ଓଡିଶାର ବିକାଶ, ଶିଳ୍ପାନ୍ୱୟନ ଏବଂ ନିଯୁକ୍ତିରେ ରାଜ୍ୟ ସରକାର ସମ୍ପୃର୍ଣ୍ଣ ବିଫଳ : ବିଜେପି

Spread the love

– ଦୀର୍ଘ ୧୯ ବର୍ଷର ନିରଙ୍କୁଶ କ୍ଷମତା ଥାଇ ବି ସବୁ କ୍ଷେତ୍ରରେ ଏହି ରାଜ୍ୟ ସରକାର ପୁରା ବିଫଳ ହୋଇଛନ୍ତି
– ରାଜ୍ୟ ସରକାରଙ୍କ ସରକାରୀ ତଥ୍ୟ ଅନୁସାରେ ୨୦୧୬ ମସିହାରେ ରାଜ୍ୟର ୬୬% ପ୍ରତିଶତ ଗ୍ରାମୀଣ ଲୋକ ହେଉଛନ୍ତି ଗରୀବ ଆର୍ଥୀକ ଦୃଷ୍ଟିରୁ ପଛୁଆ
– ଅଟୋ କମ୍ପୋନେଂଟସ, ଜେମ୍ସ ଆଣ୍ଡ ଜୁଏଲାରୀ, ଖାଦ୍ୟ ପ୍ରକିୟା କରଣ, ପୋଷାକ ନିର୍ମାଣ, ଟେକ୍ସଟାଇଲ ପାର୍କ, ଔଷଧ ଶିଳ୍ପ ଓ ବାୟୋଟେକ ଆଦି କ୍ଷେତ୍ରରେ ଆଜି ଓଡିଶା ଶୂନ
– ମେକ ଇନ ଓଡିଶା ୨୦୧୬ ସଂସ୍କରଣରେ ୨ ଲକ୍ଷ କୋଟିର ପୁଜିଂନିବେଶ ସହ ୧.୪ ଲକ୍ଷ ଚାକିରି ସୃଷ୍ଟିର ପ୍ରତିଶୃତି ଦିଆଯାଇଥିଲା। ଏହି ସବୁ ପୁଜିଂ ନିବେଶ ପ୍ରତିଶୃତି କୁଆଡେ ଗଲା ?

ଭୁବନେଶ୍ୱର,୨୫/୧(ସନ୍ଧାନ ନିୟୁଜ): ଓଡିଶାର ବିକାଶ, ଶିଳ୍ପାନ୍ୱୟନ ଏବଂ ନିଯୁକ୍ତିରେ ରାଜ୍ୟ ସରକାର ସମ୍ପୃର୍ଣ୍ଣ ବିଫଳ। ଦୀର୍ଘ ୧୯ ବର୍ଷର ନିରଙ୍କୁଶ କ୍ଷମତା ଥାଇ ବି ସବୁ କ୍ଷେତ୍ରରେ ଏହି ରାଜ୍ୟ ସରକାର ପୁରା ବିଫଳ ହୋଇଛନ୍ତି। ରୋଜଗାର ଯୋଗାଇବା କ୍ଷେତ୍ରରେ ହେଉ ବା ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ହେଉ ସବୁଥିରେ ଓଡିଶା ପୁରା ଦେଶରେ ପଛରେ ପଡିଛି ବୋଲି ଆଜି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଅପରାଜିତା ଷଡଙ୍ଗୀ।

ଶ୍ରୀମତି ଷଡଙ୍ଗୀ କହିଛନ୍ତି କି ଓଡିଶା ଭଳି ପ୍ରାକୃତିକ ଖଣିଜ ସମ୍ପଦରେ ଭରା ରାଜ୍ୟରେ ମାନ୍ୟୁଫାକଚରିଙ୍ଗ କ୍ଷେତ୍ରର ଜିଡିପିରେ ଅବଦାନ ଦିନକୁ ଦିନ ଖସିବାରେ ଲାଗିଛି। ଏହା ୧୮% ରୁ ଖସି ଆସି ୧୬%ରେ ପହଂଚିଲାଣି। ଏହା କଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିରନ୍ତର ସରକାରର ଓଡିଶାରେ ବିକାଶ ପାଇଁ ଯୋଗଦାନ କି ?

