ଓଡିଶା- ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶୀବିର: ୧୫୧ ୟୁନିଟ ରକ୍ତ ସଂଗୃହୀତ

Spread the love

ବାରିପଦା, ୧୨/୦୮/୨୦୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା)  ଅଗଷ୍ଟ ୧୦ ତାରିଖ ଠାରୁ ଆରମ୍ଭ ହୋଇଥିବା ଓଡିଶା-ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିରର ତୃତୀୟ ଦିନରେ ବାରିପଦା ବିଜୁ ଭବନ ଠାରେ ଆୟୋଜିତ ରକ୍ତଦାନ ଶିବିରରେ ୧୫୧ ୟୂନିଟ ରକ୍ତ ସଂଗୃହୀତ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ଆହ୍ୱାନ ଏବଂ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ତଥା ରାଜ୍ୟ ବିଜେଡି ସାଙ୍ଗଠିକ ସମ୍ପାଦନ ପ୍ରଣବ ପ୍ରକାଶ ଦାସଙ୍କର ଦିଗଦର୍ଶନରେ ଆୟୋଜିତ ଏହି ଜୀବନ ବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ବିଜୁ ଯୁବ ଜନତା ଦଳ ତରଫରୁ ଆୟୋଜିତ ଏହି ରକ୍ତଦାନ ଶିବିର କୁ ଓଡିଶା-ମୋ ପରିବାର ଜୀବନ ବିନ୍ଦୁ ସଂଯୋଯକ ଦେବାଶିଷ ମହାନ୍ତି ଏବଂ ଜିଲ୍ଲା ଯୁବ ବିଜେଡି ସଭାପତି ଜିତେନ୍ଦ୍ର ମହାନ୍ତି ମିଳିତ ଭାବେ ସଂଯୋଯନା କରିଥିଲେ । ଆଜିର ଏହି ଶିବିରକୁ ରାଜସ୍ୱ ବିପର୍ଯ୍ୟୟ ପ୍ରସମନ ବିଭାଗ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ସୁଦାମ ମାର୍ଣ୍ଡି ଏବଂ ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି ମିଳିତ ଭାବେ ଉଦ୍ଘାଟନ କରିଥିଲେ । ଜୋନାଲ ଯୁବ ବିଜେଡି ସଭାପତି ସୁବ୍ରମଣ୍ୟମ ମହାନ୍ତିଙ୍କର ପରି•ଳନାରେ ଆୟୋଜିତ ଏହି ଶିବିରରେ ଜିଲ୍ଲା ବିଜେଡି ଉପସଭାପତି ଡଃ ଆଦିତ୍ୟ ପଣ୍ଡା, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ସରୋଜ ମହାପାତ୍ର କାଉନସିଲର ଦେବାଶିଷ ପାତ୍ର, ପ୍ରଭାତ ମହାନ୍ତି, ରନôାକର ବେହେରା, ଗୀତାରାଣୀ ବେହେରା, ଉଦଳା ବ୍ଲକ ପୂର୍ବତନ ଅଧ୍ୟକ୍ଷା ସବିତା ହାଁସଦା, ଜିଲ୍ଲା ଯୁବ ବିଜେଡି ସାଧାରଣ ସଂପାଦକ ଉତ୍ତମ ମହାନ୍ତି, ଅନିରୁଦ୍ଧ ଭଂଜଦେଓ, ରାଜେନ୍ଦ୍ର ବାରିକ, ଭବାନୀ ଶଙ୍କର ମିଶ୍ର, ଲିପନ ତ୍ରିପାଠୀ, ଅମୂଲ୍ୟ ଦାସ, ବିକାଶ ବାରିକ, ଦୀପକ ମଢୁଆଳ, ପୂର୍ବତନ ଅଧ୍ୟକ୍ଷ୍ୟ ରାଜ ଶିବ ନାରାୟଣ କିସ୍କୁ, ବିରଞ୍ଚି ମହାପାତ୍ର, ରାଜ୍ୟ ବିଜେଡି ଛାତ୍ର ସାଧାରଣ ସଂପାଦକ ସୁନୀଲ କୁମାର ନାୟକ, ସୁଶୀଲ ସେଠୀ, ଅମୀତ ବୈଠା, ରାଜା ମହାପାତ୍ର, ବରୁଣ ସାହୁ, ସତ୍ୟଜିତ ଦାସ, ନାରୀ ନେତ୍ରୀ ପ୍ରଭାତୀ ପୃଷ୍ଟି, ନମିତା •ନ୍ଦ, ଯୁବ ମିଡିଆ ସଂଯୋଯକ କପିଲ ଖଣ୍ଡେଲୱାଲ, ଜ୍ଞାନରଞ୍ଜନ ବାରିକ ପ୍ରମୁଖ ସହଯୋଗ କରି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

Related Posts

About The Author

Add Comment