କନ୍ଧମାଳ: ପୁଣି ୫୦ କରୋନା ସଂକ୍ରମିତ ଚିହ୍ନଟ

Spread the love

କନ୍ଧମାଳ, , 14/10 (ସନ୍ଧାନ ନ୍ୟୁଜ୍) :-  ୩ କରେନା ଯୋଦ୍ଧାଙ୍କ ସମେତ ଜିଲାରେ ନୂଆ ୫୦ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥି ସହିତ ଜିଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୧୮୫ ରେ ପହଞ୍ଚିଛି। ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୪,୭୮୪ ଜଣ ସଂକ୍ରମିତ ଅର୍ଥାତ ମୋଟ ସଂକ୍ରମିତଙ୍କର ୯୨.୨୭ ପ୍ରତିଶତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୫(୦.୪୮%) ରହିଛି। ଆଉ ୩୭୬ ଜଣ ସଂକ୍ରମିତ(୭.୨୫%) ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି।ଆଜିର ଚିହ୍ନଟମାନଙ୍କ ମଧ୍ୟରୁ ଫୁଲବାଣୀ ଗ୍ରାମାଞ୍ଚଳର ୬ ଜଣ ଏବଂ ସହରାଞ୍ଚଳର ଜଣେ ରହିଥିବା ବେଳେ ବାଲିଗୁଡାର ୬ଜଣ, ଚକାପାଦର ୧୦ଜଣ, ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳର ଜଣେ ଏବଂ ଗ୍ରାମାଞ୍ଚଳର ୫ଜଣ, କ.ନୁଆଗାଁର ଜଣେ, ଖଜୁରିପଡାର ୪ ଜଣ,ଫିରିଙ୍ଗିଆର ୪ଜଣ, ରାଇକିଆର ୬ଜଣ, ଟିକାବାଲିର ୨ ଜଣ, ତୁମୁଡିବନ୍ଧର ୩ ଜଣ ଏବଂ ଅନ୍ୟାନ୍ୟ ଜଣେ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ଜଣାପଡିଛି। ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି। ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖି ଯାତାୟତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।

Related Posts

About The Author

Add Comment