ଓଡିଶାର ହେଉଥିବା ମୋଟ ରପ୍ତାନୀର ୮୪% ରପ୍ତାନି ହେଉଛି ପ୍ରାଇମେରି ଗ୍ରେଡ ଲୁହାପଥର ଓ ବକ୍ସାଇଟ। ଏହା ଦ୍ୱାରା ରାଜ୍ୟର କିଛି ଲାଭ ହେଉନାହିଁ। ଓଡିଶାରେ କଣ ପାଇଁ ଲୁହାପଥରରୁ ଷ୍ଟିଲ ବା ଅନ୍ୟ ଉପକରଣ ରପ୍ତାନୀ ହୋଇପାରିବ ନାହିଁ ବୋଲି ଶ୍ରୀମତି ଷଡଙ୍ଗୀ କହିଛନ୍ତି।

ରାଜ୍ୟ ସରକାରଙ୍କ ସରକାରୀ ତଥ୍ୟ ଅନୁସାରେ ୨୦୧୬ ମସିହାରେ ରାଜ୍ୟର ୬୬% ପ୍ରତିଶତ ଗ୍ରାମୀଣ ଲୋକ ହେଉଛନ୍ତି ଗରୀବ ଆର୍ଥୀକ ଦୃଷ୍ଟିରୁ ପଛୁଆ। କାହିଁକି ଓଡିଶାରେ ଦୀର୍ଘସୁତ୍ରୀ ବିକାଶ ପାଇଁ ଚିନ୍ତା କରାଯାଉନାହିଁ। ନିର୍ବାଚନ ବେଳେ କେବଳ ପଇସା ବାଟିଂଲେ ରାଜ୍ୟର ବିକାଶ ହୋଇପାରିବ ନାହିଁ ବୋଲି ଅପରାଜିତା କହିଛନ୍ତି।

ରାଜ୍ୟ ସରକାରଙ୍କ ନିଯୁକ୍ତି ସୃଷ୍ଟି କଲା ଭଳି ଶିଳ୍ପ ପ୍ରତିଷ୍ଠାରେ ସଫଳତା କାହିଁକି ନାହିଁ ? ବିଭିନ୍ନ ଶିଳ୍ପ କ୍ଷେତ୍ର ଯଥା ଅଟୋ କମ୍ପୋନେଂଟସ, ଜେମ୍ସ ଆଣ୍ଡ ଜୁଏଲାରୀ, ଖାଦ୍ୟ ପ୍ରକିୟା କରଣ, ପୋଷାକ ନିର୍ମାଣ, ଟେକ୍ସଟାଇଲ ପାର୍କ, ଔଷଧ ଶିଳ୍ପ ଓ ବାୟୋଟେକ ଆଦି କ୍ଷେତ୍ରରେ ଆଜି ଓଡିଶା ଶୂନ। ୧୯ ବର୍ଷର ବିଜେଡି ସରକାର ଏହି ଶିଳ୍ପ କ୍ଷେତ୍ର ଗୁଡିକରେ ପୁଜିଂ ନିର୍ମାଣରେ ସମ୍ପୃର୍ଣ୍ଣ ବିଫଳ ହୋଇଛି। ଓଡିଶାରେ ରୋଜଗାରର ସୁଯୋଗ ଅଭାବରୁ ଓଡିଶାର ଯୁବପୀଢି ଅନ୍ୟ ରାଜ୍ୟରେ ଥିବା ଶିଳ୍ପ ସଂସ୍ଥାରେ କମ୍ ପଇସାରେ କାମ କରିବା ପାଇଁ ବାଧ୍ୟ ହେଉଛି। ସୁରଟ, ବାଙ୍ଗାଲୋର, ଜାମସେଦପୁର ଆଦି ସ୍ଥାନରେ ଓଡିଆ ଯୁବକକୁ ନିଜ ଭିଟାମାଟି ଛାଡି ବାଧ୍ୟରେ କାମ କରିବା ପାଇଁ ପଡୁଛି ବୋଲି ଅପରାଜିତା କହିଛନ୍ତି।

