ଯାଜପୁର ସଦର, ୧୦ା୦୭(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା କୁଆଖିଆ ପୋଲିସକୁ ମିଳିଚ ଏକ ବଡ଼ ସଫଳତା । ଏଠାରେ ସୂଚନା ଯୋଗ୍ୟ ଯେ, ରାଜେନ୍ଦ୍ରପୁର ପଂଚାୟତ ରାଜେନ୍ଦ୍ରପୁର ଗ୍ରାମର ରବିନ୍ଦ୍ର ବେହେରା ତାଙ୍କ ସ୍ତ୍ରୀଙ୍କ ସହିତ ଗଦାଧର ଜୁଏଲାରୀରୁ ସୁନା ଅଳଙ୍କାର କିଣି ଦିନ ୧ଘଟିକା ୩୦ମିନିଟ ରେ ନିଜ ବାଇକରେ ଟାଙ୍ଗି ଦୋକାନରୁ ଅନ୍ୟ ଜିନଷ କିଣୁଥିବା ବେଳେ, ଏହାର ସୁଯୋଗ ନେଇ ଲୁଟେରା ସୁନା ବ୍ୟାଗ ନେଇ ଚମ୍ପଟ ମାରିଥିଲା । ରବିନ୍ଦ୍ର ବେହେରାଙ୍କ ଗାଡ଼ିରେ ସୁନା ନଥିବାରୁ ବୋହୁ ଖୋଜାଖୋଜି କରିବାପରେ ସୁନା ବ୍ୟାଗ ନମିଳିବାରୁ ଏନେଇ ରବିନ୍ଦ୍ର ବେହେରା କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବାପରେ ଯାଜପୁର ଏସ୍ଡିପିଓ ଚିନ୍ମୟ କୁମାର ସ୍ୱାଇଁ, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ହରିପୁର ବଜାରରେ ପହଁଚି ଦୋକାନରେ ଲାଗିଥିବା ସିସି ଟିଭି ଫୁଟେଜ ଯାଞ୍ଚ କରିଥିଲେ । ସିସି ଟିଭି ଫୁଟେଜରୁ ଏକ ବାଇକ ନଂ ପୋଲିସ ହାତରେ ଲାଗିଥିଲା । ଯାହାକୁ ନେଇ କୁଆଖିଆ ଥାନା ପୋଲିସ ଜାଣିବାକୁ ପାଇଥିଲେ ଯେ, ଅଳଙ୍କାର ଲୁଟ କରି ଚମ୍ପଟ ମାରିଥିବା ଲୁଟେରା ମାନେ ଯାଜପୁର ଜିଲ୍ଲା, ଜଖପୁରା ଥାନା ଅନ୍ତର୍ଗତ ଦଶମାଣିଆ ଗ୍ରାମର । ଏହି ଲୁଟେରା ମାନେ ହେଲେ ବିଜୟ ପ୍ରଧାନ, ରଙ୍ଗ ପ୍ରଧାନ ଏବଂ ଆକାଶ ପ୍ରଧାନ । ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୭ ତାରିଖ ଦିନ ଗଦାଧର ଜୁଏଲାରୀରୁ ରାଜେନ୍ଦ୍ରପୁର ଗ୍ରାମର ରବିନ୍ଦ୍ର ବେହେୋ ସୁନା କିଣିବାକୁ ଯାଇଥିଲେ । ଯାହାକୁ ନେଇ ଏହି ଲୁଟେରା ମାନେ ସୁନା ବ୍ୟାଗ ନେଇ ଚମ୍ପଟ ମାରିôତଲେ । ଯାହାକୁ ନେଇ କୁଆଖିଆ ପୋଲିସ ଏହି ୩ ଜଣ ଆସାମୀ ମାନଙ୍କୁ ଗିରଫ କରିବା ସହିତ ସୁନା ବ୍ୟାଗ ଏବଂ ବ୍ୟବହାର କରୁଥିବା ବାଇକକୁ ଜବତ କରିଚି । ଏସ୍ଡିପିଓ ଚିନ୍ମୟ କୁମାର ନାୟକ, ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ, ଅନିତା ପ୍ରଧାନ ଏକ ପୋଲିସ ଟିମ ଗଠନ କରି ଯାଜପୁର, ଦଶମାଣିଆ ଗ୍ରାମରେ ଚଢ଼ାଉ କରି ଆସାମୀ ମାନଙ୍କୁ ଗିରଫ କରିବା ସହିତ ସେମାନଙ୍କୁ ଗତକାଲି କୋର୍ଟ ଚାଲାଣ କରିଥିବାର ଜଣାଯାଇଚି । କୁଆଖିଆ ଥାନା ପୋଲିସ କୁ ଏକ ବଡ଼ ସଫଳତା ମିଳିଥିବା ଦେଖିବାକୁ ମିଳିଚି ।
କୁଆଖିଆ ପୋଲିସକୁ ମିଳିଚି ବଡ଼ ସଫଳତା; ୩ ଆସାମୀ ଗିରଫ
|
July 10, 2021 |