କୁନ୍ଦଳ ପଂଚାୟତର ଯୁବ ସଂଗଠକଙ୍କ ପ୍ରସ୍ତୁତି ବୈଠକ

Spread the love

ଯାଜପୁର,୨୮.୫(ସନ୍ଧାନନୁ୍ୟଜ/ମାନସ ରାଉତ):ବଡଚଣା ବ୍ଳକର କୁନ୍ଦଳ ପଂଚାୟତର ସର୍ବାଙ୍ଗୀନ ଉନ୍ନତି କଳ୍ପେ ଯୁବ ସମାଜ ସେବୀ ଜୟ ପ୍ରକାଶ ବିଶ୍ୱାଳଙ୍କ ଆହ୍ୱାନ କ୍ରମେ କୁନ୍ଦଳସ୍ଥିତ ଶ୍ରୀରାମ ମନ୍ଦିର ପରିସରରେ ଯୁବ ସଂଗଠକ ମାନଙ୍କର ଏକ ପ୍ରସ୍ତୁତି ବୈଠକ ସଭାପତି ସ୍ମୃତି ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରସ୍ତୁତି ବୈଠକରେ ସମ୍ମାନିତ ଅତିଥି ଭାବେ ଯୁବ ସମାଜସେବୀ ଚିତରଞ୍ଜନ ସିଂହ, ସାମ୍ବାଦିକ ଶିବାରାମ ସାହୁ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଉପସ୍ଥିତ ଯୁବକ ମାନେ ଦେଶ ଉଦେ୍ଦଶ୍ୱରେ ଦେଶାତ୍ମକବୋଧ ସଙ୍ଗୀତ ଗାନ କରିଥିଲେ । ବୈଠକରେ କୁନ୍ଦଳ ପଂଚାୟତର କୁନ୍ଦଳ, ହରିପୁର, ସଇକା, ଗରଗାଲି, କୁଳହରିପୁର, ସାନବ୍ରାହ୍ମଣୀ ଓ ଛୋଟରାୟପୁର ଗ୍ରାମରୁ ୫୦ରୁ ଉର୍ଦ୍ଧ ଯୁବକ ଯୋଗ ଦେଇଥିଲେ । ଆଜିର ଛାତ୍ର ଓ ଯୁବକ ମାନେ ସଂଗଠିତ ହୋଇ ସମସ୍ତଙ୍କୁ ଭଲ ପାଇବା ସହିତ ସେବାକାର୍ଯ୍ୟ କରି ସତ୍ୟକୁ ଆଧାର କରିବା ଦରକାର । ସମାଜକୁ ସୁସ୍ଥ ସମାଜରେ ଗଠନ କରିବାକୁ ପ୍ରଥମେ ନିଜ ଘର କିମ୍ବା ପଂଚାୟତକୁ ସରସ ସୁନ୍ଦର ଭାବେ ଗଢି ତୋଳିଲେ ଏ ପଂଚାୟତ ଯାଜପୁର ଜିଲାର ଅଗ୍ରଣୀ ପଂଚାୟତ ଭାବେ ପରିଗଣୀତ ହୋଇପାରିବ । ପଂଚାୟତର ଥିବା ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ହାଇସ୍କୁଲ ପର୍ଯ୍ୟନ୍ତ ଶିକ୍ଷାଦାନ, ବିରୁପା-ଗେଙ୍ଗୁଟି ଦୀପାଂଚଳ ଦ୍ୱାରା ନଦୀରୁ ଜଳ ଆସି ଏଠାରେ ଥିବା ଚାଷ ଜମିକୁ ଜଳସେଚନର ସୁବିଧା ଓ ଯୁବକ ମାନେ ସଂଗଠିତ ହୋଇ ଗ୍ରାମ ମଧ୍ୟରେ ଭାଇଚାରାକୁ ଅଧିକ ଦୃଢିଭୂତ କରିବା ଓ ଉନ୍ନୟନ ପାଇଁ ରାସ୍ତା, ପୋଖରୀ, ସ୍କୁଲଗୃହ ପାଇଁ ଆସୁଥିବା ସରକାରୀ ଅର୍ଥ ଠିକ ଭାବରେ ସମ୍ପନ୍ନ ହେବାପାଇଁ ଯୁବ ସଂଗଠନର ଆବଶ୍ୟକତା ରହିଛି ବୋଲି ସମ୍ମାନିତ ଅତିଥି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉପସ୍ଥିତ ଥିବା ଯୁବ ସଂଗଠକ ମାନେ ପ୍ରକାଶ କରିଥିଲେ ଯେ ଏ ସଂଗଠନର ମୁଖ୍ୟ ଭାବରେ ଜୟ ପ୍ରକାଶ ବିଶ୍ୱାଳ ଦାୟିତ୍ୱ ନେଇ ସଂଗଠନକୁ ଦୃଢୀଭୂତ କରନ୍ତୁ । ଆସନ୍ତା ଦିନରେ ଏ ଯୁବ ସଂଗଠନ ଅଧିକ କ୍ରିୟାଶୀଳ ହୋଇ ପୁନରାୟ ଏକ ସାଧାରଣ ବୈଠକ ଅନୁଷ୍ଠିତ ହେବ ବୋଲି ଯୁବ ସମାଜସେବୀ ଶ୍ରୀ ବିଶ୍ୱାଳ ମତ ପ୍ରକାଶ କରିଥିଲେ ।

Related Posts

About The Author

Add Comment