ସୁନ୍ଦରଗଡ ତା:୭/୨/୨୦୨୨( ସନ୍ଧାନ ନିଉଜ/ ରାନୁ ପଟେଲ ) ଅନେକ ଦିନରୁ କରମଡ଼ିହିରୁ ଛତିଶଗଡ଼ କୁ ସଂଯୋଗ କରୁଥିବା ୨୪ନମ୍ୱର ରାଜ୍ୟରାଜପଥ ଶୋଚନୀୟ ଅବସ୍ଥାରେ ପଡିରହିଛି । ବିଗତ ୧୭ ଜୁଲାଇ ୨୦୨୧ ମସିହାରେ ଏହି ରାସ୍ତା ବିଷୟରେ ଆମ ଚେନାଲ ମାଧ୍ୟମରେ ପ୍ରଶାସନକୁ ଅବଗତ କରାଯାଇଥିଲା । ଏହା ସତ୍ତ୍ୱେ ପ୍ରଶାସନର ନିଦ୍ରା ଭାଙ୍ଗି ନ ଥିବା ଜଣାପଡିଛି । ବିଗତ ସାତ ରୁ ଆଠ ମାସ ବିତିଯାଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ପ୍ରଶାସନ ଦୃଷ୍ଟି ନ ଦେବା କାରଣରୁ ବୁଦ୍ଧି ଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।ଏହି ରାସ୍ତା ସବଡେଗା ମୁଖ୍ୟ ବସଷ୍ଟାଣ୍ଡ ସମ୍ମୁଖରୁ ସବଡେଗାର ସୀମା ଶେଷ
ହେବା ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି। ଏହି ଅଭିଯୋଗ ନେଇ କଂଗ୍ରେସ ଦଳ ପକ୍ଷରୁ ଶ୍ରୀଯୁକ୍ତ ଶୁଭେନ୍ଦୁ ନାଏକଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ଆଜକୁ ଛଅ ରୁ ସାତ ମାସ ବିତିଗଲେମଧ୍ୟ ଏହି ରାସ୍ତା ମରାମତି ଉପରେ
ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉ ନ ଥୁବା ଅଭିଯୋଗ ହେଉଛି । ଏହି ରାସ୍ତା ମୁଖ୍ୟ ରାଜ୍ୟ ରାଜ୍ୟରାଜପଥ ୨୪ ହୋଇଥିବାରୁ ଅନବରତ ଭାବରେ ଭାରିଯାନ ଯିବା ଆସିବା କରୁଥିବାରୁ ରାସ୍ତା ଅତ୍ୟଧିକ ଖରାପ ହୋଇ ଲୋକେ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ଏହି କାରଣରୁ ଭାରିଯାନ ପାଇଁ ସରକାର ତରଫରୁ ଅନ୍ୟ ଏକ ଯୋଜନା କରିଥିବା ବେଳେ ତାହା କେବଳ ଯୋଜନାରେ ରହିଯାଇଛି ।
କରମଡ଼ିହିରୁ ସବଡେଗାବ୍ଲକ ଦେଇ ମୁଖ୍ୟ ରାଜ୍ୟ୨୪ ନମ୍ବର ରାଜପଥ ଯାହା ଛତିଶଗଡ଼କୁ ସଂଯୋଗ କରୁଛି ତାହା ଅତ୍ୟଧିକ ଶୋଚନୀୟ ସ୍ଥିତିରେ
|
February 7, 2022 |
