କବାଟ ବନ୍ଧ ଓଡ଼ିଶା ଗ୍ରାମ ବ୍ୟାଙ୍କ ବିସିଙ୍କ ଦ୍ଵାରା କୋଟି କୋଟି  ଟଙ୍କା ହେରେଫେର ,ଥାନାର ଦ୍ୱାରସ୍ଥ ହେଲେ ଶତାଧିକ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା,

Spread the love
  •  
  •  
  •  
  •  
  •  
ଜେନାପୁର,୧୭/୦୯/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ)
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧୀନ ଏଣ୍ଡଳବା ପଞ୍ଚାୟତରେ ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ହେରଫେର ହୋଇଥିବା ଅଭିଯୋଗ ହୋଇଛି । ଆଉ ଏହି ଟଙ୍କା ଭାରତୀୟ ସରକାରଙ୍କ ଅଧୀନରେ ଥିବା କବାଟବନ୍ଧ ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ନିୟୋଜିତ ହୋଇଥିବା ଜଣେ ବ୍ୟାଙ୍କ ବିସି ଜୈନିକ ଯୁବତୀଙ୍କ ଦ୍ଵାରା ହୋଇଥିବା ନେଇ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ସରକାରଙ୍କ ପକ୍ଷରୁ ନାରୀ ସଶକ୍ତିକରଣ ପାଇଁ ରାଜ୍ୟରେ ମହିଳାଙ୍କ ପାଇଁ ବହୁତ ଯୋଜନା କରିଛନ୍ତି । ଏହି ଯୋଜନାରୁ ମହିଳା ମାନେ ଲାଭ ଉଠାଇବା ପାଇଁ ବିଭିନ୍ନ ପଞ୍ଚାୟତରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ମାନ ଅଛି । ତେବେ ଉକ୍ତ ବ୍ଲକର ଏଣ୍ଡଳବା ପଞ୍ଚାୟତର ଏହି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉକ୍ତ କବାଟବନ୍ଧ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ବିଭିନ୍ନ ପ୍ରକାର ଋଣ ନେଇ ଶୁଦ୍ଧ ସହ ଋଣ ପରିଶୋଧ କରିଥାନ୍ତି । ଏହି ପଞ୍ଚାୟତଟି ବ୍ୟାଙ୍କ ଠାରୁ ୧୦-୧୨କିମି ଦୂରରେ ଥିବାରୁ ସେହି ପଞ୍ଚାୟତର ହିତାଧିକାରୀଙ୍କୁ ବ୍ୟାଙ୍କର  ସୁବିଧା ଯୋଗାଇ ଦେବାକୁ ଇନ୍ଦୁମତି ପୃଷ୍ଟି ନାମକ ଜଣେ ଯୁବତୀଙ୍କୁ  ବିସି ଭାବେ ନିଯୁକ୍ତି ଦିଆଯାଇଥିଲା । ଉକ୍ତ ପଞ୍ଚାୟତରେ ପ୍ରାୟ ୮୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଥିବା ବେଳେ ପ୍ରାୟ ସବୁ ଗୋଷ୍ଠୀ ବ୍ୟାଙ୍କରୁ ଋଣ ନେଇଛନ୍ତି । ଏହି ଋଣ ବ୍ୟାଙ୍କ ମିତ୍ର ନେଇ ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଦେଇ ତାଙ୍କ ଠାରୁ ମଧ୍ୟ ଋଣ ବାବଦ ସୁଝିବା ଟଙ୍କା ଆଦାୟ କରିଥାନ୍ତି । ଏହି ବ୍ୟାଙ୍କ ମିତ୍ରଙ୍କୁ ବିଶ୍ୱାସ କରି ମହିଳା ମାନେ ଋଣ ପରିଶୋଧ କରିବା ପାଇଁ ଦେଇଥିବା ଟଙ୍କାରୁ କିଛି ଟଙ୍କା ଜମା କରିଥାନ୍ତି ବେଳେ ବେଳେ କୌଣସି ଟଙ୍କା ମଧ୍ୟ ଜମା କରିନଥାନ୍ତି । ଯେତେବେଳେ କିଛି ଗୋଷ୍ଠୀର ମହିଳା ମାନେ ଋଣ ପରିଶୋଧ କରି ପୁଣି ଋଣ ଆଣିବାକୁ ଆସି ବ୍ୟାଙ୍କ କତ୍ତୃପକ୍ଷଙ୍କୁ ଭେଟିବାରୁ ସେମାନଙ୍କୁ ସେମାନଙ୍କର ଋଣ ପରିଶୋଧ ହୋଇନଥିବା ନେଇ ବ୍ୟାଙ୍କ ପକ୍ଷରୁ ଜଣାପଡିଥିଲା । ତାପରେ ଏ ବିଷୟରେ ମହିଳା ମାନେ ଖୋଳ ତାଡ କରିବାରୁ ଉକ୍ତ ପଞ୍ଚାୟତରୁ ପ୍ରାୟ ୧କୋଟି ରୁ ଅଧିକ ଟଙ୍କା ହେରଫେର ହୋଇଥିବା ଜାଣିବାକୁ ପାଇଥିଲେ । ଏହି ଖବର ପାଇ ଇନ୍ଦୁମତି ଫେରାର ହୋଇଯାଇଥିବା ବେଳେ ସମ୍ପୃକ୍ତ ମହିଳା ମାନେ ଶନିବାର ଦିନ ଜେନାପୁର ଥାନା ସମେତ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ଭେଟି ଅଭିଯୋଗ କରିଛନ୍ତି । ତେବେ ଏହି ହେରଫେର ପଛରେ ଖାଲି ଇନ୍ଦୁମତି ନାହାନ୍ତି ଏହା ପଛରେ ରାଜନୈତିକ , କିଛି ବ୍ୟାଙ୍କ କର୍ମଚାରୀ ଓ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବା ନେଇ ଜନସାଧାରଣଙ୍କ ମହଲରେ ଆଲୋଚନା ଚାଲିଛି । ତେବେ ଏନେଇ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ପଚାରିବାରୁ ଏନେଇ କିଛି ସ୍ୱୟଂ ସହାୟକ ଗୋଷ୍ଠୀ ଆଜି ଅଭିଯୋଗ କରିଛନ୍ତି । ଏହା ଉପରେ ତଦନ୍ତ କରିବା ପାଇଁ ବ୍ୟାଙ୍କର କିଛି କର୍ମଚାରୀ ଆଜି ମଧ୍ୟ ଉକ୍ତ ବ୍ୟାଙ୍କ ମିତ୍ରଙ୍କ ଘରକୁ ତଦନ୍ତ କରିବାକୁ ଯାଇଛନ୍ତି । ଏବଂ ଉକ୍ତ ବ୍ୟାଙ୍କ ମିତ୍ର ଓ ଜମାକାରୀଙ୍କୁ ସାମ୍ନା ସାମ୍ନି ବସାଇ ଆଲୋଚନା କଲେ ଏହାର ସତ୍ୟା ସତ୍ୟ ଜଣାପଡିବ ବୋଲି କହିଛନ୍ତି । ଏ ସମ୍ପର୍କରେ ଇନ୍ଦୁମତୀଙ୍କ ସହ ମତାମତ ନେବାକୁ ଚାହିଁଥିଲେ ମଧ୍ୟ ତାଙ୍କ ନମ୍ବର ବନ୍ଦ ଥିଲା ।  ତେବେ ଏହା ଉପରେ ସଠିକ ଭାବେ ତଦନ୍ତ କରାଗଲେ ଏଥିରେ ସମ୍ପୃକ୍ତି ଥିବା କିଛି ପ୍ରଭାବଶାଳୀଙ୍କ ମୁଖା ଖୋଲିଯିବ ବୋଲି କିଛି ଜମାକାରୀ ଓ ଜନସାଧାରଣ କହିଛନ୍ତି । ଏବଂ ଋଣ ନେଇଥିବା  ବହୁ ଗରିବ ମହିଳା ପୁନର୍ବାର ଋଣ ସୁଜିବାରୁ ବଂଚିନ୍ତ ହୁଅନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

Related Posts

About The Author

Add Comment