କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ଭୂତକୋଠି

Spread the love

ବହଳଦା, ୭/୧୦ ( ସନ୍ଧାନ ନ୍ୟୁଜ୍):- ଆଦିବାସୀ ଅଧୁଷିତ ଅଞ୍ଚଳର ଗରିବ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ସରକାର ବାମନଘାଟି ଉପଖଣ୍ଡ ଅଧୀନ ବହଳଦା ବ୍ଳ ପ୍ରାଣୀ ଚିକିତ୍ସାଳୟ ପରିସରରେ ୨୦୧୬ ମସିହା ସେପ୍ଟେମ୍ବର ମାସ ଏକ କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏଥିପାଇଁ ସ୍ଵର୍ଣ ଜୟନ୍ତି ଗ୍ରାମ୍ୟ ସ୍ଵରୋଜଗାର ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ହେଲେ ପରେ କେନ୍ଦ୍ରରେ ପରିଚାଳନା ଗତ ସମସ୍ୟା ଦେଖାଦେଲା। ଚିଆଁ ଉତ୍ପାଦନ ପାଇଁ ଅଧିକ ଖର୍ଚ୍ଚ ହେବାରୁ ପ୍ରତିଯୋଗିତାମୂଳକ ବଜାରରେ ଚାଷୀଙ୍କ ଚାହିଦା ମୁତାବକ ଚିଆଁ ଯୋଗାଣ ସମ୍ଭବ ହୋଇପାରିଲା ନାହିଁ । ଚାଷୀମାନେ ମଧ୍ୟ ବାରିପଦା ଓ କରଞ୍ଜିଆରୁ ଚିଆଁ ଆଁଣିବାକୁ ପସନ୍ଦ କଲେ। ଏପରି ସମୟରେ ପ୍ରତିଷ୍ଠା ହେବାର ଗୋଟିଏ ବର୍ଷ ପରେ କେନ୍ଦ୍ରରେ ଆଉ ଚିଆଁ ଉତ୍ପାଦନ ସମ୍ଭବ ହେଲା ନାହିଁ । ଫଳରେ ଗତ ୩ ବର୍ଷ ହେବ ଏହା ଅଚଳ ହୋଇ ପଡ଼ିରହିଛି। ଲକ୍ଷାଧିକ ଟଙ୍କାର ମେସିନ ଖତ ଖାଉବା ସହ କେନ୍ଦ୍ରର ଘର ସବୁ ଭୂତକୋଠିରେ ପରିଣତ ହୋଇଗଲାଣି। ତେବେ ମୁଖ୍ୟତଃ ବିଦ୍ୟୁତ୍‌ ଯୋଗାଣ ଓ ପାଣି ସମସ୍ୟା ଯୋଗୁଁ ଏଠାରେ ଚିଆଁ ଉତ୍ପାଦନ ବନ୍ଦ ହୋଇଗଲା । ବିଦ୍ୟୁତ୍ ଅଭାବରୁ ଯଦି ବି ଜେନେରେଟର ବ୍ୟବହାର ହେଲା, ଅଧିକ କମ୍ପନ ଯୋଗୁଁ କେନ୍ଦ୍ରର କାନ୍ଥ ଓ ଛାତରେ ଫାଟ ଦେଖାଦେଲା ବୋଲି ଚିଆଁ ଉତ୍ପାଦନ କେନ୍ଦ୍ରର ପରିଚାଳନା ଦାୟିତ୍ବରେ ଥିବା ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ (ଏଭିଏଏସ୍) କହିଛନ୍ତି। ତେବେ ଅନ୍ୟପଟେ ଅଚଳ କେନ୍ଦ୍ରକୁ ସଚଳ କରିବା ନେଇ ଉଦ୍ୟମ ଚାଲିଥିବା ଜଣାପଡ଼ିଛି। ଏହାର ସୁପରିଚାଳନା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ପ୍ରସ୍ତାବ ରହିଥିବା ବିଭାଗୀୟ କର୍ତ୍ତୃପକ୍ଷ ଜଣାଇଛନ୍ତି। ନିକଟରେ ଏକ ଉଚ୍ଚସ୍ତରୀୟ କମିଟି ଅଚଳ କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। କିପରି କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ରକୁ ଅଗ୍ରାଧିକାର ଭିଭିରେ କାର୍ଯ୍ୟକ୍ଷମ କରିହେବ, ସେନେଇ କମିଟି ରିପୋର୍ଟ ସଂଗ୍ରହ କରିଥିବା ଉପଖଣ୍ଡ ଚିକିତ୍ସାଧିକାରୀ ଡା. ବୀରବର ବେହେରା କହିଛନ୍ତି।

Related Posts

About The Author

Add Comment