କିଞ୍ଜିରକେଲା ଚୁଇଢିପା ଗାଁ ଜଙ୍ଗଲ ରେ ଚିନ ଦେଶ ର ସାମଗ୍ରୀ ଚିହ୍ନଟ

Spread the love

ସୁନ୍ଦରଗଡ଼ ତା:୩୦-୦୮-୨୦୨୬ରିଖ (ସନ୍ଧାନ ନ୍ୟୁଜ ) ଗତ ତା:୨୯-୦୮-୨୦୨୬ରିଖ  ରାତି ପ୍ରାୟ ୧୦ଟା ସମୟ ରେ କିଞ୍ଜିରକେଲା ଥାନା ଅନ୍ତର୍ଗତ ଚୁଇଁଢିପା ଗାଁ ନିକଟ ଜଙ୍ଗଲ ରୁ କିଛି ଅଲଗା ଦେଶର ପରିଚୟ ମିଳୁଥିବା ଭଳିଆ ସାମଗ୍ରୀ ଜବତ କରାଯାଇଛି l ସେଥିରେ ଆକାଶ ଛତା ବେଲୁନ ତଥା ଚାଇନା ଭାଷାରେ ଲେଖା ଥିବା କ୍ୟୁୟାର କୋର୍ଡ କାଗଜ ରହିଛି l ଗାଁ ଲୋକଙ୍କ ଠାରୁ ସୂଚନା ପାଇ କିଞ୍ଜିରକେଲା ଥାନା ପୋଲିସ ଉକ୍ତ ଜାଗା କୁ ଯାଇ ଏ ସବୁ ଜିନିଷ ଜବତ କରିଥିବା ସୂଚନା ମିଳିଛି l ଏକ ମାସ ତଳେ କିଞ୍ଜିରକେଲା ଥାନା ଅଞ୍ଚଳରେ ମାଓବାଦୀ ଙ୍କ ପିନ୍ଧୁଥିବା ପୋଷାକ ମିଳିବା ସହିତ ମାଓ ପରିଚିତ ଥିବା ଯୁବକଙ୍କ ଚଳପ୍ରଚଳ ଘଟଣା ସାମ୍ନା କୁ ଆସିଥିଲା l ମାଓ ପରିଚିତ ଥିବା ଯୁବକମାନେ ଗାଁ ରେ ପଶି ଲୋକଙ୍କୁ ଭୟଭୀତ କରିଥିବା ଖବର ମିଳିଥିଲା l କିଞ୍ଜିରକେଲା ଥାନା ପୋଲିସ ଦଳବଳ ସହିତ ଅଞ୍ଚଳ ରେ ଖୋଜା ଖୋଜି କରିବା ପରେ ମଧ୍ୟ କିଛି ପତ୍ତା ମିଳି ନ ଥିଲା l ଏବେ ଏପରି ଜିନିଷ ଛାଡି ଯାଇଥିବା ଦେଖି ଅଞ୍ଚଳ ରେ ସନ୍ଦେହ ର ସହିତ ଆହୁରି ଭୟ ଜାଗ୍ରତ ହୋଇଥିବା ସୂଚନା ରହିଛି l ଏବେ ମଧ୍ୟ ଅଞ୍ଚଳ ରେ ମାଓବାଦୀ ଥିବା ଅଞ୍ଚଳବାସୀ ସନ୍ଦେହ କରୁଥିବା ଜଣାପଡିଛି ।

Related Posts

About The Author

Add Comment