ଯଶିପୁର, ୧୯.୦୧.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):- ଅଲ୍ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନର ଆହ୍ମାନରେ ଆଜି ଯଶିପୁର ବ୍ଳକ୍ ଜାମୁକେଶ୍ଵର ପଞ୍ଚାୟତ ଅଧୀନ ଜାମୁକେଶ୍ବରଠାରେ ଏବଂ ମଣଦା ପଞ୍ଚାୟତ ଅଧୀନ । ମଣଦାଠାରେ ପ୍ରତିବାଦ ସଭା ହୋଇଛି । ଜାମୁକେଶ୍ଵରର ଶତାଧିକ ମହିଳା ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ପ୍ରତ୍ୟାହାର, ଘରୋଇ ମଣ୍ଡି ଆଇନ ପ୍ରତ୍ୟାହାର ଏବଂ ଚୁକ୍ତି ଚାଷ ଆଇନ ପ୍ରତ୍ୟାହାର ଦାବିରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ। ପରେ ସ୍ଥାନୀୟ ଛକରେ ଏକ ପ୍ରତିବାଦ ହୋଇଥିଲା । ସେଥିରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ରାଜ୍ୟ କମିଟି ସଦସ୍ୟ ତଥା ପୂର୍ବତନ ବିଧାୟକ କମ୍ପୁଡ଼ । ଶମ୍ଭୁନାଥ ନାଏକଙ୍କ ସହ ସଂଗଠନର ବ୍ଳକ୍ ସଭାନେତ୍ରୀ ତପସ୍ବିନୀ ନାଏକ, ପଞ୍ଚାୟତର ସମିତିସଭ୍ୟ ଫୁଲ ନାଏକ, ସନ୍ଧ୍ୟାରାଣୀ ମହାନ୍ତ, ଶ୍ରୀନିବାସ ନାଏକ, ଅର୍ଜୁନ ମହାନ୍ତ, ସୁବାସ ମହାନ୍ତ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ସେହିପରି ମଣଦାର ଶତାଧିକ ମହିଳା ଏକତ୍ରିତ ହୋଇ କେନ୍ଦ୍ର ସରକାରଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ପ୍ରତ୍ୟାହାର, ଘରୋଇ ମଣ୍ଡି ଆଇନ ପ୍ରତ୍ୟାହାର ଏବଂ ଚୁକ୍ତି ଚାଷ ଆଇନ ପ୍ରତ୍ୟାହାର ଦାବିରେ ଦାବିରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିଥିଲେ । ପରେ ସ୍ଥାନୀୟ ଛକରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲେ । ଏଥିରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ରାଜ୍ୟ କମିଟି ସଦସ୍ୟ ତଥା ପୂର୍ବତନ ବିଧାୟକ କମ୍ପୁଡ଼ ଶୟୁନାଥ ନାଏକଙ୍କ ସହ କମ୍ପ୍ରଡ ତରୁଣ କୁମାର ପାତ୍ର, ମମତା ମହାନ୍ତ, ବିମଳା ନାଏକ, ଚନ୍ଦ୍ରାବତୀ ମହାନ୍ତ, ଯଶମଣି ମହାରଣା, ହେମଲତା ମହାନ୍ତ, ସୂର୍ଯ୍ୟମଣି ପାତ୍ର, ରାଇମଣି ତିରିଆ, ଫୁଲ ପାଙ୍ଗୀ, ତ୍ରିବେଣୀ ନାଏକ, ରେବତୀ ନାଏକ, ଶବର ମାଝୀ ସୂର୍ଯ୍ୟ ଚାତାର ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ।
କୃଷି ଆଇନ ବିରୋଧରେ ଆନ୍ଦୋଳନ
|
January 19, 2021 |
