କରୋନା ଠାରୁ ବଳି ଯାଇଛି ପାନୀୟ ଜଳ ସମସ୍ୟା!

ରାଉରକେଲା, ୦୧/୦୮/୨୦୨୦ (ସନ୍ଧାନ ନିଉଜ):  କରୋନା ମହାମାରୀ ଠାରୁ ବଳି ଯାଇଛି ପାନୀୟ ଜଳ ସମସ୍ୟା । ପାନୀୟ ଜଳ ସମସ୍ୟା ଦ୍ୱାରା ଅଂଚଳବାସୀଙ୍କୁ ବହୁଳ ଭାବରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।   ସାରନଗରୀ(ସେକ୍ଟର-୨୨) ବାସିନ୍ଦା ପାନୀୟ ଜଳ ପାଇବାରେ ଗତ ଦୁଇ ସପ୍ତାହ ହେଲା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସେକ୍ଟର-୨୨ ଫର୍ଟିଲାଇଜଜର ଅଂଚଳରେ ଥିବା ଆରଏସପି କ୍ୱାର୍ଟର ଗୁଡ଼ିକୁ ନିୟମିତ ଦୁଇଥର ଯଥା ସକାଳ ଓ ସଂଧ୍ୟା ସମୟରେ ପାନୀୟ ଜଳଯୋଗାଣ ହୋଇଥାଏ । ମାତ୍ର କିଛି ଦିନ ହେଲା ଏଥିରେ ବ୍ୟତିକ୍ରମ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।  ଆରଏସପି ସହରସେବା ବିଭାଗରେ ବାରମ୍ବାର ଅଭିଯୋଗ ହେଲା ପରେ ମଧ୍ୟ କୌଣସି ସୁଫଳ ମିଳି ପାରୁନଥିବାରୁ ଏଥିନେଇ ଅସନ୍ତୋଷ ବ୍ୟାପିବାରେ ଲାଗିଛି । ସାରନଗରୀରେ ଥିବା ଆରଏସପି ସହରସେବା ବିଭାଗ ଅଧିନରେ ଫିଲଟର ହାଉସ ରହିଛି । ତରକେରା ପମ୍ପ ହାଉସରୁ ପାଣି ଫିଲଟର ହାଉସ ଯିବା ପରେ ସେଠାରୁ ବିଶୋଧନ କରାଯାଇ ଆରଏସପି କ୍ୱାର୍ଟସ ଗୁଡ଼ିକୁ ଯୋଗାଣ କରାଯାଇଥାଏ । ମାତ୍ର ବର୍ତମାନ ପାଣି ଯେଗ।।ଣରେ ଅନିୟମିତା ଦେଖାଯାଉଥିବାରୁ ପାଣି ଟୋପାଏ ପାଇଁ ପରିବାର ଧରି ରହୁଥିବା ଆରଏସପି କର୍ମଚାରୀ ମାନଙ୍କୁ ଡହଳବିକଳ ହେବାକୁ ପଡୁଛି । ପରିବାର ପାଇଁ ପାଣି ସଂଗ୍ରହ କରିବାକୁ ନଳକୂପ ଉପରେ ନିର୍ଭର କରିବାକୁ ପଡ଼ୁଛି ବୋଲି ବି ବ୍ଲକରେ ରହୁଥିବା ଜଣେ ଆରଏସପି କର୍ମଚାରୀ ପ୍ରକାଶ କରିଛନ୍ତି । ଏନେଇ ଜଣେ ଅଧିକାରୀଙ୍କୁ ପଚାରିବାରୁ ତରକେରା ପମ୍ପ ହାଉସରୁ ପାଣି ଫିଲଟର ହେବା ପାଇଁ ଫିଲଟର ହାଉସ ଯିବା ପରେ ସେଠାରୁ ସାରନଗରୀକୁ ପାଣି ଯୋଗାଣ ହୋଇଥାଏ, ମାତ୍ର ବର୍ତମାନ କିଛି ସମସ୍ୟା ଲାଗି ରହିଥିବାରୁ ଜଳଯୋଗାଣ ସମୟ ସମୟରେ ବ୍ୟାହତ ହେଉଛି  ବୋଲି ସେ ପ୍ରକାଶ କରିଥିଲେ ।   ଏଣୁ ଆରଏସପିର ଉଚ୍ଚ କର୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଏହାର ଯଥାଶୀଘ୍ର ସମାଧାନ କରିବାକୁ ଦାବି ହୋଇଛି ।

Related Posts

About The Author

Add Comment