ଗଡ଼ମଧୁପୁର, ୧୨/୧୦(ସନ୍ଧାନ ନିୟୁଜ/ ପି ସାମଲ) : ଜେନାପୁର ଥାନା ଚଡ଼େଇ ଧରା ଗଙ୍ଗେଇ ଡ଼ୁବୁୁରୀ ପାହାଡ଼ ନିକଟରେ ଥିବା ଏକ କ୍ରସରରେ ବିଦ୍ୟୁତ ତାର ସଂଯୋଗରେ ଆସି ହାଇବା ଚାଳକ ମୃତ । ମୃତ ଜଣକ କମାଗଡ଼ ପଂଚାୟତ ଭର୍ତ୍ତପୁର ଗାଁର ରାଧୁଆ ସ୍ୱାଇଁଙ୍କ ସାନ ପୁଅ ପରୀକ୍ଷିତ ସ୍ୱାଇଁ , ବୟସ ୨୮ ବୋଲି ଜଣାପଡ଼ିଛି । ଘଟଣାରୁ ପ୍ରକାଶ କି ଆଜି ସକାଳ ୫.୩୦ମିନିଟ୍ ସମୟରେ ଚଡ଼େଇ ଧରା ଗ୍ରାମ ରଙ୍ଗାଧର ପ୍ରଧାନଙ୍କ ଗଙ୍ଗେଇ ଡ଼ୁପୁରୀ ପାହାଡ଼ ନିକଟାର ଥିବା କ୍ରସର ପରିସରରେ ଓଡ଼ି୦୪ଏଲ୍ ୯୬୨୧ ନମ୍ବର ଥିବା ଏକ ହାଇବା ମେଟାଲ ଓ ବୋଲଡ଼ର ଟ୍ରକ ରହୁଥିବା ଜାଗାରେ ଡ଼ାଲା ଟେକୁଥିବା
ସମୟରେ ଉପର ପାଶ୍ୱର୍ରେ ଥିବା ଏମଏମ କେବି ସ୍ପର୍ଶ ହୋଇଥିଲା । ଫଳରେ ଡ୍ରାଇଭର ବିଦ୍ୟୁତ୍ ସର୍ଟ ଖାଇ ତଳକୁ ଛିଟିକି ପଡ଼ିଥିଲା । ମୃତ ପରୀକ୍ଷିତ ଏକ ଗାଡ଼ି ସହାୟତାରେ ପ୍ରଥମେ ବଡ଼ଚଣା ସ୍ୱାସ୍ଥ୍ର୍ର୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ସଂକଟା ପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ର୍ କରାଇ ଥିଲେ ଏବଂ ପରେ ପରୀକ୍ଷିତଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମୃତକଙ୍କ ବିଷୟରେ ଜେନାପୁର ଥାନା ଅଧିକାରୀଙ୍କୁ ପଚାରିବାରୁ କାରଣ ସ୍ପଷ୍ଟ ହୋଇ ନଥିବା କହିଥିଲେ । ହାଇବା ଖାଲି ଥିଲା ବୋଲି କ୍ରସର କର୍ମଚାରୀମାନେ କହୁଥିବା ବେଳେ ପଥର ଅଲୋଡ଼ ହେଉଥିବା ଜାଗାରେ ଖାଲି ଗାଡ଼ି କାହିଁକି ଡ଼ାଲା ଉପରକୁ ଟେକି ବିଦ୍ୟୁତ ତାର ସହ ସଂଯୋଗ ହୋଇଥିବା ସାଧାରଣରେ ସନେ୍ଧହ ସୃଷ୍ଟି ହୋଇଛି ।
କ୍ରସରରେ ଅଘଟଣ, ଡ୍ରାଇଭର ମୃତ ଗାଡି ଜବତ ।
|
October 12, 2019 |
