ଧର୍ମଶାଳା /୨୧/୦୫/ସନ୍ଧାନ ନ୍ୟୁଜ୍ବ୍ଲ/ଧର୍ମଶାଳା ବ୍ଲକ ନେଉଳୁପୁର ସ୍ଥିତ ନୀଳସୁନ୍ଦର ନୋଡାଲ ହାଇସ୍କୁଲ ପରିସରରେ ଓଡିଶା ଏସଡିପିଏ ପକ୍ଷରୁ ଏକ ସମର କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ୟାମ୍ପ ଆଜି ଉଦଯାପିତ ହୋଇଛି । ଏହି କ୍ୟାମ୍ପରେ ଯୋଗ ଦେଇଥିବା ଖେଳାଳିମାନେ କୋଚ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର କ୍ରୀଡା ପ୍ରଶିକ୍ଷଣ ନେଇଥିଲେ । ରାଜସ୍ଥାନ ଜୋଦପୁର ଠାରେ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜାତୀୟ ସ୍ତରୀୟ ଖେଳ କୁଦରେ ଏହି ଖେଳାଳିମାନେ ଭାଗ ନେବେ। ଏହି କ୍ୟାମ୍ପରେ ଯାଜପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ,ପୁରୀ ଓ ଜଗତସିଂହପୁର ଆଦି ୬ଗୋଟି ଜିଲ୍ଲାରୁ କବାଡି, ଫୁଟବଲ ଓ ଭଲି ଖେଳରେ ଯୋଗ୍ୟ ବିବେଚିତ ହୋଇଥିବା ୪୬ଜଣ ଖେଳାଳି ଅଂଶ ଗ୍ରହଣ କରିଥିଲେ। ଏସଡିପିଏ ସଭାପତି ପ୍ରତାପ କୁମାର ବଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ସମ୍ମାନିତ ଅତିଥି ଭାବେ ସାଧାରଣ ସମ୍ପାଦକ ଜଗଦୀଶ ସାମଲ, ନୋଡାଲ ଅଫିସର ଶାନ୍ତନୁ କୁମାର ପୃଷ୍ଟି, ଯୁଗ୍ମ ସମ୍ପାଦକ ସେକ ସାକିର ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ଓଡିଶା ସ୍ପୋର୍ଟସ ଡେଭଲପମେଣ୍ଟ ( ଏସଡିପିଏ ) ର ସମର କ୍ୟାମ୍
|
May 21, 2025 |
