ଓଡିଶା ହରାଇଲା ଏକ ବାଦଶାହ

Spread the love

ବାରିପଦା, ୩୦/୦୭/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) : ଅଭିନୟରେ କୌଣସି ଚରିତ୍ରକୁ ସେ ଛୁଇଁ ନାହାନ୍ତି ବୋଲି ନାହିଁ । ସବୁ କ୍ଷେତ୍ରରେ ତାଙ୍କ ପ୍ରତିଭା ଦିଗନ୍ତ ବିସ୍ତାରରି ଥିଲା କେତେବେଳେ ସେ ନାୟକ ହୋଛନ୍ତି ପୁଣି କେତେବେଳେ ଖଳନାୟକ ,ପୁଣି କେଉଁଠି ହାସ୍ୟ ଅଭିନେତା ହୋଇ ହାସ୍ୟ ରସ ପ୍ରଦାନ କରିଛନ୍ତି । ପୁଣି କେଉଁଠି ବାପା,ଭାଇ ,ଜେଜେ,ଅଜା ଆଦି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି । ପ୍ରତିଟି ପର୍ଯ୍ୟାୟରେ ତାଙ୍କ ଅଭିନୟର ତୁଳନା ନାହିଁ । ଆପଣମାନେ କରିପାରିବେ ସେ ବାଦ୍ଶାହା ଜଣା କିଏ ? ସେ ଆଉ କେହି ନୁହନ୍ତି ଆମର ବାଦ୍ଶାହା ବିଜୟ ମହାନ୍ତି ,୧୯୫୦ ମସିହାରେ କେନ୍ଦ୍ରାପଡାର ପାଣ୍ଡିର ଜନ୍ମିତ ବିଜୟ ମହାନ୍ତି । ବାବୁ ବାରିପଦାର ଏମ୍କେସି ହାଇସ୍କୁଲରେ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ଅଭିନୟ ରେ ପାଦ ଥାପିଥିଲେ । ପିଲାବେଳୁ ଅଭିନୟର ଝୁଙ୍କ୍ ରଖିଥିବା ଏହି କଳାକାର ପ୍ରଥମ ଓଡିଆ ଭାବେ ଜାତୀୟ ନାଟ୍ୟ ବିଦ୍ୟାଳୟରେ ସ୍ନାତକ କରିବା ପାଇଁ ଦିଲ୍ଲୀ ଚାଲିଯାଇ୍ୟଥିଲେ ଅନେକ ହୁଏତ ଜାଣି ନ ଥିବେ ବଲିଡର ପ୍ରସିଦ୍ଧ ଲାଭ କରିଥିବା ଅଭିନେତା ଯଥା ନାଶିରୁଦ୍ଧିନ ସାହା ଓମ୍ପୁରୀ ଓ ରାଜବବର ପ୍ରମୁଖ ତାଙ୍କ ସହପାଠୀ ଥରଲେ । କେବଳ ସେତିକି ନୁହେଁ ୧୯୭୫ ମସିହା ପର୍ଯ୍ୟନ୍ତ । ଦିଲ୍ଲୀରେ ରହି ବିଭିନ୍ନ ଥିଏଟର୍ ଓ ନାଟଥମଣ୍ଡଳୀରେ ଅଭିନୟର ପ୍ରଥମ ପାଦ ଥରପି ବଳିଷ୍ଠ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲେ । ୧୯୭୭ ମସିହାରେ ‘ଚିଲିକା ତୀରେ’ ଚଳଚ୍ଚିତ୍ରରେ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ସେହି ବର୍ଷ ଜାତୀୟ ପୁରସ୍କାର ପାଇଥିଲା । କଥା ଦେଇଥିଲେ ଡାକ୍ତରଖାନାରୁ ଲେଇଟିଲେ ନାଟକ ନିଶ୍ଚିତ କରିବେ କିନ୍ତୁ ନିଷ୍ଠୁର ନିୟତି ଇଙ୍ଗିତ ହୁଏତ ଅନ୍ୟ ସମସ୍ତଙ୍କ ଜାଣତରେ ବାହାରେ ଥିଲା । କାରଣ କିଏ ଜାଣିଥିଲା ଯେ ତାଙ୍କ ଜୀବନ ନାଟକର ପରଦା ଏତେ ଶୀଘ୍ର ନଇଁଯିବ । ସେ ଛଅଥର ଓଡିଶା ରାଜ୍ୟ ପୁରସ୍କାର ଲାଭକରିଥିଲେ । କୋଟି କୋଟି ଓଡିଆଙ୍କ ହୃଦୟରେ ସବୁଦିନ ସ୍ୱତନ୍ତ୍ର ସ୍ଥାନରେ ରହିବେ । ମୁଁ ତାଙ୍କ ଶୋକ ସନ୍ତପ ପରିବାର ପାଇଁ ଗଭୀର ସମାବେଦନା ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରୁଛି ।

Related Posts

About The Author

Add Comment