କବାଟବନ୍ଧ ହାଟ ନିକଟରୁ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ

Spread the love

ଧର୍ମଶାଳା: (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧିନ କବାଟବନ୍ଧ ଗୁରୁବାର ହାଟ ନିକଟରୁ ଆଜି ସକାଳୁ ନିକଟସ୍ଥ ରାଇଚନ୍ଦା ଗ୍ରାମର ବିଷ୍ଣୁ ମଲ୍ଲ (୫୦)ଙ୍କ ଶବ ଜବତ ପଡିଥିବାର ଦେଖି ଗ୍ରାମବାସୀ ପୋଲିସ ଏବଂ ତାଙ୍କ ପରିବାରକ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ଏବଂ ତାଙ୍କ ପରିବାର ବର୍ଗ ପଂଚହି ଶବ ଚିହ୍ନଟ କରିବା ପରେ ବଡଚଣା ମେଡିକାଲକୁ ପଠାଇ ଏବଂ ଅପମୃତ୍ୟୁ ମାମଲା ରୁଜ କରି ତଦନ୍ତ ଚଳାଇଛନ୍ତି । କିନ୍ତୁ କେତକ ପ୍ରତ୍ୟକଦର୍ଶୀ କହିବା କଥା ଗତକାଲି ରାତିରେ ବିଷ୍ଣୁ କବାଟବନ୍ଦ ବି୍ରକ୍ ନିକଟରେ ବୁଲୁ ଥିଲା । ହେଲେ ସକାଳୁ ଶବ ଉଦ୍ଧାର ହେବା ଘଟଣାକୁ ସନେ୍ଦହ ପ୍ରକଟ କରିବା ସହିତ ତାଙ୍କୁ କେହି ହତ୍ୟା କରିଥାଇପାରନ୍ତି ବୋଲି ଗୁଞ୍ଜରଣ ସୃଷ୍ଟି ହୋଇଛି । ଏପରକି ଅଂଶୁ ଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ମଧ୍ୟ ଆଲୋଚନା ହେଉଛି ।

Related Posts

About The Author

Add Comment