ଶ୍ରୀମତି ଷଡଙ୍ଗୀ କହିଛନ୍ତି କି, ମେକ ଇନ ଓଡିଶା ସମ୍ପୃର୍ଣ୍ଣ ବିଫଳ ହୋଇଛି। ମେକ ଇନ ଓଡିଶା ନାଁରେ ଓଡିଆ କରଦାତାଙ୍କ କଷ୍ଟ ଲବ୍ଧ ରୋଜଗାରରେ ଏକ ପ୍ରଚାର ସର୍ବସ୍ୱ କାର୍ଯ୍ୟକ୍ରମରେ ପରିଣତ କରାଯାଇଛି। ମେକ ଇନ ଓଡିଶା ୨୦୧୬ ସଂସ୍କରଣରେ ୨ ଲକ୍ଷ କୋଟିର ପୁଜିଂନିବେଶ ସହ ୧.୪ ଲକ୍ଷ ଚାକିରି ସୃଷ୍ଟିର ପ୍ରତିଶୃତି ଦିଆଯାଇଥିଲା। ଟାଟା, ବେଦାନ୍ତ ଓ ଜିନ୍ଦଲ ୯୭ ହଜାର କୋଟି ଟଙ୍କା ପୁଜିଂ ନିବେଶ କରିବାର ପ୍ରତିଶୃତି ଦେଇଥିଲେ। ସେହିପରି ଆଦାନୀ ଓାଲମାର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପାଇଁ ପ୍ରତିଶୃତି ଦେଇଥୀଲା। ଇଣ୍ଡୋ ୟୁରୋପିଆନ ଓ

ସଷ୍ଟେନଏବେଲୁ ଡେଭେଲପେମେଂଟ କଳାହାଣ୍ଡିରେ ଚାଉଳ ପ୍ରକ୍ରିୟା କରଣ ଶିଳ୍ପ ଏବଂ କନ୍ଧମାଣରେ ହଳଦୀ ପ୍ରକ୍ରିୟାକରଣ ଶିଳ୍ପର ପ୍ରତିଶୃତି ଦେଇଥିଲେ। କାନିଭାଲ ସିନେମା ପ୍ରତି ଜିଲ୍ଲା ମୁଖ୍ୟାଳୟରେ ମଲ୍ଟି ପ୍ଲେକସ ଖୋଲିବାର ପ୍ରତିଶୃତି ଦେଇଥିଲା। ଏହି ସବୁ ପୁଜିଂ ନିବେଶ ପ୍ରତିଶୃତି କୁଆଡେ ଗଲା ?

୨୦୧୬ ମେକ୍ ଇନ ଓଡିଶା ସଂସ୍କାରଣର ପୁଞ୍ଜିନିବେଶ ଘୋଶଣା ଓ ଏହାର କ୍ରିୟାନ୍ୟନ ନେଇ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରିବେ କି? ସେହିପରି ୨୦୧୬ ମେକ ଇନ୍ ଓଡିଶାର ଠାରୁ ୨୦୧୮ ସଂସ୍କାରଣରେ ଆହୁରି ବଡ ପ୍ରଚାର କରାଯାଇଥିଲା। ବିଭିନ୍ନ ଶିଳ୍ପ ସଂସ୍ଥା ବଡ ବଡ ପୁଞ୍ଜିନିବେଶ ପାଇଁ ପତିଶ୍ରୁତି ଦେଇଥିଲେ। ମେକ୍ ଇନ ଓଡିଶା ୨୦୧୮ ସଂସ୍କରଣରେ ଗୋଟିଏ କମ୍ପାନୀ ୬୧ହଜାର କୋଟି ଟଙ୍କାର ପୁଞ୍ଜିନିବେଶର ପ୍ରତିଶ୍ରୁତି ଦେଇିଥିବା ବେଳେ ସେହି କମ୍ପାନୀର ବ୍ୟାଙ୍କମାନଙ୍କୁ ଏନପିଏ ବାବଦକୁ ୪୮ ହଜାର କୋଟି ଟଙ୍କାର ବକେୟା ରାଶି ପ୍ରଦାନ କରିବାକୁ ଅଛି। ଆଉ ଗୋଟେ କମ୍ପାନୀ ଗ୍ରୀନ ଫିଲ୍ଡ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ପ୍ରତିଶ୍ରୁତି ଦେବା ସହ ପୋସ୍କୋକୁ ଆବଂଟିତ କରାଯାଇଥିବା ଜମିକୁ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି।

