ଯାଜପୁର /୨୭/୧୦(ସନ୍ଧାନ ନ୍ୟୁଜ) ଯାଜପୁର ରୋଡ଼ ଗୋଲେଇ ଛକ ଖଣ୍ଡୁଆଳି ବ୍ରିଜ ନିକଟରେ ରବିବାର ସଂଧ୍ୟା ସମୟରେ ଏକ ଅଜଣା ଗାଡି ଧକ୍କା ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ଦାନଗଦି ଡାକ୍ତରଖାନାକୁ ନିଆ ଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଦୁଇଜଣଙ୍କୁ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ କଟକ ସ୍ଥାନାନ୍ତରିତ କରାଯାଇଛି।୭ ଜଣ ସ୍ଥାନିୟ ବଳିଦିଆ ଗ୍ରାମର ହୋଇଥିବା ବେଳେ ଜଣେ ଶୁକଦେଇ ପୁରର ବୋଲି ଯଣା ପଡିଛି। ସେମାନେ ଚାଲିଚାଲି ବ୍ୟାସନଗର ସହରରେ ଚାଲିଥିବା କାଳୀପୂଜା ଦେଖିବାକୁ ଯାଉଥିବା ବେଳେ ପଛରୁ ଏକ ଗାଡି ଧକ୍କା ଦେଇ ଚାଲିଯାଇ ଥିଲା। ଫଳରେ ଆହତ ମାନେ ଏଣେ ତେଣେ ଛିଟିକି ପଡିଥିଲେ। ମୃତ ମହିଳା ଜଣଙ୍କ ହେଲେ ବଳିଦିଆ ଗ୍ରାମର ମମତା ସାମଲ(୪୫) ଅନ୍ୟମାନେ ହେଲେ ଆକାଶ ମଲିକ(୧୨), ଅଂଶୁ ଚୌଧୁରୀ(୧୫) ପିଙ୍କି ମାଝୀ(୧୪),କଳିକା ସାମଲ(୬୬),ରାଜା ସାମଲ (୨୨),ତୁଳସୀ ମଲିକ(୩୬), ଓ ରୁଜି ମଲିକ( ୧୭) ଆହତ ମାନଙ୍କ ମଧ୍ଯରୁ ଅଂଶୁ ଚୌଧୁରି ଓ ରୁଜି ମଲିକ ଗୁରୁତର ଅଛନ୍ତି। ତାଙ୍କୁ କଟକ ସ୍ଥାନାନ୍ତରିତ କରା ଯାଇଛି। କୋରେଇ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।



