୍ଵର ଖବର କାଗଜ ବହୁ ଆଗକୁ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟ ରଖିବା ସହିତ ଗଣମାଧ୍ୟମର ଚତୁର୍ଥ ସ୍ତମ୍ବ ସବୁବେଳେ ଆଗରେ ରହିଛି ସେହିପରି ସମ୍ମାନୀୟ ଅତିଥି ଯାଜପୁର ସାଂସଦଙ୍କ ପ୍ରତିନିଧି ନିହାର ରଂଜନ କର ଯୋଗଦାନ କରି ତାଙ୍କ ବକ୍ତବ୍ୟ ରଖିଥିଲେ । ବ୍ରହ୍ମବରଦା ପଞ୍ଚାୟତର ସରପଞ୍ଚ ମମତା ଶୁଭଦର୍ଶନୀ ଦେଓ ଯୋଗ ଦେଇ ଲୋକଙ୍କ ସ୍ଵର ଖବର କାଗଜ ସତ୍ୟ ସମ୍ବାଦ ପ୍ରକାଶ କରୁ ବୋଲି ଶ୍ରୀମତୀ ଦେଓ କହିଥିଲେ । ସେହିପରି ବ୍ରହ୍ମବରଦା ଯୁବନେତା ସମାଜ ସେବୀ ପ୍ରଦୀପ ଦାସ ଯୋଗଦାନ କରି ଲୋକଙ୍କ ସ୍ଵର ଖବର କାଗଜକୁ ଉଚ୍ଚ ପ୍ରଶଂସା କରିବା ସହିତ ଲୋକଙ୍କ ସ୍ଵର ସଂପାଦକଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ତାଙ୍କ ବିକ୍ତବ୍ୟ ରଖିଥିଲେ । ଲୋକଙ୍କ ସ୍ୱର ଖବର କାଗଜ ଲୋକାର୍ପଣ ଉତ୍ସବ ଅବସରରେ ମଞ୍ଚାସିନ ଅତିଥି ମାନେ ଯୋଗ ଦେଇଥିବା ବେଳେ ଯାଜପୁର ଜିଲ୍ଲା ବିଜେପି ସଂପାଦକ ପ୍ରଫୁଲ ଚନ୍ଦ୍ର ଗିରି ଯୋଗଦାନ କରି ତାଙ୍କର ବକ୍ତବ୍ୟ ରଖିଥିଲେ । ବ୍ରହ୍ମବରଦା ପ୍ରେସ୍ କ୍ଲପ ଆନୁକୁଲ୍ୟରେ ଆୟୋଜନ କରାଯାଇଥିବା ବେଳେ ବ୍ରହ୍ମବରଦା ପ୍ରେସ୍ କ୍ଲପର ସଭାପତି ବାପୁଜି ଚରଣ ଜେନାଙ୍କୁ ଲୋକଙ୍କ ସ୍ଵର ସମ୍ବାଦ ପତ୍ର ପକ୍ଷରୁ ଉପଢୋକନ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ମଞ୍ଚାସିନ ଅତିଥି ମାନକୁ ଉପଢୋକନ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଦୈନିକ ସମ୍ବାଦ ପତ୍ର ଅତିଥି ମାନେ ଉଚ୍ଚ ପ୍ରସଂସା କରିଥିଲେ । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଞ୍ଚଳରୁ ପ୍ରକାଶ ପାଇବାକୁ ଯାଉଥିବା ଲୋକଙ୍କ ସ୍ଵର ଏବଂ ଇଂଗ୍ରାଜୀ ଖବର କାଗଜ ଡିଜିଟାଲ ମିଡିଆ ଲୋକଙ୍କ ସ୍ଵର କିପରି ଲୋକ ମାନଙ୍କ ପାଖରେ ସରକାରଙ୍କ ପାଖରେ କିପରି ସେବା ଯୋଗାଇବ ତାହାର ମୂଳ ଲକ୍ଷ୍ୟ ବୋଲି ଲୋକଙ୍କ ସ୍ଵରର ସଂପାଦକ ପ୍ରତାପ ଚନ୍ଦ୍ର ପୃଷ୍ଟି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।ନିରାକାର ବେହେରା ଧନ୍ୟବାଦ ଦେଲେ ।
ଖବର କାଗଜ ଲୋକଙ୍କ ସ୍ଵର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ
|
July 6, 2026 |



