କୁହୁଡି ହେଲା କାଳ, ଟ୍ରକ ପଛପଟୁ ପିଟିଲା ଟାଟା ମ୍ୟାଜିକ୍‌

Spread the love
  •  
  •  
  •  
  •  
  •  

ନିଶ୍ଚିନ୍ତକୋଇଲି, (ସନ୍ଧାନ ନିଉଜ୍): ଟ୍ରକ ପଛପଟୁ ପିଟିଲା ଟାଟା ମ୍ୟାଜିକ୍‌ ଗାଡି । ଛିଡା ହୋଇଥିବା ଟ୍ରକକୁ ପିଟିଲା ଟାଟା ମ୍ୟାଜିକ୍‌ ଗାଡି । ଦୁର୍ଘଟଣା ଫଳରେ ଟାଟା ମ୍ୟାଜିକ୍‌ ଗାଡିରେ ବସିଥିବା ଅଭୟ ସାହୁ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । କଟକ-ଚାନ୍ଦବାଲି ରାସ୍ତାର ବାହାବଳପୁର ଛକ ନିକଟରେ ଦୁର୍ଘଟଣା ଘଟିଛି । ଖବର ଅନୁଯାୟୀ, କଟକ-ଚାନ୍ଦବାଲି ରାସ୍ତାର ବାହାବଳପୁର ଛକ ନିକଟରେ ଏକ ଟ୍ରକ ଛିଡା ହୋଇଥିଲା । ଏହି ସମୟରେ ଛିଡା ହୋଇଥିବା ଟ୍ରକ୍‌କୁ ପଛପଟୁ ଆସି ଧକ୍କା ଦେଇଥିଲା ଟାଟା ମ୍ୟାଜିକ୍‌ । ଯାହାଫଳରେ ଟାଟା ମ୍ୟାଜିକ୍‌ ଗାଡିରେ ବସିଥିବା ଅଭୟ ସାହୁ ଗୁରୁତର ହୋଇଥିଲେ । ଅଭୟଙ୍କୁ ଉଦ୍ଧାର କରିବା ଲାଗି ଗାଡ଼ିର କାଚ ଭଙ୍ଗାଯାଇଥିଲା , ଏବଂ ଗୁରୁତରଙ୍କୁ ଉଦ୍ଧାର କରି କଟକ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି ସ୍ଥାନୀୟଲୋକେ । ଅତ୍ୟଧିକ କୁହୁଡି ଲାଗି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ନିଶ୍ଚିନ୍ତକୋଇଲି ପୋଲିସର ତଦନ୍ତ ଆରମ୍ଭ କରିଛି ।

Related Posts

About The Author

Add Comment