ରାଉରକେଲା; ୦୧/୦୮/୨୦୨୦ (ସନ୍ଧାନ ନିଉଜ) :ଚଳିତ ମାସ ଜୁଲାଇ୧୭ ତାରିଖରୁ ୩୧ ତାରିଖ ଯାଏ ଚାରୋଟି ଜିଲା ସମେତ ରାଉରକେଲା ସହର ପ୍ରଶାସନ ପକ୍ଷରୁ ଲକ ଡାଉନ ଘୋଷଣା ହେବା ପରେ ଆଜି ରାଉରକେଲାରେ ଲକ ଡାଉନ ଉଠିଥିଲେ ମଧ୍ୟ ସପ୍ତାହନ୍ତ ଦୁଇ ଦିନ ଯଥା ଶନିବାର ଓ ରବିବାର ସଟଡାଉନ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ନାଇଟ କର୍ଫୁ ରାତି ୯ରୁ ସକାଳ ୫ ବଳବତର ରହିଛି । ରାକ୍ଷୀ ପର୍ବ ସୋମବାର ପଡ଼ୁଥିବା ବେଳେ, ଚଳିତ ବର୍ଷ କରୋନାରେ ବନ୍ଧା ପଡ଼ିଛି ରକ୍ଷା ବନ୍ଧନ! ଅନଲାଇନରେ ଯାହା ଯେମିତି ରାକ୍ଷୀ ବିକ୍ରି କାରବାର ଚାଲିଛି ।
ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଇ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଇବାର ଆଶଙ୍କା ବୃଦ୍ଧି ପାଉଥିବାରୁ ସରକାରଙ୍କ ପକ୍ଷରୁ କରୋନାକୁ ପ୍ରତିହିତ କରିବା ପାଇଁ ଏଭଳି ନିଷ୍ପତି ନିଆଯାଇଛି । ଅପରପକ୍ଷରେ କରୋନାର ପ୍ରଭାବ ଏଥର ରାକ୍ଷୀ ବଜାର ଉପରେ ସିଧାସଳଖ ପଡ଼ିଛି । ପ୍ରତିବର୍ଷ ଏହି କାରବାର କରି ରାଉରକେଲା ସମେତ ସାରନଗରୀର ବ୍ୟବସାୟୀ ମାନେ ବେଶ ଦୁଇ ପଇସା ରୋଜଗାର କରି ନିଜ ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ମାତ୍ର କରୋନା ଯୋଗୁ ରାକ୍ଷୀ ବଜାରରେ ସତେ ଯେପରି କଳା ବାଦଲର ଛାୟା ଏବେ ଠାରୁ ଘାରି ରହିଛି ।
ଆସନ୍ତା ଅଗଷ୍ଟ ୩ ତାରିଖରେ ଭାଇ ଓ ଭଉଣୀର ପବିତ୍ର ସମ୍ପର୍କ ଓ ଅନାବଳିଳ ସେହ୍ନର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା ପଡୁଥିବା ବେଳେ, ଜୁଲାଇ ୩୧ ତାରିଖ ଯାଏ ଲକ ଡାଉନ ଘୋଷଣା ହୋଇଛି, ଆଗକୁ ମଧ୍ୟ ଲକ ଡାଉନର ଅବଧି ସମୟ ବୃଦ୍ଧି ଆଶଙ୍କାୁ ଏଡ଼ାଇ ଦିଆଯାଇ ନପାରେ! ଏପରି୍ସ୍ଥଳେ ଦକ୍ଷିଣ ରାଉରକେଲାର ରାକ୍ଷୀ ବ୍ୟବସାୟୀ ହାତବାନ୍ଧି ବସିଛନ୍ତି । ଅନ୍ୟପକ୍ଷରେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିବା