କେମିତି ଖସି ପଡିଲେ ନାଳରେ ଆଖି ବୁଜିଲେ ୨ କୁନି ଝିଅ

Spread the love
  •  
  •  
  •  
  •  
  •  

ବଲାଙ୍ଗୀର, 15.01.2021(ସନ୍ଧାନ ନିଉଜ୍) : ଲୁହରେ ଭାସିଲା ଗାଁ ଦାଣ୍ଡ। ସମସ୍ତଙ୍କ ଆଖରୁ ଝରୁଛି ଲୁହ। ବଲାଙ୍ଗୀର ଟିଟିଲାଗଡ଼ରେ ଏହି ଦୁଃଖଦ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ରହସ୍ୟଜନକ ଭାବେ ୨ ଶିଶୁକନ୍ୟାଙ୍କ ଜୀବନ ଚାଲିଗଲା। ମ୍ୟୁନିସିପାଲଟି ଅନ୍ତର୍ଗତ ୧୫ ନମ୍ବର ଓ୍ବାର୍ଡର ସନ୍ତିନିବାସ ଗଳିର ୨ ଛୋଟ ଝିଅଙ୍କ ମୃତ୍ୟୁ ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏହାକୁ ନେଇ ବଜାରଘାଟରେ ଚର୍ଚ୍ଚା ଲାଗି ରହିଛି । ମୃତ ଶିଶୁ ହେଲେ ହାଟପଦାପଡାର ଆଇନ୍‌ଜୀବି ସରୋଜ ପାଢ଼ୀଙ୍କ ୮ ବର୍ଷର ଝିଅ ଶ୍ରଦ୍ଧା ପାଢ଼ୀ ଏବଂ ଅନ୍ୟ ଜଣେ ହେଲେ ଏହି ଗ୍ରାମର ସରୋଜ ରଥଙ୍କ ୮ ବର୍ଷର ଝିଅ ରାକ୍ଷୀ ରଥ। ରହସ୍ୟଜନକ ଭାବେ ନାଳରେ ୨ ଶିଶୁପଡି ଯାଇଥିଲେ। ସେଠାରେ ସେମାନଙ୍କ ଜୀବନ ଚାଲି ଯାଇଥିଲା। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ କିଛି ଲୋକେ ଧାଇଁ ଆସିଥିଲେ। ୨ଜଣଙ୍କ ମୃତଦେହ ଭାସୁଥିବା ଦେଖିଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ଏହି ୨ ଶିଶୁଙ୍କ ମୃତ୍ୟୁ ନେଇ ସନ୍ଦେହ ଉପୁଜିଛି। ସନ୍ଧ୍ୟା ବେଳେ ଏମାନେ କାହିଁକି ମଇଳା ନାଳରେ ଗାଧୋଇବେ? ପୂର୍ବରୁ ସେଠାରେ ସେମାନେ କେବେ ଗାଧୋଇ ନାହାନ୍ତି। ତେବେ ଆଜି କାହିଁକି ଗାଧୋଇଲେ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ୨ ଶିଶୁଙ୍କ ବ୍ୟବଚ୍ଛେଦ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Posts

About The Author

Add Comment