ନିରାଟ ସତ୍ୟ ହେଉଛି, ଗତ ୫ ବର୍ଷର ବିଜେଡି ଶାସନରେ ଗୋଟେ ବି ଶିଳ୍ପ ସଂସ୍ଥା ଇସ୍ପାତ, ଆଲୁମିନିୟମ ଓ ଶକ୍ତି କ୍ଷେତ୍ରରେ ଖରାପ ଶିଳ୍ପ ଇକୋ ସିଷ୍ଟମ କାରଣରୁ ବଡ ପୁଞ୍ଜିନିବେଶ କରିନାହାନ୍ତି। ପୋସ୍କୋ, ଆର୍ସେଲର ମିତଳ ଆଦି କମ୍ପାନୀ ମାନଙ୍କର ପୁଞ୍ଜି ନିବେଶ ପ୍ରସ୍ତାବକକୁ ଆଗେଇ ନିଆଯାଇ ପାରୁନାହିଁ। ୨୦୧୮ରେ ମେକ ଇନ ଓଡିଶାରେ ସ୍ୱାକ୍ଷରିତ ହୋଇଥିବା ଶିଳ୍ପ ପ୍ରତିଷ୍ଠାର ସ୍ଥିତି କଣ ଅଛି ତାହାର ସମସ୍ତ ତଥ୍ୟ ରାଜ୍ୟ ସରକାର ତାଙ୍କ େଓବସାଇଟରେ ଉପଲବଧ କରାଇବେକି ବୋଲି ଶ୍ରୀମତି ଷଡଙ୍ଗୀ କହିଛନ୍ତି।

ଓଡିଶା ସରକାର ମେକ ଇନ୍ ଓଡିଶା କରୁଛି ନା “ନୋ ମେକ୍ ଇନ୍ ଓଡିଶା” କରୁଛି ସେଥିନେଇ ସନ୍ଦେହ ତିଆରି ହୋଇଛି। ଚାକିରି ଓ ରୋଜଗାର ସୁଜଗ ସୃଷ୍ଟିରେ ବିଫଳ ଓଡିଶା ସରକାର ଯୁବକର ଦୃଷ୍ଟି ଏଡାଇବା ପାଇଁ ବିଜୁ ଯୁବ ବାହିନୀର ବାହାନା କରୁଛି। ଓଡିଶା ସ୍କିଲ୍ ଡେଭଲପମେଂଟ ଅଥରିଟି ୬.୯୫ ଲକ୍ଷ ଯୁବପିଢୀଙ୍କ ଦକ୍ଷତା ବିକାଶ କରିବାକୁ ଦାବି କରୁଥିବା ବେଳେ ସେଥିରୁ ମାତ୍ର ୭୭ ହଜାରଙ୍କୁ ଚାକିରି ମିଳିଛି। ଏହାର ଅର୍ଥ ହେଲା ଓଡିଶା ସରକାରଙ୍କ ଦ୍ୱାରା ଦକ୍ଷତା ବିକାଶ କରାଯାଇଥିବା ୯୦ ପ୍ରତିଶତ ବେରୋଜଗାର ଅଛନ୍ତି ବୋଲି ଶ୍ରୀମତି ଷଡଙ୍ଗୀ କହିଛନ୍ତି।

 

 

 

 

 

odiapua

Related Posts

About The Author

Add Comment