ଓଡିଶା ସିଭିଲ ଲିବରଟି ଫୋରମ ପକ୍ଷରୁ ଆଲୋଚନା ଚକ୍ର

Spread the love

ଯାଜପୁର ୨୮/୪ (ମାନ୍ୟୁଏ)

ବଡଚଣା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ଶୈବପୀଠ ଭାବେ ପରିଚିତ ମହାବିନାୟକ ପୀଠରେ ଓଡିଶା ସିଭିଲ ଲିବରଟି ଫୋରମ ପକ୍ଷରୁ ଶନିବାର ଏକ ଆଲୋଚନା ଚକ୍ର ଫୋରମର ଅଧ୍ୟକ୍ଷ ମେରୁସାଗର ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରେ ଆଇନ ସହାୟତା ଓ ନ୍ୟାୟ ବ୍ୟବସ୍ଥାରୁ ବଞ୍ଚିତ ହେଉଥିବା ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ଏହାର ମୂଳଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥି ମାନେ ଗୁରୁତ୍ୱାରୋପ କରିଥିଲେ । ମହିଳା ସଶକ୍ତିକରଣ ତଥା ଦୈନଦିନ ଜୀବନରେ ମହିଳା ମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ କିଭଳି ରୋକା ଯାଇ ପାରିବ ସେଥିପ୍ରତି ସମସ୍ତେ ଉଦ୍ୟମ କରିବା ଆବଶ୍ୟକ ବୋଲି ସୁମିତା ସାମନ୍ତରାୟ କହିଥିଲେ । ଫୋରମର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ଯୋଗଦେଇ ସାଧାରଣଲୋକଙ୍କୁ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଦିଲିପ କୁମାର ଚୌଧୁରୀ, ଆଇନଜୀବୀ ଯଜ୍ଞ ପ୍ରକାଶ ପରିଡା,ଦିପକ କୁମାର ଚୌଧୁରୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଧର୍ମଶାଳା ଓ ବଡଚଣା ବ୍ଲକର ବହୁ ଜନପ୍ରତିନିଧି ଓ ମିଡିଆସେଲ କର୍ମକର୍ତ୍ତାଙ୍କ ସମେତ ବହୁ ଜନସାଧାରଣ ଆଲୋଚନାରେ ଯୋଗଦେଇ ଆଇନର ବିଭିନ୍ନ ଦିଗ ବିଷୟରେ ପଚାରି ବୁଝିଥିଲେ । ମଇ ୨୩ ତାରିଖରେ ଫୋରମର ଆଗାମୀ ବୈଠକ ବଡଚଣା ବ୍ଲକର କୁନ୍ଦଳ ପଞ୍ଚାୟତରେ ଓ ୨୬ତାରିଖରେ ଧର୍ମଶାଳା ବ୍ଲକର ଜେନାପୁର ଓ ଅଣ୍ଟିଆ ପଞ୍ଚାୟତରେ ଏବଂ ୨୭ ତାରିଖରେ ଏହି ବ୍ଲକର ମହିଶରା ଓ ଗଙ୍ଗାଧରପୁର ପଞ୍ଚାୟତରେ କରାଯିବ ବୋଲି ଫୋରମ ପକ୍ଷରୁ ସୂଚନା ମିଳିଛି ।

Related Posts

About The Author

Add Comment