କାଠପଟା ବୋଝେଇ ପିକ୍ଅପ୍ ଭ୍ୟାନ ଜବତ

Spread the love

ବାରିପଦା ୧୫/୮/୨୦(ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ବେତନଟୀ ରେଞ୍ଜ ପକ୍ଷରୁ ଚୋରା କାଠପଟା ବୋଝେଇ ଏକ ପିକ୍‌ଅପ୍ ଭ୍ୟାନ ଜବତ ହୋଇଛି । ସୂଚନା ମୁତାବକ ବୁଧବାର ଭୋରୁ ପଶ୍ଚିମବଙ୍ଗ ପଟୁ ଏକ ଚୋରା କାଠପଟା ବୋଝେଇ ଗାଡିକୁ ମୋରଡା ବନବିଭାଗ ପିଛା କରୁଥିବାବେଳେ ଭ୍ୟାନଟି ଖସିଆସି ବେତନଟୀ ରେଞ୍ଜରେ ପ୍ରବେଶ କରିଥିଲା । ଏନେଇ ବେତନଟୀ ରେଞ୍ଜକୁ ଖବର ମିଳିବାପରେ ବନବିଭାଗ ପକ୍ଷରୁ ଗାଡିକୁ ପିଛା କରାଯାଇଥିଲା  ଶେଷରେ ଗାଡିଚାଳକ ଗମ୍ଭାରିଆ ଗାଁ ନିକଟ ରାସ୍ତାପାର୍ଶ୍ବସ୍ଥ ଏକ ସ୍ଥାନରେ ଗାଡିକୁ ଛାଡି ଫେରାର ହୋଇଯାଇଥିଲା ବନବିଭାଗ ଗାଡି ( ଓଡି-୧୧ବି-୫୧୯୪) କୁ ଜବତକରି ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି । ଗାଡିରେ ୬୦ସିଫ୍ଟରୁ ଉର୍ଦ୍ଧ୍ବ ପରିମାଣର କାଠପଟାକୁ ଜବତ କରାଯାଇଛି । ଜବତ କାଠପଟାର ଆନୁମାନିକ ମୂଲ୍ୟ ୬୦ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବାନେଇ ପ୍ରାଥମିକ ଆକଳନ କରାଯାଇଛି । ଜବତ ଗାଡିଟି ଲାଲାମୋହନ ବିନ୍ଧାଣୀ ନାମରେ ପଞ୍ଜୀକୃତ ଥିବା ଜଣାଯାଇଛି । ତେବେ ଗାଡିନମ୍ବରଟି ଜେନନ୍ ପିକଅପ୍ ଭାବେ ପଞ୍ଜୀକୃତ ଥିବାବେଳେ ଜବତ ଗାଡିଟି ଟାଟାଡିଆଇ ମଡେଲର କାଠଚୋରମାନେ ଅନ୍ୟ ଗାଡିର ନମ୍ବର ଜବତ ଗାଡିରେ ବ୍ୟବହାର । କରୁଥିବାନେଇ ବନବିଭାଗ ଅନୁମାନ କରୁଛି । ଚଢାଉରେ ବଡାମପୁର ବନପାଳ ଶିରିଶ ଦଳେଇ, ବେତନଟୀ ବନପାଳ ସୁଶାନ୍ତ ବାଗଙ୍କ ସମେତ ବନରକ୍ଷୀ, ପାରାବନକର୍ମଚାରୀ ସାମିଲଥିଲେ ।

Related Posts

About The Author

Add Comment