ଭଉଣୀକୁ ମଧ୍ୟ ନିରାଶ ହେବାକୁ ପଡ଼ିଛି । ଚଳିତଥର ରାକ୍ଷୀ ଉତ୍ସବ ଅନଲାଇନ ମାଧ୍ୟମରେ ହୋଇପାରେ ବୋଲି ଅଂଚଳର ବୁଦ୍ଧିଜିବୀ ମାନେ ମତ ଦେଇଛନ୍ତି । ପ୍ରକାଶ ଥାଉକି, ପ୍ରତିବର୍ଷ ସାରନଗରୀର ପାଣିଟାଙ୍କି ମାର୍କେଟ, ମଙ୍ଗଳା ଛକ, ଆଇଡ଼ିଏଲ ଛକ, ମଡର୍ଣ୍ଣ ଇଣ୍ଡିଆ, ଗଂଜୁ ମାର୍କେଟ, ରଙ୍ଗୋଲି ଛକ ସମେତ ଅନ୍ୟ କିଛି ଜାଗାରେ ବିଭିନ୍ନ ରଙ୍ଗ ବେରଙ୍ଗ ରାକ୍ଷୀର ପସରା ଦେଖିବାକୁ ମିଳିଥାଏ । ରାକ୍ଷୀ ଷ୍ଟଲ ଗୁଡ଼ିକ ରାକ୍ଷୀ ପୂର୍ଣ୍ଣିମାର ପ୍ରାୟ ୨୦ ଦିନ ପୂର୍ବରୁ ଖୋଲି ଯାଇଥାଏ, ଯାହାକି ଗ୍ରାହକ ମାନଙ୍କ ବହୁ ମାତ୍ରାରେ ଆକୃଷ୍ଟ କରିଥାଏ । ରାଉରକେଲାର ବ୍ୟବସାୟୀ ମାନେ କୋଲକତା,ଗୁଜୁରାଟ, ରାୟପୁର,ଦିଲୀ, ଅହମଦାବାଦ ଆଦି ଅଂଚଳରୁ ବିଭିନ୍ନ ଡିଜାଇନର ରାକ୍ଷୀ ରାଉରକେଲା ସହରକୁ ଗ୍ରାହକ ମାନଙ୍କ ନିମନ୍ତେ ମଗାଇଥାନ୍ତି, ମାତ୍ର ଏଥର କରୋନା ମହାମାରୀ ଯୋଗୁ ରାକ୍ଷୀ ବିକ୍ରି ଉପରେ ପୁର୍ଣ୍ଣଚ୍ଛେଦ ପଡ଼ିବାର ଆଶଙ୍କା ଦେଖାଦେଇଛି । ପୂର୍ବରୁ ଅନଲକ-୨.୦ ଲାଗୁ ରହିଥିବା ବେଳେ, ରାଉରକେଲା ସମେତ ଦକ୍ଷିଣ ରାଉରକେଲାର କିଛି ବ୍ୟବସାୟୀ ରାକ୍ଷୀ ଗୁଡ଼ିକ ବିକ୍ରି ଉଦ୍ଦେଶ୍ୟରେ କିଣି ସାରିଥିବା ବେଳେ, ତାହା ବିକ୍ରି ହେବ କି ନାହିଁ ଏହାକୁ ନେଇ ଚିନ୍ତାରେ କାଳ କାଟୁଛନ୍ତି । ସେପଟେ ସହରାଚଂଳରେ ରହୁଥିବା ଭଉଣୀ ଜଣଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ ସୋସିଆଲ ମିଡ଼ିଆର ଶରଣ ପୋଷିଥିବା ବେଳେ, ଗ୍ରାମାଂଚଳରେ ବସବାସ କରୁଥିବା ଭଉଣୀ ମାନଙ୍କୁ ନିରାଶ ହେବାକୁ ପଡ଼ିଛି । ରାକ୍ଷୀ ଷ୍ଟଲରେ ଭିଡ଼ ହେବା, ସାମାଜିକ ଦୂରତା ଭଙ୍ଗ ହେବା ଭଳି ଘଟଣାର ପୁନରାବୃତି ହେବା ଭଳି ସମ୍ଭାବନା ଥିବାରୁ ରାକ୍ଷୀ ଷ୍ଟଲ ଉପରେ କରୋନା ଗ୍ରହଣ ଲାଗି ଯାଇଛି ।
କରୋନାରେ ବନ୍ଧା ରକ୍ଷା ବନ୍ଧନ : ଅନ୍ ଲାଇନରେ କାରବାର
|
August 1, 2020 |