ଯାଜପୁର ସଦର,୨୭ା୦୮(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ପ୍ରେସକ୍ଲବ ଆନୁକୁଲ୍ୟରେ ନୂତନ କର୍ମକର୍ତ୍ତା ନିର୍ବାଚନ କରାଯାଇଥିବା ବେଳେ, ପ୍ରେସକ୍ଲବ ବରିଷ୍ଠ ସଦସ୍ୟ କୈଳାସ ଚନ୍ଦ୍ର ରାଉତଙ୍କୁ ସଭାପତି ଭାବରେ ନିର୍ବାଚନ କରାଯାଇଥିଲା । ଏହି ଅବସରରେ ପ୍ରେସକ୍ଲବର ପୂର୍ବତନ ସଭାପତି ନିଗମାନନ୍ଦ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ପ୍ରେସକ୍ଲବର ଆୟ ବ୍ୟୟ ହିସାବ ଅମୂଲ୍ୟ କୁମାର ବରାଳ ଉପସ୍ଥାପନ କରିଥିଲେ । ଉପସଭାପତି ବିିଶ୍ୱନାଥ ପଣ୍ଡା, ସମ୍ପାଦକ କଳ୍ପତରୁ ପଣ୍ଡା, ସହ ସମ୍ପାଦକ ପ୍ରଶାନ୍ତ ନାୟକ, କୋଷାଦକ୍ଷ ଆଲୋକ ପହିଙ୍କୁ ନୂତନ କର୍ମକର୍ତ୍ତ ଭାବେ ନିର୍ବାଚିତ କରିଥିବା ବେଳେ, ବରିଷ୍ଠ ସଭ୍ୟ କୈଳାସ ମଲିକ, ଉପଦେଷ୍ଟା ମଣ୍ଡଳୀର ସଭ୍ୟ ନିଗମାନନ୍ଦ ମହାନ୍ତି, ଅମୂଲ୍ୟ ପତି ଅମୂଲ୍ୟ ବରାଳ ମନୋନିତ ହୋଇଥିଲେ । ଏହି ଅବସରରେ ପୂର୍ବତନ ବିଧାୟକ ପରମାନନ୍ଦ ମହାନ୍ତିଙ୍କ ୧୩ ତମ ଶ୍ରାଦ୍ଧ ଉତ୍ସବ ପାଳନ କରାଯାଉଥିବାରୁ ବୈଠକରେ ଆଲୋଚନା କରାଯାଇଥିଲା ।
କୈଳାସ ଚନ୍ଦ୍ର ରାଉତ କୁଆଖିଆ ପ୍ରେସକ୍ଲବର ନୂତନ ସଭାପତି
|
August 27, 2021 |
