ଓଡିଶା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଯାଜପୁର ଜିଲ୍ଳ୍‌ାର ବନ୍ୟା ପରବର୍ତ୍ତୀ କାର୍ଯ୍ୟ ସମୀକ୍ଷା କଲେ

Spread the love

ଯାଜପୁର, ତା ୦୭ା୦୮ା୨୦୨୩ (ସନ୍ଧାନ ନିଉଜ ) : ଓଡିଶାର ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଳ୍‌ିକ ଆଜି ଏକ ଦିନିକିଆ ଯାଜପୁର ଜିଲ୍ଳ୍‌ା ଗସ୍ତରେ ଆସି ଅପରାହ୍ନ ୩ ଘଟିକା ସମୟରେ ଜିଲ୍ଳ୍‌ା ପରିଷଦ ସମ୍ମିଳନୀ କକ୍ଷରେ ଯାଜପୁର ଜିଲା୍ଳର ବନ୍ୟା ପରବର୍ତ୍ତୀ କାର୍ଯ୍ୟ ସମ୍ୱନ୍ଧରେ ସମୀକ୍ଷା କରିଥିଲେ । ଉକ୍ତ ବୈଠକରେ ଓଡିଶାର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରିତି ରଂଜନ ଘଡାଇ, ମାନ୍ୟବର ବିଧାୟକ, ବଡଚଣା. ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ମାନ୍ୟବର ବିଧାୟିକା ବରୀ ଶ୍ରୀମତୀ ସୁନନ୍ଦା ଦାସ, ମାନ୍ୟବର ବିଧାୟକ କୋରେଇ ଶ୍ରୀଯୁକ୍ତ ଅଶୋକ କୁମାର ବଳ, ମାନ୍ୟବର ବିଧାୟକ ଧର୍ମଶାଳା ଶ୍ରୀଯୁକ୍ତ ପ୍ରଣବ କୁମାର ବଳବନ୍ତରାୟ, ମାନ୍ୟବର ଯାଜପୁର ବିଧାୟକ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତିନିଧି ଶ୍ରୀଯୁକ୍ତ କର୍ଣ୍ଣାଟ କେଶରୀ ଦାସ, ଜିଲ୍ଳ୍‌ା ପରିଷଦ ସଭାପତି ଶ୍ରୀମତୀ ନଳିନୀ ପ୍ରଭା ଜେନା, ଉପସଭାପତି ଶ୍ରୀ ଗଣେଶ୍ୱର ବରାଳ, ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର, ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କୁମାର ବେଊରିଆ ପ୍ରମୁଖ ଉପସ୍ଥିତ ରହି ବିଭାଗୀୟ ଅଧିକାରୀ ମାନଙ୍କ ସହ ଯାଜପୁର ଜିଲ୍ଳ୍‌ାରେ ବନ୍ୟା ପ୍ରଭାବିତ ବ୍ଳ୍‌କ ଅଧିନ ବିଭିନ୍ନ ଅଞ୍ଚଳର କାର୍ଯ୍ୟ ଅଗ୍ରଗତି ଦିଗରେ ସମୀକ୍ଷା କରିଥିଲେ

ା ବୈଠକରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ, ଶ୍ରୀମତୀ ମଲ୍ଳିକ ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, କୃଷି ଓ ଉଦ୍ୟାନ କୃଷି, ଉଠା ଜଳସେଚନ, ମତ୍ସ୍ୟ ଚାଷ ଆଦି ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା କାର୍ଯ୍ୟ ଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ସଂପାଦନ କରିବାକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜଳସେଚନ ଅଧିନ ଯେଉଁ ଯେଉଁ ବନ୍ଧ ଜାଗା ଅତଡା ଖସୁଚ୍ଥି ସେଗୁଡିକୁ ମଜବୁତ ଭାବେ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସମ୍ଭାନ୍ୟ ବନ୍ୟାର ପ୍ରକୋପ ଆହୁରି ୩ ମାସ ପର୍ଯ୍ୟନ୍ତ ରହୁଥିବାରୁ ଚଳିତ ବନ୍ୟାରେ ଯେଉଁ କ୍ଷୟକ୍ଷତି ହୋଇଚ୍ଥି ତାହାର ତୁରନ୍ତ ଭରଣା କରିବା ପାଇଁ ସଂପୃକ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।

