ସୁନ୍ଦରଗଡ ତା:୧୧/୯/୨୦୨୬(ସନ୍ଧାନ ନ୍ୟୁଜ) କିଞ୍ଜିରକେଲା ଥାନା ଅନ୍ତର୍ଗତ ବନ୍ଧ ବାହାର ଅଞ୍ଚଳରୁ ଟ୍ରକରେ ଥିବା ୧୪ ଗୋଟି ମହିଷି ଜବତ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବାଲି ଶଙ୍କରା ବ୍ଲକ କିଞ୍ଜିରକେଲା ଥାନା ଅନ୍ତର୍ଗତ ବନ୍ଧ ବାହାଲ ଗ୍ରାମରେ ପ୍ରାୟ ରାତ୍ରି ୧୨ ଟା ସମୟରେ ଏକ ଟ୍ରକ ରୁ ୧୪ ଗୋଟି ମହିଶିକୁ ଉଦ୍ଧାର କରି ଥାନା ପରିସରରେ ରଖିଥିବା ପୋଲିସ ସୂତ୍ରରୁ ପ୍ରକାଶ । କିଞ୍ଜିରକେଲା ଥାନା ଅଧିକାରୀ ଅନିଲ କୁମାର ସାମଲଙ୍କ ନେତୃତ୍ୱରେ ତାଙ୍କ ଟିମ୍ ରାତ୍ରି ସମୟରେ ସୂତ୍ରରୁ ଖବର ପାଇ ପେଟ୍ରୋଲିଙ୍ଗ

ସମୟରେ ଏହି ମହିଷି ବୋଝେଇ ଟ୍ରକ୍ କୁ ଜବତ୍ କରିଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।


