ସମ୍ବଲପୁର/ସନ୍ଧାନ ନ୍ୟୁଜ:ଜମନକିରା ବ୍ଲକ କୁଲୁଣ୍ଡି ପଞ୍ଚଦିବସୀୟ ୨୨ ତମ ଟାଇଟନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଏଥିରେ ସମୁଦାୟ ୧୬ଟି ଦଳ ଅଂଶଗ୍ର ହଣ ଥିବାବେଳେ ଆଜି ଫାଇନାଲ ମ୍ୟାଚରେ ପରମାଣପୁର ଦଳ ବିଜେତା ଦେଦରନୂଆପାଲି ଉପବିଜେତା ହୋଇଛି। ପ୍ରଥମେ ଟସ୍ ଜିଣି ପରମାଣପୁର ଦଳ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୮ ୱିକେଟ ହରାଇ ୧୦୧ ରନ ସଂଗ୍ରହ କରିଥିଲା। ଦେଦରନୂଆପାଲି ସମସ୍ତ ୱିକେଟ ହରାଇ ମାତ୍ର ୭୬ ରନ ସଂଗ୍ରହ କରିପାରିଥିଲା ।ବିଜେତା ପରମାଣପୁର ଦଳକୁ ଆୟୋଜକ କମିଟି ପକ୍ଷରୁ ଟ୍ରଫି ସହ ୧୫ ହଜାର ନଗଦ ରାଶି ଉପ ବିଜେତା ଦେଦରନୂଆପାଲି ଦଳକୁ ଟ୍ରଫି ସହ ୯ ହଜାର ନଗଦ ରାଶି ପ୍ରଦାନ କରାଯାଇ ଥିବାବେଳେ ମ୍ୟାନ ଅଫ ଦି ଫାଇନାଲ ଭାବରେ ପରମାଣପୁର ଦଳର ଯୋଗେଶଙ୍କୁ ଟ୍ରଫି ଓ ଜର୍ସି ଏବଂ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବରେ ଦେଦରନୂଆପାଲି ଦଳର ସୌରଭଙ୍କୁ ଟ୍ରଫି ଓ ଜର୍ସି ପ୍ରଦାନ କରାଯାଇଥିଲା। ଟୁର୍ଣ୍ଣାମେଣ୍ଟକୁ କୁଲୁଣ୍ଡି ୟୁଥ୍ କ୍ଳବ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ କ୍ଲବର ସମସ୍ତ ସଦସ୍ୟ ସକ୍ରିୟ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ ।ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ କୁଲୁଣ୍ଡି ସରପଞ୍ଚ ପଙ୍କଜିନି କୁମୁରା ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥ୍ ଭାବରେ ଯୁବ ବ୍ୟବସାୟୀ ତଥା ବିଜେପି ନେତା ସୁଦୀପ ନାଥ ଯୋଗଦାନ କରିଥିଲେ ।ଭବାନୀ ପଧାନ, ଓମ୍ ପ୍ରକାଶ ଶର୍ମା, ସୁଶାନ୍ତ ମେହେର, ସୁବିର ଧୁରୁଆ, ଓମ୍ ପ୍ରକାଶ ମିଶ୍ର,ନଥ ଶର୍ମା ପରିଚାଳନା କରିଥିଲେ।
କୁଲୁଣ୍ଡି ଟାଇଟନିକ କପ୍ କ୍ରିକେଟ ଫାଇନାଲରେ ଦେଦରନୂଆପାଲି ଉପବିଜେତା ପରମାଣପୁର ବିଜେତା
|
January 14, 2025 |
