କଂଗ୍ରେସର ବରିଷ୍ଠ ନେତା ମାଧବ ସିଂ ସୋଲାଙ୍କିଙ୍କ ପରଲୋକ, ୪ ଥର ହୋଇଥିଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ

Spread the love
  •  
  •  
  •  
  •  
  •  

ଗାନ୍ଧୀନଗର,09.01.2021(ସନ୍ଧାନ ନିଉଜ୍) ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମାଧବ ସିଂ ସୋଲାଙ୍କିଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା । ମାଧବ ସିଂ କଂଗ୍ରେସର ଜଣେ ଟାଣୁଆ ଓ ପୁରୁଖା ନେତା ଥିଲେ । ସେ ୪ ଥର ଗୁଜୁରାଟର ମୁଖ୍ୟମନ୍ତ୍ରୀ ରହିଛନ୍ତି । ଶନିବାର ସେ ୯୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସେ ୧୯୨୭ ମସିହା ଜୁଲାଇ ମାସ ୩୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଗୁଜୁରାଟରେ କଂଗ୍ରେସକୁ ଶକ୍ତିଶାଳୀ କରିବାରେ ମାଧବ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଭାରତର ବୈଦେଶିକ ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି ।

Related Posts

About The Author

Add Comment