କୂଅରୁ ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ କରୁଛନ୍ତି ପରିବାର ଲୋକେ

Spread the love

ବାଲିଗୁଡା,07/10.(ସନ୍ଧାନ ନିଉଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପାଟଖଣ୍ଡା ସାହି ଟୁକୁନା ପାଳଙ୍କ ବାରିପଟ କୂଅରୁ ତାଙ୍କ ଝିଅ ଶୀବାନୀର ମୃତଦେହ ଠାବ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି । ସୂଚନା ପ୍ରକାରେ ଗତ ସୋମବାର ସନ୍ଧ୍ୟା ସମୟରୁ ଟୁକୁନା ପାଳଙ୍କ ଝିଅ ଶୀବାନି ନିଖୋଜ ହୋଇ ଯାଇଥିଲା । ପରିବାର ଲୋକେ ବହୁତ ଖୋଜାଖୋଜି କରି ନପାଇବାପରେ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବୁଧବାର  ସକାଳ ପ୍ରାୟ ୧୦ଟା ସମୟରେ ଟୁକୁନା ପାଳଙ୍କ ଘର ବାରିପଟରେ ଥିବା ନିଜ କୂଅରେ ଝିଅର ଶବ ଭାସୁଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ ଏବଂ ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ସେପଟେ ପ୍ରତିଦିନ ପରିବାର ଲୋକେ ନିଜ କୁଅପାଣି ବ୍ୟବହାର କରୁଥିଲେ ମଧ୍ୟ କିଛି ଆଭାସ ପାଇନାହାନ୍ତି । ଏଣୁ କେହି ଝିଅକୁ ହତ୍ୟା କରି କୁଅରେ ଆଣି ଫିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ସେପଟେ ଘଟଣାର ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

Related Posts

About The Author

Add Comment