କବି ଆଶିଷ କୁମାର ସ୍ବାଇଁ ପାଇଲେ ନୀଳଚକ୍ର ବାନା ସାରସ୍ୱତ ସମ୍ମାନ : ୨୦୨୧ ।

Spread the love
କଟକ, ୦୧/୦୨/୨୧ (ସନ୍ଧାନ ନିଉଜ) – କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ, ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ-ଓଡ଼ିଶା,ସରସ୍ୱତୀ କଳା ପରିଷଦ ପକ୍ଷରୁ ଯୁବକଵି ଆଶିଷ କୁମାର ସ୍ବାଇଁଙ୍କୁ ତାଙ୍କ ଉଲ୍ଲେଖନୀୟ କୃତିତ୍ୱ ନିମନ୍ତେ ବିଭିନ୍ନ ସଂଗଠନ ଦ୍ୱାରା ପୁରସ୍କୃତ ସଫଳତାକୁ ଉଚ୍ଚ ପ୍ରଶଂସା କରାଯାଇଛି । ସୂଚନାଯୋଗ୍ୟ,ପୁରୀ ନୀଳଚକ୍ର ବାନା ଅନୁଷ୍ଠାନ ପକ୍ଷରୁ ୟୁଥ ହଷ୍ଟେଲ,ପୁରୀ ପରିସରେ ନୀଳଚକ୍ର ବାନା ଶୁଭ ଲୋକାର୍ପଣ ଉତ୍ସବ,ପ୍ରତିଭା ପୂଜନ  ଓ ସାହିତ୍ୟସଭା ପାଳନ ଅବସରରେ କୃଷ୍ଣପ୍ରସାଦ  ବ୍ଲକ ଉପକଣ୍ଠ ବ୍ରହ୍ମଗିରି ଅଞ୍ଚଳର ଉଦିୟମାନ ଯୁବ ପ୍ରତିଭା  ଆଶିଷ କୁମାର ସ୍ବାଇଁଙ୍କୁ କବିତା , ଗଳ୍ପ ,ସ୍ତମ୍ଭ,ଉପସ୍ଥାପକ ଓ ସମାଜସେବା ପାଇଁ “ନୀଳଚକ୍ର ବାନା ସାରସ୍ୱତ ସମ୍ମାନ ୨୦୨୧” ରେ ସମ୍ମାନୀତ  କରାଯାଇଛି । ଉକ୍ତ ଉତ୍ସବରେ ଉଦ୍ଘାଟକ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ହରିହର ମିଶ୍ର,ମୁଖ୍ୟଅତିଥି ପୁରୀ ବିଧାୟକ ଜୟନ୍ତ କୁମାର ଶାଢଙ୍ଗୀ,ସମ୍ମାନିତ ଅତିଥି ଭାବେ  କୁଳପତି ଖଲ୍ଲିକୋଟ ବିଶ୍ୱ ବିଦ୍ୟାଳୟ  ପ୍ରଫୁଲ୍ଲ କୁମାର ମହାନ୍ତି ,ଓଡିଶା ଲେଖିକା ସଂସଦର ସମ୍ପାଦିକା ଶକୁନ୍ତଳା ବଳିଆର ସିଂହ,ମୁଖ୍ୟବକ୍ତା ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡା  ପ୍ରମୁଖ ଯୋଗ ଦେଇଥିଲେ ।  ନୀଳଚକ୍ର ବାନା ପତ୍ରିକାର ପ୍ରକାଶକ ସଭାପତି  ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ ସମ୍ପାଦିକା ପୌର୍ଣ୍ଣମାସୀ ଦେବୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥଲେ ।

Related Posts

About The Author

Add Comment