କୂଅରେ ପଡି ଯୁବକର ମୃତ୍ୟୁ; ପୂର୍ବତନ ସରପଂଚ କୂଅରେ ପୂରେଇ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

Spread the love

ଧର୍ମଶାଳା, ୨୪/୭ (ସନ୍ଧାନ ନିୟୁଜ/ସୁରେଶ ବିଶ୍ୱାଳ) ଧର୍ମଶାଳା ଥାନା ଅନ୍ତର୍ଗତ ଦେଓଦା ପଂଚାୟତ ମାଝିପାଟଣା ଗ୍ରାମର ପୂର୍ବତନ ସରପଂଚ ପିତାମ୍ବର ନାୟକଙ୍କ କୂଅରେ ପଡି ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଏହି ଗ୍ରାମର ପିତାମ୍ବର ନୟକଙ୍କ କୂଅରେ ଏକ ବିଲେଇ ଖସିପଡିଥିବାରୁ ପାଣି ଖରାପ ହୋଇଥିଲା । ଫଳରେ କୂଅରୁ ବିଲେଇ କାଢ଼ିବା ପାଇଁ ପିତାମ୍ବର ଅଲଣିସାହୁ ପାଟଣା ଗ୍ରାମର କୌଳାସ ମଲିକଙ୍କ ପୁଅ ଦିନବନ୍ଧୁ ମଲିକ(୪୨)ଙ୍କୁ ଡାକିଥିଲେ । ତେବେ ଦିନବନ୍ଦୁ ସେ ସମୟରେ ମଦପିଇଥିବାରୁ ପରିବାର ଲୋକେ ତାଙ୍କୁ ନଡାକିବା ପାଇଁ ପିତାମ୍ବରଙ୍କୁ ମନା କରିଥିଲେ । ମାତ୍ର ପିତାମ୍ବର ତାଙ୍କୁ ଡାକି କୂଅରେ ପୁରେଇଥିଲେ । ପରେ ମଦପାନ କରିଥିବାରୁ କୁଅରୁ ବାହାରିପାରିନଥିଲେ ଦିନବନ୍ଦୁ । ଫଳରେ କୂଅଭିତରେ ତାଙ୍କର ମୁତ୍ୟୁ ହୋଇଥିଲା । ଏପରକି ଏହି ଖବର ତୁରନ୍ତ ଦମକଳ ବାହାନକୁ ଦିଆଯାଇନଥିଲା । ବହୁ ବିଳମ୍ବରେ ଖବର ପାଇ ଦମକଳବାହୀନି ଖବର ପାଇ ସେଠାରେ ପଂହଚି ଶବକୁ କୁଅରୁ ବାହାରକରିଥିଲା । ଏପରକି ତାଙ୍କୁ ଜାଣିଶୁଣି କୂଅରେ ପୁରେଇ ମାରିଦିଆଗଲା ବୋଲି ତାଙ୍କ ପତ୍ନୀଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏଠି ଜୌନିକ ପୂର୍ବତନ ସରପଂଚ କୂଅରେ କିଛିବି ଜନ୍ତୁ ପଡିଗଲେ ଦମକଳବାହାନୀକୁ ଖବର ଦେବାର ଆବଶ୍ୟକତା ଥିବା ବେଳେ ସେମାନେ ଏଥିପାଇଁ ତାଲିମ ନେଇଛନ୍ତି । କିନ୍ତୁ ତାହା ନକରି ଜଣେ ଅଣତାଲିମ ପ୍ରାପ୍ତ ମଦ୍ୟପ ଯୁବକଙ୍କୁ ଡାକି କୁଅରେ ପୁରେଇବା କେତେଦୂର ଠିକ୍ ତାହା ଏଠି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପର ପକ୍ଷରେ ଯଦି ପୁରେଇଲେ ତେବେ କୂଅ ନିକଟରେ ଗ୍ରାମବାସୀ ଏବଂ ଅନ୍ୟମାନଙ୍କୁ ତାଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ଦେଇନଥିଲେ କିପରି । ଏପରି ଅନେକ ପ୍ରଶ୍ନ ଉଠିଥିବା ବେଳେ ଗ୍ରାମବାସୀ ମାନେ ତାଙ୍କୁ ଜାଣିଶୁଣି କୂଅରେ ପୁରେଇ ମାରିଦିଆଗଲା ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପଟରେ ଏଭଳି ଏକ ସବେଦନଶୀଳ ଘଟଣାରେ ଧର୍ମଶାଳା ପୋଲିସ କିଭଳି ଏକ ଅପମୃତ୍ୟୁ ମାମଲା କେସ ନଂ ୧୦/୨୦୧୯ରେ ମାମାଲ କରି ଚୁପ ହୋଇପଡିଛି ତାହା ମଧ୍ୟ ସନେ୍ଦହ ଘେରକୁ ଆସିଛି । କୌଣସି କାରଣ ପାଇଁ ସେ ଉକ୍ତ ପୂର୍ବତନ ସରପଂଚ ଉପରେ କାର୍ଯ୍ୟନୁଷ୍ଠାନ ନେଉନଥିବା ସାଧରଣରେ ଆଲୋଚନା ଚାଲିଥିବା ବେଳେ ତୁରନ୍ତ ପୋଲିସ ପୂର୍ବତନ ସରପଂଚଙ୍କୁ ଗିରଫ କରି ଗରିବ ପରିବାର ପ୍ରତି ନ୍ୟାୟ ପ୍ରଦାନ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

Related Posts

About The Author

Add Comment