କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡ଼ିରୁ ଇସ୍ତଫା

Spread the love
  • 1
    Share

ଭୁବନେଶ୍ୱର, ୨୮/୫ (ସନ୍ଧାନ ନିୟୁଜ୍)- କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ଦଳ ବିରୋଧି କାର୍ଯ୍ୟ ପାଇଁ ସେ ବିଜେଡ଼ିରୁ ନିଲମ୍ବିତ ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ସେ ତାଙ୍କର ଇସ୍ତଫା ପତ୍ର ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ୩ ପୃଷ୍ଠାର ଏକ ପତ୍ର ଲେଖି  ନିଜର କ୍ଷୋଭ ଜଣାଇବା ସହିତ ଦଳରୁ ତାଙ୍କର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି । ଦଳରେ ବୈଜୟନ୍ତ ଅଲୋଡ଼ା ହୋଇଥିବାରୁ ତାଙ୍କର ଇସ୍ତଫା ଗ୍ରହଣ କରାଯିବାର ପଥ ପରିସ୍କାର ହୋଇଛି । ତାଙ୍କର ଇସ୍ତଫା ପାଇଁ କେନ୍ଦ୍ରାପଡ଼ା ଜିଲା ବିଜେଡ଼ି ପକ୍ଷରୁ ଦାବି ହେଉଥିଲା । ବୈଜୟନ୍ତଙ୍କ ଇସ୍ତଫା ପରେ ବର୍ତମାନ ପୁଣି ଥରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ହେବକି ନାହିଁ ପର ମୁହୁର୍ତରେ ଜଣାପଡ଼ିବ । ଓଡ଼ିଶା ସମାଚାର

  • 1
    Share

Related Posts

About The Author

Add Comment