କଟକ ଜିଲ୍ଲା ବିଜେପି ସମବାୟ ପ୍ରକୋଷ୍ଠ ପକ୍ଷରୁ ସେଵାସପ୍ତାହ ପାଳନ !

Spread the love

କଟକ ୧୫/୦୯ (ସନ୍ଧାନ ନିଉଜ)- କଟକ ଜିଲ୍ଲା ବିଜେପି ସମବାୟ ପ୍ରକୋଷ୍ଠ ପକ୍ଷରୁ ଭାରତ ବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଭାଇ ମୋଦୀଜୀଙ୍କ ୭୦ ତମ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ସେଵାସପ୍ତାହ ପାଳନର ପ୍ରଥମ ଦିବସରେ ୪୨ ମୌଜ଼ା ଉପକଣ୍ଠ କୂଳସରିଚୁଆଁ ପଂଚାୟତର ଚାନ୍ଦୁଲି ମିର୍ଜାଇପୁର ଗ୍ରାମର ମା ଭଟ୍ଟାରିକା ପିଠରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି ! ଏହି ସେଵା କାର୍ଯ୍ୟରେ ରାଜ୍ୟ ସମବାୟ ପ୍ରକୋଷ୍ଠର ସହସଂଯୋଜିକା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନାରିନେତ୍ରୀ ପ୍ରତିଭା ଶତପଥୀ,ଅବିବକ୍ତ କଟକ ଜିଲ୍ଲା ସଭାପତି ବିଜୟ ଶ୍ରୀ ରାଉତରାୟ,ନିଆଳି ଶାଖା ସଂଯୋଜକ ବଂଧୁ ଚରଣ ସାହୁ,ସୁଧୀର ଛୋଟରାୟ, ଯୁଧିଷ୍ଠିର ରାଉଳ,ବାବାଜୀ ସାମଲ,ବନ ବିହାରୀ,ନିରଂଜନ ମଲିକ,ଲଷ୍ମୀଧର ପ୍ରଧାନ, ସୁକୁମାର ନାୟକ,ଶାନ୍ତିଲତା ବେହେରା,ଶକୁନ୍ତଳା ପ୍ରଧାନ ଏବଂ ବହୁ ବୁଦ୍ଧିଜୀବୀ,ସମବାୟବିତ ଵର୍ଗ ଉପସ୍ଥିତ ରହି ଜନ୍ମ ଦିବସକୁ ବୃକ୍ଷରୋପଣ ଭଳି ମହତ କାର୍ଯ୍ୟ ମଧ୍ୟରେ ପାଳନ କରାଯାଇଛି !  Report-Prakash Rout

Related Posts

About The Author

Add Comment