କ୍ରିକେଟ୍ ପ୍ରତିଯୋଗିତାରେ ପୁଟିବନ୍ଧକୁ ହରାଇ ବୁର୍ଲା ଚାମ୍ପିଅନ୍

Spread the love

ସମ୍ବଲପୁର,ସନ୍ଧାନ ନ୍ୟୁଜ୍: ଜୟନ୍ତପୁର ହାଇସ୍କୁଲ ଖେଳପଡିଆରେ ଡାକଡେରାର ମା’ ହିଙ୍ଗୁଲାଇ କ୍ରିକେଟ ଆସୋସିଏସନ ପକ୍ଷରୁ ଚାଲିଥିବା କ୍ରିକେଟ ପ୍ରତିଯୋଗିତା ଉଦଯ।ପିତ ହୋଇଯାଇଛି ।ଏଥିର ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ,ବରଗଡ଼ ଓ ଦେବଗଡ଼ ଜିଲାର ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲରେ ପୁଟିବନ୍ଧ କ୍ରିକେଟ କ୍ଲବକୁ ୨ ରନରେ ହରାଇ ବୁର୍ଲା ସମଲେଶ୍ଵରୀ କ୍ରିକେଟ କ୍ଲବ ଚମ୍ପିଆନ ହୋଇଥିଲା। ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ଜୟନ୍ତପୁର ସରପଞ୍ଚ ଆରତି ତାଣ୍ଡିଆ ଏବଂ ସମ୍ମାନିତ ଅତିଥି ଭାବେ ସମ୍ବଲପୁର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ସିଦ୍ଧାର୍ଥ ସାହା ଯୋଗଦେଇ ଦୁଇଦଳକୁ ପୁରସ୍କୃତ କରିଥିଲେ। ଏକେଏମ ଅରବିନ୍ଦ ଓ ବିଶ୍ବନାଥ ମିର୍ଦ୍ଧା ଖେଳ ପରିଚାଳନା କରିଥିଲେ। ରାଜେଶ ପୁରୋହିତ ଓ ସୁଜିତ ସାମଲ ଧାରା ବିବରଣୀ ଦେଇଥିଲେ। ମସି ମେହେତୋଙ୍କୁ ମ୍ୟାନ ଅଫ୍ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ସଞ୍ଜୟ ସେରୁଆ, ଆଲୋକ ଡନସନା, ଗୌତମ ମୁଣ୍ଡା, ଦୀପକ ନାଏକ, ସ୍ଵସ୍ତିକ ସିଂ ପ୍ରମୁଖ ସହ ସଂଘର ସମସ୍ତ କର୍ମକର୍ତା ସହଯୋଗ କରିଥିଲେ ।

Related Posts

About The Author

Add Comment