କର୍ଣ୍ଣାଟକ: ଡେଡ଼ିଏସ୍ ନେତା କୁମାରସ୍ଵାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦର ଶପଥ ନେଲେ

Spread the love
  •  
  •  
  •  
  •  
  •  

ବାଙ୍ଗାଲୁରୁ ୨୩ ମଇ : ଏଚଡି କୁମାରସ୍ଵାମୀ ଆଜି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦର ଦାୟୀତ୍ୱ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବାଜୁଭାଇ ଭାଲା ତାଙ୍କୁ ଏକ ଭବ୍ୟ ସମାରୋହରେ ପଦ ଏବଂ ଗୋପନୀୟତାର ଶପଥ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କରର ପୁଅ କୁମାରସ୍ଵାମୀଙ୍କର ଶପଥ ସମାରୋହରେ ଭାଗ ନେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷା ସୋନିଆଁ ଗାନ୍ଧୀ, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରଵିନ୍ଦ କେଜରୀୱାଲ, କେରଳର ମୁଖ୍ୟମନ୍ତ୍ରୀ ପି. ବିଜୟନ, ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ, ବସପା ପ୍ରମୁଖ ମାୟାବତୀ, ସମାଜବାଦୀ ପାର୍ଟୀର ଅଧ୍ୟକ୍ଷ ଅଖିଲେଶ ଯାଦବ, ରାଲୋଦ ଅଧ୍ୟକ୍ଷ ଅଜିତ ସିଂହ, ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ରାଜଦ ନେତା ତେଜସ୍ଵୀ ଯାଦବ, ରାକଂପା ପ୍ରମୁଖ ଶରଦ ପୱାର, ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ଶରଦ ଯାଦବଙ୍କ ସହିତ ଅନେକ ବିରୋଧି ଦଳନେତା ଉପସ୍ଥିତ ଥିଲେ।

କୁମାରସ୍ଵାମୀଙ୍କ ସହିତ ଜୀ. ପରମେଶ୍ଵରନ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପଦର ଶପଥ ନେଲେ। କଂଗ୍ରେସର ବରିଷ୍ଠ ଦଳିତ ନେତା ପରମେଶ୍ଵରନ ବର୍ତ୍ତମାନ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଛନ୍ତି ଏବଂ ସେ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ହେବେ। ପରମେଶ୍ଵରଙ୍କର ବୟସ ୬୬ ବର୍ଷ ଅଟେ। ଆଜି ଶପଥ ସମାରୋହରେ ମାତ୍ର ଦୁଇଜଣ ଶପଥ ନେଇଛନ୍ତି। ମନ୍ତ୍ରୀମଣ୍ଡଳର ବିସ୍ତାର ବହୁମତ ପରୀକ୍ଷଣ ପରେ କରାଯିବ।

କୁମାରସ୍ଵାମୀଙ୍କର ଶପଥ ସମାରୋହରେ ଭାଗ ନେବାପାଇଁ ବଡ଼ ସଂଖ୍ୟାରେ କଂଗ୍ରେସ ଏବଂ ଜନତା ଦଳ ସିକ୍ୟୁଲାରର କାର୍ଯ୍ୟକର୍ତା ପହଁଞ୍ଚି ଥିଲେ। ବିଧାନସଭା ନିର୍ବାଚନରେ ଜନତା ଦଳ ସିକ୍ୟୁଲାର ଅବଶ୍ୟ ତୃତୀୟ ନମ୍ବରର ପାର୍ଟି ବନିଥିଲା କିନ୍ତୁ କଂଗ୍ରେସର ସମର୍ଥନରେ ସେ ରାଜ୍ୟରେ ସରକାର ବନାଇବାପାଇଁ ସକ୍ଷମହୋଇପାରିଛି। କୁମାରସ୍ଵାମୀଙ୍କୁ ୧୫ ଦିନ ଭିତର ନିଜର ବହୁମତ ବିଧାନସଭାରେ ପ୍ରମାଣିତ କରିବାକୁ ଅଛି।

Related Posts

About The Author

Add Comment