କୋଇଲା ଚୋରି ରାକେଟର ଫର୍ଦ୍ଦାଫାଶ କଲା ପୋଲିସ

Spread the love
ରାଉରକେଲା, ୨୫/୧/୨୦ (ସନ୍ଧାନ ନିଉଜ) : କୋଇଲା ଚୋରି ରାକେଟର ଫର୍ଦ୍ଦାଫାଶ କଲା ପୋଲିସ। ଗୁରୁବାର ବେଆଇନ କୋଇଲା ଚାଲାଣ ହେଉଥିବାବେଳେ ବିଶ୍ରା ପୋଲିସ ୩ଟି କୋଇଲା ବୋଝେଇ ଅଟୋ ଜବତ କରିବା ସହ ଏଥିରେ ସମ୍ପୃକ୍ତ 4 ଜଣ ଅଭିଯୁକ୍ତଙ୍କୁ କରିଛି।ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଛି।  ଗିରଫ ହୋଇଥିବା ଅଭିଯୁକ୍ତ ଗୋପବନ୍ଧୁପଲ୍ଲି ଅଞ୍ଚଳର ମହମ୍ମଦ ଆକବର, ମହମ୍ମଦ ରହିସ୍, ମହମ୍ମଦ ଲାଲୁ ଏବଂ ମହମ୍ମଦ ଆସଗର ।

Related Posts

About The Author

Add Comment