ପନିପରିବା ଚାଷ, ରୁଆ ଧାନ, କଚ୍ଚା ଘର, ନଳକୂପ, ରାସ୍ତା ଓ କଲଭର୍ଟ, ବିଂଝାପୁର ବ୍ଳକରେ ବନ୍ୟା ପ୍ଳାବିତ ଅଂଚଳରେ ଉଠାଜଳସେଚନ ପଏଣ୍ଟର କ୍ଷୟକ୍ଷତି ଆଦି ସଠିକ ଭାବେ ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ ମାନ୍ୟବର ମନ୍ତ୍ରୀଙ୍କ ଡ୍ରେନେଜ୍ ସପାଂ କାର୍ଯ୍ୟକ୍ରମ ଊପରେ ମନ୍ତବ୍ୟ ଦେଇ କହିଲେ ଯେ, ଯେଉଁ ଡ୍ରେନେଜ ସ୍ଥାନ ମାନଙ୍କରେ ଦଳ ବୋଝେଇ ହୋଇ ଚାଷ ଜମି ଗୁଡିକରେ କ୍ଷୟକ୍ଷତି ହୋଇଚ୍ଥି ସେଗୁଡିକ ବି.ଡି.ଓ. ମାନେ ଅଧିକ୍ଷଣ ଯନ୍ତ୍ରୀ, ଡ୍ରେନେଜ ଖଣ୍ଡ ସହ ଯୋଗାଯୋଗ ରକ୍ଷାକରି ସପାଂ କରିବାକୁ ନିର୍ଦ୍ଦେଶ ଦେବା ସହ ସଂପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀମାନେ ବନ୍ୟା କ୍ଷୟକ୍ଷତିର ତଦନ୍ତ କରି ବିଧାୟକ ମାନଙ୍କ ସୁପାରିଶ କ୍ରମେ ତଦନ୍ତ ରିପୋର୍ଟ ଜିଲ୍ଳ୍‌ା ପ୍ରଶାସନକୁ ଦେବାକୁ ଜିଲ୍ଳ୍‌ାପାଳ ଶ୍ରୀ ରାଠୋର ନିର୍ଦ୍ଦେଶ ଦେଇଥିଲେ ।

ମାନ୍ୟବର ବିଧାୟିକା, ବରୀ ବ୍ରାହ୍ମଣୀ ଦକ୍ଷିଣରେ ଥିବା ବନ୍ଧକୁ ଊଚ୍ଚା କରିବା ସହ ତତ୍ ସଂଲଗ୍ନ ରାସ୍ତାକୁ ଉଚ୍ଚା କରିବା, ମାନ୍ୟବର ବିଧାୟକ, ବଡଚଣା କୃଷ୍ଣଦାସପୁର ଅଂଚଳରେ ପନିପରିବା ଚାଷର ସୁରକ୍ଷା ଉପରେ ତଥା ବିରୁପା, ଗୋବରୀ ସଂଲଗ୍ନ ନାଳକୁ ନଦୀର ମାନ୍ୟତା, ଆଂଶିକ ବନ୍ୟା ଅଂଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରଖିବା ପ୍ରସ୍ତାବ ଦେଇଥିବା ବେଳେ ମାନ୍ୟବର ବିଧାୟକ, କୋରେଇ ଓସମା ପାଟରେ ଜଳ ନିଷ୍କାସନ, ବୈତରଣୀ ଦକ୍ଷିଣରେ ଡ୍ରେନେଜ ବ୍ୟବସ୍ଥା, ଓସ୍ତପୁର ଚାଷ ଜମିରେ ଦଳ ସପାଂ, ବାହଦଲପୁର, ଗୋରଖପୁର, ରାଉତରାପୁର, ଜୋକଡିଆ, ପହଙ୍ଗା, ବନ୍ଦାଳିଆ ପଞ୍ଚାୟତ ପାଣି ସମସ୍ୟା ଏବଂ ସ୍କୁଲ ଗୁଡିକ ପ୍ରଭାବିତ ହୋଇଥିବା କାର୍ଯ୍ୟ ଖସଡା ପ୍ରସ୍ତୁତ ଦିଗରେ ପ୍ରସ୍ତାବ ଦେଇଥିବା ବେଳେ ମାନ୍ୟବର ବିଧାୟକ, ଧର୍ମଶାଳା ଜେନାପୁର ରୁ ରମାପୁର ପନିପରିବା ଚାଷ କ୍ଷୟକ୍ଷତିର ଆକଳନ, ପ୍ରଭାବିତ ସ୍କୁଲ ଓ ଅଙ୍ଗନୱାଡି, ରାସ୍ତାର ପୁନଃ କାର୍ଯ୍ୟକ୍ରମ ଖସଡା ଉପରେ ପ୍ରସ୍ତାବ ଦେଇଥିଲେ । ପରିଶେଷରେ ଜିଲ୍ଳ୍‌ା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନଳିନୀ ପ୍ରଭା ଜେନା ସମସ୍ତଙ୍କୁ ଧନ୍ୟବାଦ ପୂର୍ବକ ଜିଲ୍ଳ୍‌ାର ବନ୍ୟା ପ୍ଳାବିତ ଅଂଚଳର ଉନ୍ନୟନ କାର୍ଯ୍ୟକ୍ରମ ଗୁଡିକୁ ତ୍ୱରାନ୍ୱିତ କରିବାକୁ ମାନ୍ୟବର ମନ୍ତ୍ରୀ ଏବଂ ଜିଲ୍ଳ୍‌ା ପ୍ରଶାସନର ସହଯୋଗ ଲୋଡିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଳ୍‌ା ଜରୁରୀ ଅଧିକାରୀ ଶ୍ରୀ ଉମେଶ ଚନ୍ଦ୍ର ଲେଙ୍କା, ଡିପିଓ ଶ୍ରୀ ନିମାଇଁ ଚରଣ ଦାସ, ସମସ୍ତ ବ୍ଳ୍‌କର ବିଡିଓ ଏବଂ ତହସିଲଦାର, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକ୍ଷଣ ଯନ୍ତ୍ରୀ ତଥା ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପଶୁ ଚିକିତ୍ସା ବିଭାଗୀୟ
ଅଧିକାରୀଙ୍କ ସମେତ ବିଭିନ୍ନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ

Related Posts

About The Author

Add Comment