ଜେନାପୁର/୧୩/୧୧ (ସନ୍ଧାନ ନିୟୁଜ୍): ଧର୍ମଶାଳା ବ୍ଲକ ଅନ୍ତର୍ଗତ କବାଟବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ବୁଧବାର ଏକ ମାଗଣା ଚକ୍ଷୁ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।କବାଟବନ୍ଧ ମେଡ଼ିକାଲ ଅଫିସର ଡାକ୍ତର ନିହାର ରଞ୍ଜନ କରଙ୍କ ସହଯୋଗ ରେ ଚଣ୍ଡିଖୋଲସ୍ଥିତ ସାଇ ନେତ୍ର ମନ୍ଦିର ଦ୍ୱାରା ଏହି ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ମୋଟ ୪୫ ଜଣ ଙ୍କ ର ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରାଯାଇଥିଲା। ଅଧିକ ଚିକିତ୍ସା ଆବଶ୍ୟକ ଥିବା ୯ ଜଣ ରୋଗୀଙ୍କୁ ସାଇ ନେତ୍ର ମନ୍ଦିର ଚଣ୍ଡିଖୋଲ କୁ ନିଆ ଯାଇ ବିଏସକେୱାଇ କାର୍ଡ଼ ମାଧ୍ୟମରେ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି।
କବାଟବନ୍ଧ ମେଡ଼ିକାଲ ରେ ମାଗଣା ଚକ୍ଷୁ ଶିବିର।
|
November 14, 2024 |
